Voice of Eastern India

ସୁବର୍ଣ୍ଣରେଖା-ଜଳକାରେ ବନ୍ୟା: ୩୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ


ଜଳେଶ୍ବର ୧୫।୮: ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା । ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ଥିଲା ବେଳେ ଦିନ ଗୋଟାଏ ବେଳକୁ ଜଳସ୍ତର ୧୦.୩୯ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ବର୍ତ୍ତମାନ ସମୟରେ ତଳିଆ ଅଂଚଳ ବାଲିଆପାଳ ବ୍ଲକ ଚୌଧୁରୀକୁଦ ଚଟଣାରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଛି ।

ସେପଟେ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ପାଣି । ମାଥାନି ଠାରେ ବିପଦ ସଂକେତ ୬.୫୦ ମିଟର ଥିଲା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୯୮ ମିଟରରେ ପ୍ରବାହିତ ହେଉଛି ।

Also Read:- ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ବେଳେ ଟଳିପଡ଼ିଲେ ଭକ୍ତ, ମୃତ୍ୟୁ ପରେ ଭାଙ୍ଗିପଡ଼ିଲେ ପତ୍ନୀ

ଜଳକା ନଦୀର ଦ୍ଵିତୀୟ ବନ୍ୟା ଆସିବାରୁ ବସ୍ତା ବ୍ଲକର ୧୦ଟି ପଂଚାୟତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ୩୦ରୁ ଅଧିକ ଗାଁ ଏବେବି ବାହ୍ୟ ଜଗତରୁବିଚ୍ଛିନ୍ନ ହୋଇ ରହିଛି । ଅନେକ ଘରେ ପାଣି ପଶିଛି, ଅନେକ ଘରର କାନ୍ଥ ଭାଙ୍ଗିଛି । ହଜାର ହଜାର ହେକ୍ଟର ଚାଷ ଜମିରେ ପାଣିର ଲହଡି ମାରୁଛି ।

Source link



Source link

Leave A Reply

Your email address will not be published.