Voice of Eastern India

ଆଇଟିଡିଏ ଯନ୍ତ୍ରୀଙ୍କ ୫ମ ଲକରରୁ ବାହାରିଲା କେଜିଏରୁ ଅଧିକ ସୁନା, ରବିବାର ଗିରଫ କରିଥିଲା ଭିଜିଲାନ୍ସ


ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ କନ୍ଧମାଳ ବାଲିଗୁଡ଼ାର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା ଜେଲ୍ ଯାଇଛନ୍ତି। ପ୍ରାପ୍ୟ ଦରମା ଅନୁସାରେ ଚାକିରି କାଳରେ ଯେତିକି ଆୟ କରିବା କଥା, ସେ ତା’ଠାରୁ ୭୯୮ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି । ଚଢ଼ାଉ ବେଳେ ନଗଦ ୨.୦୪ କୋଟି ଟଙ୍କା, ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୦.୫୫୨ ଗ୍ରାମର ସୁନା ଗହଣା, ଗୋଟିଏ ଚାରିଚକିଆ ଯାନ, ୪୪.୩୫ ଲକ୍ଷ ଟଙ୍କାର ମୂଲ୍ୟବାନ ଆସବାବପତ୍ର, ୨ଟି ବ୍ୟାଙ୍କରେ ୫ଟି ଲକର ମିଳିଛି। ରବିବାର ୨ଟି ଲକରରୁ ୩୫୦ ଗ୍ରାମ୍ ସୁନା ଓ ଅନ୍ୟ ୨ଟିରୁ ୨ କୋଟି ଟଙ୍କା ମିଳିଥିବା ବେଳେ, ସୋମବାର ପଞ୍ଚମ ଲକରରୁ ମିଳିଛି ପ୍ରାୟ ୧୨୫୦ ଗ୍ରାମ ସୁନା। ଯାହା ଭିଜିଲାନ୍ସକୁ ତାଜୁବ କରିଛି।

ସୂଚନାଥାଉକି, ୧୯୯୯ ଅଗଷ୍ଟ ୧୬ରେ ନବରଙ୍ଗପୁର ବ୍ଲକରେ ଜୁନିଅର ଇଞ୍ଜିନିୟର (ସିଭିଲ୍) ଭାବେ ଚାକିରି ଆରମ୍ଭ କରିଥିଲେ । ସେତେବେଳେ ମାସିକ ମାତ୍ର ୬ ହଜାର ଟଙ୍କା ପାଉଥିଲେ । ୨୦୨୬ ଫେବ୍ରୁଆରି ୧୨ ତାରିଖରେ ତାଙ୍କର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ମିଳିଥିଲା । ବର୍ତ୍ତମାନ ତାଙ୍କ ଦରମା ପାଖାପାଖି ୮୦ ହଜାର ଟଙ୍କା ହେବ ।

Also Read: ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ, AEEଙ୍କ ୫ ବହୁତଳ କୋଠା ସହ ୧୪ ମୂଲ୍ୟବାନ ପ୍ଲଟ୍

ରେଡରୁ ତାଙ୍କର ୧୪ଟି ଦାମୀ ପ୍ଲଟ୍ ଓ ୬ଟି ବିଶାଳ କୋଠାର ସନ୍ଧାନ ମିଳିଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରସ୍ଥିତ ୧୦,୫୦୦ ବର୍ଗଫୁଟ୍ରେ ନିର୍ମିତ ଚାରିମହଲା ବିଲ୍ଡିଂଠାରୁ କାନନବିହାର ଫେଜ୍-୧ରେ ଥିବା ଦୁଇମହଲା କୋଠାରେ ସେ ଢ଼େର୍ ଅଧିକ ଖର୍ଚ୍ଚ କରିଛନ୍ତି । ଭିଜିଲାନ୍ସ ଏସ୍ପି ସୁଶାନ୍ତ କୁମାର ବିଶ୍ୱାଳଙ୍କ କହିବା ମୁତାବକ, ତାଙ୍କର ୬ଟି ବହୁତଳ କୋଠା ମଧ୍ୟରୁ ୫ଟି ରାଜଧାନୀରେ ତୋଳା ହୋଇଛି ।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରସ୍ଥିତ ୧୦,୫୦୦ ବର୍ଗଫୁଟରେ ନିର୍ମିତ ଚାରିମହଲା ବିଲ୍ଡିଂଠାରୁ କାନନବିହାର ଫେଜ୍-୧ରେ ଥିବା ଦୁଇମହଲା କୋଠାରେ ସେ ଢ଼େର୍ ଅଧିକ ଖର୍ଚ୍ଚ କରିଛନ୍ତି । ଦାମୀ ଇଣ୍ଟେରିୟରରେ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ତା’ଛଡ଼ା ସେ ୧୪ଟି ଦାମୀ ପ୍ଲଟ୍ କିଣିଛନ୍ତି । ସେଥିରୁ ଅଧାରୁ ଅଧିକ ପ୍ଲଟ୍ ରାଜଧାନୀରେ । ସହରର ବଛା ବଛା ଜାଗାରେ ୮ଟି ପ୍ଲଟ୍ କିଣିଛନ୍ତି । ଏସବୁ ପ୍ଲଟର ଆନୁମାନିକ ବଜାର ମୂଲ୍ୟ ୧୦ କୋଟି ଟପିଯିବ । ଏହାଛଡ଼ା ଧର୍ମଶାଳାରେ ୫ଟି ଓ ବାରିପଦାରେ ଗୋଟିଏ ଜମି କିଣିଛନ୍ତି । ଅନ୍ୟ ସମ୍ପର୍କୀୟଙ୍କ ଜମି କିଣାରେ ଉପରେ ଭିଜିଲାନ୍ସର ନଜର ପଡି଼ଛି । ସେଥିରେ ଯନ୍ତ୍ରୀ ବାବୁଙ୍କ କଳା ଟଙ୍କା ଲାଗିଛି କି ନାହିଁ, ସେନେଇ ତନାଘନା ଚାଲିଛି ।

Source link



Source link

Leave A Reply

Your email address will not be published.