Voice of Eastern India

୩ ନଦୀରେ ଆସିବ ବନ୍ୟା ! ଡେଞ୍ଜର ଜୋନରେ ଦୁଇ ଜିଲ୍ଲା, ବଡ଼ ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ


ଭୁବନେଶ୍ୱର: ଓଡ଼ିଶା ଦେଇ ଅତିକ୍ରମ କରୁଛି ଶକ୍ତିଶାଳୀ ଗଭୀର ଅବପାତ। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି। ବନ୍ୟା ସ୍ଥିତିକୁ ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ବଡ଼ ସୂଚନା ଦେଇଛନ୍ତି। ଉତ୍ତର ଓଡ଼ିଶାରେ ବହୁତ ବର୍ଷା ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସର୍ବାଧିକ ବର୍ଷା ହୋଇଛି। ମୟୁରଭଞ୍ଜ ଓ ବାଲେଶ୍ୱରରେ ଅଧିକ ବର୍ଷା ହୋଇଛି। ସନ୍ଧ୍ୟା ସୁଦ୍ଧା ଜଳକା, ଶାଳନ୍ଦୀ ଓ ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଅଛି।

ସନ୍ଧ୍ୟା ସୁଦ୍ଧା ବୈତରଣୀରେ ବଡ଼ ବନ୍ୟା ହୋଇପାରେ। ଡ୍ୟାମରୁ ନିଷ୍କାସନ ହେଉଥିବାରୁ ଭଦ୍ରକରେ ୱାଟର ଲଗିଙ୍ଗ ହେବ। ଆସନ୍ତା ୨୪ ଘଣ୍ଟା ପରେ ପାଣି କମିବ। ସ୍ଥାନାନ୍ତର ପ୍ରକ୍ରିୟା କରିବ ଜିଲ୍ଲା ପ୍ରଶାସନ। ଆଖୁଆପଦାରେ ଯଦିଓ ବିପଦ ସଂକେତକୁ ଜଳ ଆସିନି, ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ପହଞ୍ଚିଯିବ। ଧାମନଗର, ଦଶରଥପୁର ଚାନ୍ଦବାଲି ପ୍ରଭାବିତ ହେବ। ଚାଷ ଜମି ପ୍ରଭାବିତ ହେବ। ଜଳକା ନଦୀ ମାଖନୀ ବ୍ରିଜ ପାଖରେ ସନ୍ଧ୍ୟା ସୁଦ୍ଧା ୬.୮ରୁ ୭ ମିଟର ବିପଦ ସଂକେତ ଜଳ ହେବ।

ସୋମବାର ସନ୍ଧ୍ୟାରେ ମହାନଦୀରେ ପିକ ଫ୍ଲଡ଼ ହୋଇଥିଲା। ଯାହା ମଙ୍ଗଳବାର ୧୨ଟା ସୁଦ୍ଧା କମିଛି। ମୁଣ୍ଡଳୀରେ ଜଳସ୍ତର କମୁଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ୱାଟର ଲାଗିଙ୍ଗ ହୋଇ ପାରେ। ହୀରାକୁଦର ଦୁଇଟି ଗେଟ ଖୋଲା ଅଛି। ଦୁଇ ଦିନ ଯାଏଁ ହୀରାକୁଦର ଆଉ ଗେଟ ଖୋଲିବ ନାହିଁ। ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହୋଇନି। ତେଣୁ ଡ୍ୟାମ ଗୁଡିକରେ ଅଧିକ ପାଣି ନାହିଁ। ଗତ ବର୍ଷ ଭଲ ବର୍ଷା ହୋଇଥିଲା। ହେଲେ ଏ ବର୍ଷ ହେଉନି। ସୁବର୍ଣ୍ଣପୁରରେ ସର୍ବାଧିକ ଓ ଗଜପତିରେ ସର୍ବନିମ୍ନ ବର୍ଷା ହୋଇଥିବା ସୂଚନା ଦେଇଛନ୍ତି ।

Source link



Source link

Leave A Reply

Your email address will not be published.