Voice of Eastern India

୧୫ ବର୍ଷ ନୁହେଁ, ବୟସ ଲୁଚାଇଛନ୍ତି ବୈଭବ ସୂର୍ଯ୍ୟବଂଶୀ ! ସତ କହିଦେଲେ ବ୍ରେଟ୍ ଲି


ନୂଆଦିଲ୍ଲୀ,୦୯/୦୮:ଭାରତୀୟ କ୍ରିକେଟ ଦଳର ଦମଦାର୍ ଖେଳାଳି ବୈଭବ ସୂର୍ଯ୍ୟବଂଶୀ । ବୟସ ମାତ୍ର ୧୫। କିନ୍ତୁ ଖାତାରେ ଏକାଧିକ ଅନ୍ତର୍ଜାତୀୟ ରେକର୍ଡ୍ । ଏତେ କମ ବୟସରେ ସେ ଆଇପିଏଲରେ ବି ହାତେଇଛନ୍ତି ଅରେଞ୍ଜ୍ କ୍ୟାପ୍ । ବଡ ବଡ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି । ତେବେ ତାଙ୍କୁ କଣ ସତରେ ମାତ୍ର ୧୫ ବର୍ଷ ହୋଇଛି । ନା ବୟସ ଲୁଚାଉଛନ୍ତି ବୈଭବ । କିଛି ଏଭଳି ପ୍ରଶ୍ନ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦୁର୍ଦ୍ଦଶ ବୋଲର ବ୍ରେଟ୍ ଲି ।

ବ୍ରେଟ୍ ଲି କହିଛନ୍ତି ଯେ, ବୈଭବ ଖୁବ୍ କମ୍ ବୟସରେ କରିସ୍ମା କରୁଛନ୍ତି । ତାଙ୍କର ବ୍ୟାଟିଂକୁ ଦେଖିଲେ ସେ ୧୫ ବର୍ଷର ହୋଇଥିବା ଲାଗୁନି । ଏପରି ବ୍ୟାଟିଂ୨୫୩୦ବର୍ଷର ଖେଳାଳି କରିଥାନ୍ତି । ତାଙ୍କ ବ୍ୟାଟିଂ ବିଶ୍ୱ କ୍ରିକେଟକୁ ଚକିତ କରିଦେଇଛି । ତାଙ୍କ ବୟସକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି । ଏହା ସ୍ୱାଭାବିକ । କାରଣ ସେ ଟିନ୍ ଏଜ୍ ଭଳି ବ୍ୟାଟିଂ କରୁନାହାଁନ୍ତି ।୧୫ ବର୍ଷରେ ବି ବ୍ୟାଟିଂରେ ପରିପକ୍ୱତା ରହିଛି ।

ସେ ଆହୁରି କହିଛନ୍ତି ଯେ, ବୈଭବ ୧୫ ବର୍ଷର ହୋଇଥାନ୍ତୁ କି ୧୬,୧୭,୧୮। ଏହା କିଛି ଫରକ ପକାଉନି । କାରଣ ସେ ଯେପରି ବ୍ୟାଟିଂ କରୁଛନ୍ତି ତାହା ପ୍ରଶଂସାଯୋଗ୍ୟ । ତାଙ୍କ ଖେଳ ଉପରେ ବିତର୍କ ହେବା ଜରୁରୀ ବୟସ ଉପରେ ନୁହେଁ । ବୈଭବ ଅତି ଚମତ୍କାର ବ୍ୟାଟିଂ କରନ୍ତି । ଭାରତର ସେ ଭଲ ଖେଳାଳି ଅଟନ୍ତି । ତାଙ୍କ ପ୍ରତିଭା ଚିହ୍ନିବାରେ ବିସିସିଆଇ ଭୁଲ କରିନାହିଁ । ଆଗାମୀ ଦିନରେ ସେ ଆହୁରି କିଛି ହାସଲ କରିବା ବାକି ରହିଛି । ଆଇପିଏଲରେ ଅଷ୍ଟ୍ରେଲିଆ ବୋଲରଙ୍କୁ ସେ ଖୁବ୍ ପ୍ରହାର କରିଥିଲେ । ପ୍ରପର୍ କ୍ରିକେଟିଂ ସଟ୍ ତାଙ୍କ ବ୍ୟାଟରୁ ବାହାରିଥିଲା । ଏବେ ବି ସେ ଖୁବ୍ ଛୋଟ ଅଛନ୍ତି ।

Also Read :- ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ମୋଜତବା ଖାମେନି, ଇରାନ ମିଡିଆରେ ସାମ୍ନାକୁ ଆସିଲା ଫଟୋ : ମିଛ କହୁଥିଲା ଇସ୍ରାଏଲ୍ !

ଲି ଆହୁରି କହିଛନ୍ତି ଯେ, ଯେଉଁ ବ୍ୟାଟର ଭଲ ହୁକ୍ ଏବଂ ପୁଲ୍ ସଟ୍ ଖେଳିପାରେ ସେ ଅଷ୍ଟ୍ରେଲିଆ ମାଟିରେ ଭଲ ସ୍କୋର୍ କରିପାରେ । ସେ ନିଜେ ମଧ୍ୟ ଏପରି ସଟକୁ ପସନ୍ଦ କରିଥାନ୍ତି । ଏବେବି ସେ ନିଜେ ଖେଳୁଥିଲେ ବୈଭବ ତାଙ୍କୁ ହୁକ୍ ସଟରେ ଛକା ମାରିଥାନ୍ତେ ବୋଲି ବ୍ରେଟ୍ ଲି ପ୍ରକାଶ କରିଛନ୍ତି ।

Source link



Source link

Leave A Reply

Your email address will not be published.