Voice of Eastern India

ମାନବିକତାର ପରିଚୟ ଦେଖାଇଲେ ଧର୍ମଶାଳା ବିଧାୟକ, ଚିକିତ୍ସା ପାଇଁ ଦେଲେ ନିଜ ଦରମା ଟଙ୍କା


ଯାଜପୁର: ମାନବିକତାର ପରିଚୟ ଦେଖାଇଲେ ଧର୍ମଶାଳା ବିଧାୟକ । ୧୬ ମାସର କୁନି ଝିଅ ତ୍ରିସିକାଙ୍କ ଚିକିତ୍ସା ପାଇଁ ଦରମାରୁ ୫ ଲକ୍ଷ ଟଙ୍କା ପ୍ରଦାନ କଲେ ବିଧାୟକ ହିମାଂଶୁ ଶେଖର ସାହୁ । ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅରେଇକଣା ଗ୍ରାମପଞ୍ଚାୟତର ରମାପୁର ଗ୍ରାମର ମୁକେଶ ଚନ୍ଦ୍ର ରାୟଙ୍କ ୧୬ ମାସର କୁନି ଝିଅ ତ୍ରିସିକା ରାୟଙ୍କ ଚିକିତ୍ସା ନିମନ୍ତେ ନିଜର ମାସିକ ଦରମାରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବିଧାୟକ।

ସୂଚନା ମୁତାବକ, ତ୍ରିସିକା ଏକ ଦୁର୍ଲଭ ତଥା ଗୁରୁତର ସ୍ନାୟୁଜନିତ ରୋଗ ‘ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି (SMA) ଟାଇପ୍-୨’ରେ ପୀଡ଼ିତ ଅଛନ୍ତି। ଏତେ କମ୍ ବୟସରେ ଏଭଳି ଗୁରୁତର ରୋଗରେ ପୀଡ଼ିତ ହୋଇଥିବାରୁ ତ୍ରିସିକାଙ୍କ ପରିବାର ଗଭୀର ଚିନ୍ତା ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। କୁନି ଝିଅଟିର ଚିକିତ୍ସା ପାଇଁ ପ୍ରାୟ ୧୬ କୋଟି ଟଙ୍କାର ଔଷଧ ଓ ଚିକିତ୍ସା ଖର୍ଚ୍ଚ ଆବଶ୍ୟକ ଥିବା ଜଣାପଡ଼ିଛି।

Also Read: ଚାନ୍ଦିପୁରରେ ୪୦ ଫୁଟ୍‌ର ବିଶାଳ ତିମିର ଗଳିତ ମୃତଦେହ, ମହିଶାଳୀ ପୋଲ ନିକଟରେ ଚାଞ୍ଚଲ୍ୟ

ଏଭଳି ଏକ ସମ୍ବେଦନଶୀଳ ପରିସ୍ଥିତିରେ ବିଧାୟକ ଶ୍ରୀ ସାହୁ ନିଜର ମାସିକ ଦରମାରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରି ତ୍ରିସିକାଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ବିଧାୟକଙ୍କ ଏମିତି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।

Source link



Source link

Leave A Reply

Your email address will not be published.