Voice of Eastern India

ଚାଷ ଋତୁରେ ୬୦ ଦିନ ବନ୍ଦ ରହିବ ‘ଭିବି-ଜି ରାମ ଜି’ କାମ, ସରକାରଙ୍କ ବିଜ୍ଞପ୍ତି ଜାରି


ଭୁବନେଶ୍ଵର: ରାଜ୍ୟରେ ଚାଷ କାର୍ଯ୍ୟରେ ଶ୍ରମିକ ଅଭାବ ଦୂର କରିବା ଏବଂ କୃଷି କାର୍ଯ୍ୟକୁ ପ୍ରାଥମିକତା ଦେବା ଲକ୍ଷ୍ୟରେ ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଆଇନ, ୨୦୨୫’ ଭିବି-ଜି ରାମ ଜି’ ଅନୁଯାୟୀ ଚାଷର ବ୍ୟସ୍ତ ସମୟରେ କାର୍ଯ୍ୟ ଉପରେ ୬୦ ଦିନର କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଅନୁସାରେ, ଜିଲ୍ଲା ଓ ବ୍ଲକ ଭିତ୍ତିକ ଚାଷର ସର୍ବାଧିକ ବ୍ୟସ୍ତ ସମୟକୁ ଚିହ୍ନଟ କରି ସେହି ଅବଧିରେ ‘ଭିବି-ଜି ରାମ ଜି’ ଅଧୀନରେ କୌଣସି ନୂତନ କାମ ଆରମ୍ଭ କିମ୍ବା ଚାଲୁଥିବା କାମ କରାଯିବ ନାହିଁ। ଏହି ସମୟରେ ଗ୍ରାମାଞ୍ଚଳର ଶ୍ରମିକମାନେ କୃଷି କାର୍ଯ୍ୟରେ ନିୟୋଜିତ ହୋଇପାରିବେ ବୋଲି ସରକାର ଆଶା କରିଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ଜିଲ୍ଲା ପାଇଁ ଚାଷ ଋତୁ ଅନୁସାରେ ଭିନ୍ନ ଭିନ୍ନ ୬୦ ଦିନର ଅବଧି ନିର୍ଦ୍ଧାରଣ କରାଯାଇଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ସମେତ ସମସ୍ତ ୩୦ଟି ଜିଲ୍ଲା ପାଇଁ ବ୍ଲକଭିତ୍ତିକ ସମୟସୂଚୀ ପ୍ରକାଶ ପାଇଛି।

Also Read: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂଶ ଆନିମେଟେଡ୍ ଫିଲ୍ମ, ତୀବ୍ର ବିରୋଧ କଲେ ଗଜପତି

ପଞ୍ଚାୟତିରାଜ ବିଭାଗ ସମସ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓ ଏବଂ ଭିବି-ଜି ରାମ ଜି କାର୍ଯ୍ୟକାରୀ ସଂସ୍ଥାମାନଙ୍କୁ ଏହି ନିର୍ଦ୍ଦେଶ କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛି। ଚାଷର ବ୍ୟସ୍ତ ସମୟରେ କୌଣସି ପରିସ୍ଥିତିରେ କାର୍ଯ୍ୟ ଆରମ୍ଭ କିମ୍ବା ଚାଲୁ ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

Source link



Source link

Leave A Reply

Your email address will not be published.