ଶ୍ରୀଲଙ୍କା ବିପକ୍ଷରେ ଡ୍ର’ ନା ଭାରତର ପରାଜୟ ? ଏବେ ଖେଳିପାରିବନି ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ! ଚିନ୍ତାରେ ଗିଲ୍- ଗମ୍ଭୀର
ନୂଆଦିଲ୍ଲୀ, ୨୮/୦୮: ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ୍ ସିରିଜ୍ ଡ୍ର ରଖିଛି ଟିମ୍ ଇଣ୍ଡିଆ । ଦଳ ସିରିଜର ପ୍ରଥମ ମୁକାବିଲାରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମୁକାବିଲାରେ ମଧ୍ୟ ଦଳ ବିଜୟୀ ହୋଇଥାନ୍ତା । କିନ୍ତୁ ଡ୍ର ରହିଛି ମ୍ୟାଚ୍ । ଯାହା ଫଳରେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ ରାସ୍ତା କଠିନ ହୋଇ ପଡିଛି । କଲମ୍ବୋରେ ଭାରତ ବିଜୟଠୁ ମାତ୍ର କିଛି ପାଦ ଦୂରରେ ଥିଲା । କିନ୍ତୁ ସୋନାଲ ଦିନୁଶାଙ୍କ ଅପରାଜିତ ୧୩୩ ରନ୍ ପାଇଁ ଘରୋଇ ଟିମ୍ ମୁକାବିଲାକୁ ଡ୍ର କରିବାରେ ସଫଳ ହୋଇଥିଲା ।
ଭାରତ ଯଦି ଏହି ମ୍ୟାଚ୍ ଜିତିଥାନ୍ତା ତାହାଲେ ୧୨ ପଏଣ୍ଟ ପାଇଥାନ୍ତା । ଡ୍ର ରହିବା କାରଣରୁ ଦଳ ୪ ପଏଣ୍ଟ ପାଇଛି । ଫଳରେ ବାକି ଥିବା ଅନ୍ୟ ୭ଟି ଟେଷ୍ଟ୍ ମ୍ୟାଚ୍ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି । ଭାରତ ମ୍ୟାଚର ପ୍ରଥମ ପାଳିରେ ୫୦୩ ରନ୍ କରିଥିଲା । ଜବାବରେ ଶ୍ରୀଲଙ୍କା ୨୯୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଲୋଅନର ଶିକାର ହେଲା ପରେ ସିଂହଳ ଟିମ୍ ଲଢେଇ କରିଥିଲା । ଭାରତୀୟ ବୋଲର ଶ୍ରୀଲଙ୍କା ବ୍ୟାଟରଙ୍କୁ ଅଲଆଉଟ୍ କରିପାରିନଥିଲେ । ସୋନାଲ ମୋର୍ଚ୍ଚା ସମ୍ଭାଳି ଦଳକୁ ପରାଜୟରୁ ରକ୍ଷା କରିଥିଲେ ।
ଡବଲୁଟିସି ସମୀକରଣକୁ ଦେଖିଲେ ଟେଷ୍ଟ୍ ସିରିଜ୍ ୨-୦ରେ ଜିତିଥିଲେ ଭାରତର ପଏଣ୍ଟ ୫୧.୫୧ରୁ ୬୩.୩୩କୁ ବୃଦ୍ଧି ପାଇଥାନ୍ତା । କିନ୍ତୁ ଡ୍ର କାରଣରୁ ଏହା ୫୧.୫୧ ରହିଛି । ଭାରତ ଉପରେ ୫୫ ପଏଣ୍ଟ ସହ ବାଂଲାଦେଶ ରହିଛି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ ତୃତୀୟରେ ଥିବା ବେଳେ ବାଂଲାଦେଶ ଚତୁର୍ଥ ଏବଂ ଭାରତ ପଞ୍ଚମରେ ରହିଛି ।
ଚଳିତ ବର୍ଷ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ୍ ଖେଳିବ । ଆସନ୍ତା ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ୍ ମ୍ୟାଚ୍ ଖେଳିବ ।ଏହି ୭ଟି ମୁକାବିଲାରେ ଭାରତକୁ ନିଜ ସ୍ଥିତି ବଦଳାଇବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । କିନ୍ତୁ ଗୋଟିଏ ମ୍ୟାଚ୍ ହାରିଲେ ସମୀକରଣ ଗଡବଡ ହୋଇଯିବ ।
ଭାରତ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ୍ ହେବ ନ୍ୟୁଜିଲାଣ୍ଡ । କାରଣ କିଓ୍ୱି ମାଟିରେ ଗିଲ୍ ସେନା ସିରିଜ୍ ଖେଳିବ । ଯାହା ଡବଲୁଟିସି ଫାଇନାଲରେ ଭାରତର ଭବିଷ୍ୟତ ନିର୍ଧାରଣ କରିବ । ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ସମସ୍ତ ଟେଷ୍ଟ୍ ଜିତିବ ତାହାଲେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଭଲ ସ୍ଥିତିରେ ନଜର ଆସିବ । କିନ୍ତୁ ଗୋଟିଏ ମ୍ୟାଚ୍ ହାରିଲେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମୁକାବିଲାରେ ଦଳ ଉପରେ ଅତିରିକ୍ତ ଚାପ ରହିବ ।
Also Read :- ନେପାଳ ବନ୍ୟାରେ ହଜିଗଲାଣି ମାନବିକତା, ସାହାଯ୍ୟ ଆଳରେ ମୃତଦେହରୁ ଗହଣା ଲୁଟୁ ଥିଲେ ଦୁର୍ବୃତ୍ତ, ୨ ଜଣ ଗିରଫ
ଅନ୍ୟ ଦିଗରେ ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ସମସ୍ତ ଟେଷ୍ଟ୍ ହାରେ ତାହାଲେ ଡବଲୁଟିସି ଫାଇନାଲରୁ ଏକ ପ୍ରକାର ବିଦା ହୋଇଯିବ । ଅଷ୍ଟ୍ରେଲିଆକୁ ୫-୦ରେ ହରାଇଲା ପରେ ବି ଦଳ ସର୍ବାଧିକ ୬୦ ପଏଣ୍ଟ ପାଇବ । ଏପରି ହେଲେ ଦଳକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ହେବ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଦଳ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।
