ଭଦ୍ରକ ୨୩।୬: 5G ଯୁଗରେ ଅଙ୍ଗନୱାଡି କର୍ମୀଙ୍କୁ ମିଳିଛି 4G ମୋବାଇଲ । ସହଜ ହେଉନାହିଁ କାମ କରିବା । 4G ବଦଳରେ 5G ମୋବାଇଲ ଯୋଗାଇ ଦେବାକୁ ଜିଲ୍ଲାପାଳ ଜରିଆରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କୁ ଦାବିପତ୍ର ପଠାଇଲେ ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କର୍ସ ଆସୋସିଏସନ ଭଦ୍ରକ ବ୍ଲକ ସଦସ୍ୟା ।
ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ମାନେ ଜିଲ୍ଲାପାଳ କାର୍ଯ୍ୟାଳରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟର ସମସ୍ତ ଅଙ୍ଗନୱାଡି କର୍ମୀ ମାନଙ୍କୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମୋବାଇଲ ଯୋଗାଇ ଦିଆଯାଇଛି । ମାତ୍ର ଏହି ମୋବାଇଲ 4G ହୋଇଥିବାରୁ ଅନେକ ସମୟରେ ଅନଲାଇନ୍ କାମ କରିବାରେ ନାନାଦି ଅସୁବିଧା ହେଉଥିବା କର୍ମୀ ମାନେ ଅଭିଯୋଗ କରିଛନ୍ତି । ମିଳିଥିବା ମୋବାଇଲରେ ମାତ୍ର ତିନୋଟି ସରକାରୀ ଆପ୍ ଥିବାରୁ ସେହି ମୋବାଇଲରେ ନିଜ ସିମ ପକାଇ ନିଜର କିଛି କାର୍ଯ୍ୟ କରିବା ଅସମ୍ଭବ ହୋଇପଡିଛି । ଯାହାକୁ ନେଇ ସରକାର ତୁରନ୍ତ 5G ମୋବାଇଲ ସହିତ ସିମ ଯୋଗାଇଦେବକୁ ଅଙ୍ଗନୱାଡି କର୍ମୀ ମାନେ ଦାବି ଜଣାଇଛନ୍ତି ।
