Voice of Eastern India

ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ବଡ଼ ସଫଳତା, ଗନ୍ଧମାର୍ଦ୍ଦନ ଗୁଳ୍ମରୁ କ୍ୟାନସର ଔଷଧ…


ଭୁବନେଶ୍ୱର ୦୮।୦୭ : ଗନ୍ଧମାର୍ଦ୍ଦନ ଗୁଳ୍ମରୁ କ୍ୟାନସର ଔଷଧ । ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ବଡ଼ ସଫଳତା । କର୍କଟ ରୋଗ ବିଶ୍ୱବ୍ୟାପୀ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଭେଷଜ ବିଜ୍ଞାନରେ ଏହାର ଚିକିତ୍ସା ପ୍ରଣାଳୀ ବ୍ୟୟବହୁଳ ଓ ତୀବ୍ର ପାର୍ଶ୍ଵପ୍ରତିକ୍ରିୟା ସମ୍ପନ୍ନ ହୋଇଥିବାରୁ ପ୍ରାକୃତିକ ଔଷଧୀୟ ଉଦ୍ଭିଦରୁ ବିକଳ୍ପ ଚିକିତ୍ସା ବିକଶିତ କରିବା ଉପରେ ଗବେଷଣା ଜୋରଦାର ଚାଲିଛି । ଏହି ଗବେଷଣାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗକୁ ସଫଳତା ମିଳିଛି ।

ପଶ୍ଚିମ ଓଡ଼ିଶାର ଔଷଧୀୟ ଜୈବ ବିବିଧତା ପାଇଁ ସୁପରିଚିତ ଗନ୍ଧମାର୍ଦ୍ଦନରୁ ସଂଗୃହୀତ ପ୍ରାୟ ୫୦ଟି ଔଷଧୀୟ ଉଦ୍ଭିଦ ମଧ୍ୟରୁ ୫ଟି ଉଦ୍ଭିଦକୁ ଚୟନ କରାଯାଇ ଏକ ପଲିହର୍ବାଲ୍ ଆଣ୍ଟି କ୍ୟାନସର୍ ଫର୍ମୁଲେସନ୍ ବିକଶିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାଗାରରେ କ୍ୟାନସର କୋଷ ଉପରେ ଏହାର ପ୍ରଭାବ ଯାଞ୍ଚ କରା ଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ମୂଷା ଉପରେ ପ୍ରାକ୍-କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା। ପ୍ରାରମ୍ଭିକ ପରୀକ୍ଷାରେ ଟ୍ୟୁମର୍ ଆକାର ହ୍ରାସ ଓ କୌଣସି ଉଲ୍ଲେଖନୀୟ ପାର୍ଶ୍ୱ ପ୍ରତିକ୍ରିୟା ନଥିବା ଦେଖାଯାଇଛି। ଏହି ଫଳାଫଳ ଆଶାଜନକ ରହିଛି। ଗବେଷଣାକୁ ନେଇ ପେଟେଣ୍ଟ୍ ପାଇଁ ଆବେଦନ ମଧ୍ୟ କରାଯାଇଥିବା ବେଳେ ମାନବ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Also Read:-Pravat Ranjan Biswal : BJPରେ ମିଶିବେ ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପରେ ଧରିବେ ପଦ୍ମ !

ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ତଥା ସେଣ୍ଟର ଅଫ୍ ଏକ୍ସିଲେନ୍ସର ଗବେଷକମାନେ ୨୦୧୯ ମସିହାରୁ ଏହି ଗବେଷଣା ଆରମ୍ଭ କରିଥିଲେ। ବୈଦ୍ୟମାନଙ୍କ ସହଯୋଗରେ ଗନ୍ଧମାର୍ଦନ ପାହାଡ଼ରୁ ସଂଗୃହୀତ ଓଷଧୀୟ ଉଦ୍ଭିଦ ମଧ୍ଯରୁ ପାଞ୍ଚଟି ଉଭିଦକୁ ବୈଜ୍ଞାନିକ ପରୀକ୍ଷା ପରେ ଚୟନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାଗାରରେ କ୍ୟାନସର୍ କୋଷ ଉପରେ ଏହି ଫର୍ମୁ ଲେସନ୍ ପ୍ରୟୋଗ କରାଯାଇ ଦେଖାଯାଇଥିଲା ଯେ, ଏହା କ୍ୟାନସର କୋଷ ବୃଦ୍ଧିକୁ ରୋକିବା ସହ ସେଗୁଡ଼ିକୁ ନଷ୍ଟ କରିବା କ୍ଷମତା ରଖୁଛି। ଗୁରୁତ୍ୱପୂର୍ଣ ଏହାର କୌଣସି କ୍ଷତିକାରକ ପ୍ରଭାବ ଲକ୍ଷ୍ୟ କରାଯାଇନଥିଲା। ଏହା ଗବେଷକଙ୍କୁ ପରବର୍ତ୍ତୀ ପରୀକ୍ଷା ପାଇଁ ଉତ୍ସାହିତ କରିଥିଲା । ପରେ ମୂଷା ଉପରେ ଆନିମଲ୍ ଟ୍ରାଏଲ୍ କରାଯାଇଛି। ପ୍ରଥମେ ସୁସ୍ଥ ମୂଷାଙ୍କ ଶରୀରରେ ନ୍ୟାନସର୍ କୋଷ ପ୍ରବେଶ କରାଯାଇ ଟ୍ୟୁମର ସୃଷ୍ଟି କରଯାଇଥିଲା । ଏହାପରେ ପ୍ରାୟ ୩୫ ଦିନ ଧରି ପଲିହର୍ବାଲ୍ ଫର୍ମୁଲେସନ୍ ବ୍ୟବହାର କରାଯାଇଥିଲା ।

Watch Video:-

 

Source link



Source link

Leave A Reply

Your email address will not be published.