Voice of Eastern India

ରାଉରକେଲା ବିଜେପିରେ ବଡ଼ ହଲଚଲ ! କିଏ କରୁଛି ଜୁଏଲଙ୍କ ବିରୋଧରେ ଷଡ଼ଯନ୍ତ୍ର ?


ରାଉରକେଲା: ବିଜେପିରେ ବଡ଼ ହଲଚଲ। ପ୍ରକାଶ ପାଶ୍ୱାନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବୟାନକୁ ନେଇ ଏବେ ରାଜନୀତି ସରଗରମ । ନିଜକୁ ବଦନାମ କରିବା ପାଇଁ କିଛି ଲୋକ ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ଆଣିବା ସହ ସିଧାସଳଖ ଚ୍ୟାଲେଞ୍ଜ ଦେଇଛନ୍ତି ଜୁଏଲ। କହିଛନ୍ତି—ତାଙ୍କୁ ବଦନାମ କରି କିଛି ଲୋକ କେନ୍ଦ୍ରରେ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ରାଉରକେଲାରେ ଗତ କିଛିଦିନ ଧରି ନିଜ ବିରୋଧରେ ଏକ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କିଛି ଲୋକ ଟଙ୍କା ଖର୍ଚ୍ଚ କରି ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି । ତାଙ୍କୁ ବଦନାମ କରି ସେମାନେ କେନ୍ଦ୍ରରେ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ଜୁଏଲ ଅଭିଯୋଗ କରିଛନ୍ତି ।

ନିଜ ଦଳ ସହ ସମ୍ପର୍କ ଓ ଦୀର୍ଘ ରାଜନୈତିକ ଯାତ୍ରାକୁ ନେଇ ମଧ୍ୟ ଜୁଏଲ ଓରାମ ନିଜ ମତ ରଖିଛନ୍ତି । ସେ କହିଛନ୍ତି, ରକ୍ତ ମାଂସ ଦେଇ ସେ ଦଳକୁ ଗଢ଼ିଛନ୍ତି ଏବଂ ଦଳକୁ ଭଲ ଭାବେ ଚିହ୍ନିଛନ୍ତି । ତାଙ୍କ ରେପୁଟେସନ୍ରେ କେହି ହାତ ଲଗାଇଲେ, ତାହାର ଜବାବ ଦେବାର ତାକତ ତାଙ୍କର ଅଛି ବୋଲି କହିଛନ୍ତି ।

ଅନ୍ୟ ଦଳରୁ କିଛି ନେତା ନିଜ ଟଙ୍କା ଖର୍ଚ୍ଚ କରି ବିଜେପିରେ ମିଶିଥିବା ମଧ୍ୟ ଜୁଏଲ ଅଭିଯୋଗ କରିଛନ୍ତି । ଏହି ନେତାମାନେ ତାଙ୍କୁ ଦଳରୁ ଡ୍ରପ୍ କରି କେନ୍ଦ୍ରରେ ମନ୍ତ୍ରୀ ହେବାକୁ ଚାହୁଁଥିବା ସେ କହିଛନ୍ତି । ତାଙ୍କୁ ଡିସ୍-ଷ୍ଟାବିଲାଇଜ୍ କରିବା ପାଇଁ ଉଦ୍ୟମ ଚାଲିଥିବା ମଧ୍ୟ ଜୁଏଲ କହିଛନ୍ତି ।

also read- ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ-ଅଧ୍ୟାପିକା, କୁଳପତିଙ୍କ ଅଫିସ୍ ସାମ୍ନାରେ ଧାରଣା

ନିଜ ବିରୋଧରେ ଯେଉଁମାନେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ କଡ଼ା ଭାଷାରେ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ନିଜ ପ୍ରତିଷ୍ଠା ଉପରେ ଆକ୍ରମଣକୁ ସେ କୌଣସି ପରିସ୍ଥିତିରେ ସହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏନେଇ ରାଜ୍ୟ ନେତୃତ୍ୱଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଜୁଏଲ । ରାଜ୍ୟ ନେତୃତ୍ୱ ଘଟଣାକୁ ବୁଝିବେ ବୋଲି ସେ ଆଶା ରଖିଛନ୍ତି । ଯଦି ଏହାର ସମାଧାନ ନହୁଏ, ତେବେ ସେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବେ ବୋଲି କହିଛନ୍ତି ।

ପ୍ରକାଶ ପାଶ୍ୱାନ ପ୍ରସଙ୍ଗକୁ ନେଇ ରାଉରକେଲା ବିଜେପିରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଜୁଏଲ ଓରାମଙ୍କ ଏହି ବୟାନ ଦଳ ଭିତରେ ଥିବା ଅସନ୍ତୋଷକୁ ଆହୁରି ପଦାକୁ ଆଣିଛି । ଏବେ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱ ଏହି ପ୍ରସଙ୍ଗରେ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

Source link



Source link

Leave A Reply

Your email address will not be published.