Voice of Eastern India

ଏମିତି ବି ଆସେ ମୃତ୍ୟୁ… ଚା’ ପିଉଥିବା ବେଳେ ଗଛ ଡାଳ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ


ବ୍ରହ୍ମପୁର: ସାନଖେମୁଣ୍ଡି ବ୍ଲକ ଆଡପଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଚା’ ପିଉଥିବା ସମୟରେ ଗଛ ଡାଳ ପଡ଼ି ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ କଙ୍କୋରଡ଼ା ପଞ୍ଚାୟତ ଅଧିନସ୍ଥ କରାଖଣ୍ଡି ଗ୍ରାମର ନଟବର ପ୍ରଧାନ ।

ସୂଚନା ମୁତାବକ ନଟବର ନିଜ ଝିଅ ଘର ଗାଁ ଆଡପଡ଼ା ଗ୍ରାମକୁ ଆସିଥିବା ବେଳେ ମେଡିକାଲ ନିକଟରେ ଥିବା ଏକ ଚା’ ଦୋକାନରୁ ଚା’ ନେଇ ସେଠାରେ ଥିବା ଏକ ଓସ୍ତ ଗଛ ତଳେ ଥିବା ମଣ୍ଡପରେ ବସି ପିଉଥିଲେ। ମାତ୍ର ଏତିକି ବେଳେ ଓସ୍ତର ଗଛର ଏକ ଡାଳ ଭାଙ୍ଗି ତାଙ୍କ ବେକରେ ପଶିଯାଇଥିଲା। ଏଥିରେ ସେ ଗୁରୁତର ଭାବରେ ଆହତ ହୋଇଥିଲେ।

Also Read: ରୋଗୀ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ୧୦୮ ଆମ୍ବୁଲାନ୍ସ, ଦୁର୍ଘଟଣାରେ ୩ ଗୁରୁତର

ତେବେ ସ୍ଥାନୀୟ ଲୋକ ବୃଦ୍ଧଙ୍କୁ ଉଦ୍ଧାର କରି ଆଡପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ ।

Source link



Source link

Leave A Reply

Your email address will not be published.