ଭୁବନେଶ୍ୱର ୧୦।୦୮ : ଭୟଙ୍କର ଦୁର୍ଘଟଣା । ଯିଏ ଦେଖିବ, ସେ ଚମକିଯିବ । ସୋମବାର ଦିନ ସକାଳୁ ସକାଳୁ ରାଜଧାନୀରେ ଘଟିଛି ଏପରି ଦୁର୍ଘଟଣା । ଖଣ୍ଡଗିରି ଓଭରବ୍ରିଜ୍ ଉପରେ ବସ୍ ଧକ୍କାରେ ଚାଲିଯାଇଛି ଜୀବନ । ଯାହାଫଳରେ ଓଭରବ୍ରିଜ୍ ଉପରେ ଲୋକଙ୍କ ଭିଡ଼ ଲାଗି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି ।
ସୋମବାର ସକାଳ ସମୟ । ସବୁ ଦିନ ପରି ଖଣ୍ଡଗିରି ଓଭରବ୍ରିଜ୍ରେ ଗାଡ଼ିମୋଟର ଯାତାୟତ ଜୋର ଧରିଥାଏ । ଠିକ୍ ଏହି ସମୟରେ ଖଣ୍ଡଗିରି ଓଭରବ୍ରିଜ୍ରେ ଘଟିଲା ଅଘଟଣ । ବାଇକରେ ଯାଉଥିବା ବାପ-ପୁଅଙ୍କୁ ଧକ୍କା ଦେଇଥିଲେ ଏକ ବସ୍ । ଯାହାଫଳରେ ଦୁର୍ଘଟଣାରେ ଉଭୟ ବାପ-ପୁଅ ରାସ୍ତା କଡ଼କୁ ଛିଟକି ପଡିଥିଲେ । ଯେଉଁଥିରେ ବାପାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ତେବେ ଏତେ ଭୟଙ୍କର ଦୁର୍ଘଟଣା ସଂପର୍କରେ ଖବର ପାଇ ଖଣ୍ଡଗିରି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଦୁର୍ଘଟଣାଗ୍ରସ୍ତ ବାପ-ପୁଅଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ବାପାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପୁଅର ଚିକିତ୍ସା ଜାରି ରହିଛି ।
Also Read:-ଗିରଫ ହେଲେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ, ଘରକୁ ଡାକି ୩୩ ବର୍ଷୀୟ ଅଭିନେତ୍ରୀଙ୍କୁ କରୁଥିଲେ ଦୁଷ୍କର୍ମ !
ଅନ୍ୟପଟେ ଏତେ ବଡ଼ ଦୁର୍ଘଟଣା ପରେ ଖଣ୍ଡଗିରି ଓଭରବ୍ରିଜ ଓ ତଳ ରାସ୍ତାରେ ଜାମ ଲାଗି ରହିଛି। ଟ୍ରାଫିକ୍ ଏବଂ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଛାନ୍ଭିନ୍ ଜାରି ରଖିଛି ।
