Voice of Eastern India

କୋଟିଆ ପ୍ରସଙ୍ଗରେ ମୋହନଙ୍କ ରୋକ୍‌ଠୋକ୍ ଜବାବ ! ରାଜନୀତି ନୁହେଁ, ଆଇନଗତ ସମାଧାନ ଜରୁରୀ


ଭୁବନେଶ୍ୱର ୨୭।୧୦ : ଥମୁନି କୋଟିଆ ବିବାଦ । ବାକ୍‌ ଯୁଦ୍ଧ ପରେ ଏବେ ଚିଠି ରାଜନୀତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ନବୀନଙ୍କ ୧୯ ଅକ୍ଟୋବରର ଚିଠିର ଜବାବ ଦେଇ ମୋହନ କହିଛନ୍ତି ଯେ, ୧୯୩୬ରେ ଓଡ଼ିଶା ଗଠନ ହେବା ପରଠାରୁ କୋଟିଆ ଗ୍ରାମପୁଞ୍ଜ ରାଜ୍ୟର ଅବିଚ୍ଛେଦ୍ୟ ଅଂଶ । ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଓ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ । କୋଟିଆ ପ୍ରସଙ୍ଗକୁ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଆଇନଗତ ଓ ସାମ୍ବିଧାନିକ ଉପାୟରେ ସମାଧାନ କରିବା ଆବଶ୍ୟକ । କୋଟିଆ ଓ ଆଖପାଖ ଅଞ୍ଚଳର ସମନ୍ୱିତ ବିକାଶ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି ।  ଏଥିସହ ଅଞ୍ଚଳର ବିକାଶ ଓ ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଦୀର୍ଘଦିନର ଏହି ବିବାଦର ସମାଧାନ ପାଇଁ ନବୀନବାବୁ ଗଠନମୂଳକ ପରାମର୍ଶ ଦିଅନ୍ତୁ ବୋଲି ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

Also Read:-କୋଟିଆ ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି ସମ୍ଭାବନା! ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ କମିଟି ବୈଠକ

କିଛି ଦିନ ତଳେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ । ଏହି ଚିଠିରେ ଆନ୍ଧ୍ର ଅନୁପ୍ରବେଶ କଥା ଉଲ୍ଲେଖ କରିବା ସହ କୋଟିଆର ସର୍ବାଙ୍ଗୀନ ବିକାଶ କଥାକୁ ଦର୍ଶାଇଥିଲେ ନବୀନ । ଯାହାର ଉତ୍ତର ଏବେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Watch Video:-

 

Source link



Source link

Leave A Reply

Your email address will not be published.