Voice of Eastern India

ଆଗକୁ ବଡ଼ ଲକ୍ଷ୍ୟ ରଖିଛନ୍ତି ଅନାହତ ସିଂ, ଜୁନିଅର ସ୍କ୍ସାଶ୍ ଟାଇଟଲ୍ ଜିତିଲା ପରେ ଟାର୍ଗେଟରେ ଅଲମ୍ପିକ୍


ନୂଆଦିଲ୍ଲୀ, ୨୮। ୦୭ : ବିଶ୍ୱ ଜୁନିଅର ସ୍କ୍ୱାଶ୍ ଚାମ୍ପିଅନସିପ୍ ଜିତିଛନ୍ତି ଅନାହତ ସିଂ । ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ଇତିହାସ ରଚିଛନ୍ତି । ତେବେ ଏହା ତାଙ୍କର ଶେଷ ନୁହେଁ ବରଂ ଆରମ୍ଭ ବୋଲି ସେ କହିଛନ୍ତି । ଏତିକିରେ ନଅଟକି ଆଗକୁ ଆହୁରି ସଫଳତା ସାଉଣ୍ଟିବାକୁ ଲକ୍ଷ୍ୟ ରଖିଥିବା ସେ ପ୍ରକାଶ କରିଛନ୍ତି ।

ଅନାହତ କହିଛନ୍ତି ଯେ, ସେ ଆଗାମୀ ଏସିଆନ୍ ଗେମ୍ସ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଠାରେ ସେ ବଡ ଏବଂ ସର୍ବଶ୍ରେଷ୍ଠ ଖେଳାଳିଙ୍କ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ଜାପାନରେ ଆସନ୍ତା ସେପ୍ଟେମ୍ବରରେ ଏସିଆନ୍ ଗେମ୍ସ ଖେଳାଯିବ । ଏଥିରେ ପଦକ ଜିତିଥିବା ଖେଳାଳି ୨୦୨୮ ଅଲମ୍ପିକ୍ ପାଇଁ ମନୋନୀତ ହେବେ । ଏଥର ଅଲମ୍ପିକ୍ସରେ ମଧ୍ୟ ପ୍ରଥମ ଥର ସ୍କ୍ୱାଶ୍ ଖେଳାଯିବ ।

ସେ ଆହୁରି କହିଛନ୍ତି ଯେ, ଅଲମ୍ପିକରେ ସ୍କ୍ୱାଶ୍ ସାମିଲ ହୋଇଥିବାରୁ ସେ ଖୁସି ଅଛନ୍ତି । ଏପରି ହେବ ବୋଲି କେହି ସ୍କ୍ୱାଶ୍ ଖେଳାଳି କେବେ ଭାବିନଥିଲେ । ସେ ଏସିଆନ୍ ଗେମ୍ସ ଜରିଆରେ ଅଲମ୍ପିକରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଯଦି ସେ ସଫଳ ହୁଅନ୍ତି ତାହାଲେ ପ୍ରଥମ ଭାରତୀୟ ଖେଳାଳି ଭାବେ ଅଲମ୍ପିକ୍ ସ୍କ୍ୱାଶରେ ସାମିଲ ହେବେ । ଯଦି ଏଥିରେ ସେ ବିଫଳ ହୁଅନ୍ତି ତାହାଲେ କ୍ନାଲିଫାଏ କରିବାକୁ ଆହୁରି ଅନେକ ରାସ୍ତା ଅଛି ।ତାଙ୍କ ଉପରେ କୌଣସି ଚାପ ନଥିବା ସେ ପ୍ରକାଶ କରିଛନ୍ତି ।

ମାନସିକ ଭାବେ ଅନାହତ ଶକ୍ତିଶାଳୀ ଅଛନ୍ତି । ତାଙ୍କର ଆତ୍ମବିଶ୍ୱାସ ବି ରହିଛି । ଯାହାର ଶ୍ରେୟ ସେ କୋଚ୍ ଗ୍ରେଗରୀ ଗନ୍ତିୟେର ଏବଂ ମେଣ୍ଟର ସୌରଭ ଘୋଷାଲଙ୍କୁ ଦେଇଛନ୍ତି । ଏହାକୁ ନେଇ ଅନାହତ କୁହନ୍ତି ଯେ, ସେ ଚାପକୁ କିପରି ମୁକାବିଲା କରାଯିବ ତାହା ଶିଖିଛନ୍ତି । ପୂର୍ବରୁ ସେ ଭଲ ଖେଳି ମଧ୍ୟ ହାରୁଥିଲେ । କିନ୍ତୁ ଏଥର ସେମିତି ହୋଇନଥିଲା । ସୌରଭ ଚାମ୍ପିଅନସିପ୍ ବେଳେ ଉପସ୍ଥିତ ଥିଲେ । ଯାହା ବହୁତ ଲାଭ ଦାୟକ ହୋଇଥିଲା । ଉଭୟ କୋଚ୍ ଏବଂ ମେଣ୍ଟର ତାଙ୍କୁ ମାନସିକ ସ୍ତରରେ ସୁଦୃଢ ରହିବାର ରାସ୍ତା କହିଛନ୍ତି ବୋଲି ଭାରତର ଏହି ଯୁବ ଖେଳାଳି କହିଛନ୍ତି ।

Source link



Source link

Leave A Reply

Your email address will not be published.