Voice of Eastern India

ମାନବିକତା ଦେଖାଇଲେ ମନ୍ତ୍ରୀ, ଦୁର୍ଘଟଣାରେ ଗୁରୁତରଙ୍କୁ ପଠାଇଲେ ହସ୍ପିଟାଲ



କରଞ୍ଜିଆ: ଦୁର୍ଘଟଣାରେ ଗୁରୁତରଙ୍କ ପ୍ରତି ମାନବିକତା ଦେଖାଇଲେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ଗୁରୁତର ଦୁଇ ଯୁବକଙ୍କ ପଠାଇଲେ ମେଡିକାଲ।

ସୂଚନା ଅନୁସାରେ, ଶନିବାର ମନ୍ତ୍ରୀ ବିଶୋଇଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ପାନପୋଷି ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ଯୁବକ ଗୁରୁତର ହୋଇପଡ଼ିଥିଲେ। ହେଲେ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦୁଇ ଯୁବକଙ୍କ ଦେଖି ସଙ୍ଗେସଙ୍ଗେ ନିଜ ଗାଡ଼ିରୁ ଓହ୍ଲାଇ ମନ୍ତ୍ରୀ ସେମାନଙ୍କୁ ମେଡିକାଲ ପଠାଇଥିଲେ। ଯାହା ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକେ ଭୂୟାସୀ ପ୍ରଶଂସା କରିଛନ୍ତି।

Also Read: ଆଖି ଖୋଲିଲେ ମୋବାଇଲ୍ ! ବଢ଼ୁଥିବା ଫୋନ୍ ନିଶାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ
Source link



Source link

Leave A Reply

Your email address will not be published.