Voice of Eastern India

ଜବତ ବାଇକ ଥାନାରୁ ବିକ୍ରି ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି


ବାଲେଶ୍ବର: ଜବତ ହୋଇଥିବା ବାଇକ ଗୁଡ଼ିକୁ ବାଲେଶ୍ବର ଶିଳ୍ପାଞ୍ଚଳ ଥାନାରୁ ବିକ୍ରି ଘଟଣାର ପୋଲ୍ ଖୋଲିବା ପରେ ଏବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ବର ଏସପି । ଅବଶ୍ୟ ଏସପି ପୂର୍ବରୁ ନିଜେ ଏହାକୁ ଫେକ୍ ବୋଲି କହିଥିଲେ। କିନ୍ତୁ ଏବେ ପ୍ରମାଣ ସିସିଟିଭି ଭିଡିଓ ଏବଂ କବାଡ଼ିଆଙ୍କ ଭିଡିଓ ମିଳିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନାଥାଉକି, ଗତ ଫେବ୍ରୁଆରୀ ୨୦ ତାରିଖ ରାତିରେ ୨ ଦୁଇଟି ପିକ୍ଅପ୍ ଭ୍ୟାନରେ ଥାନା ପରିସରରେ ଥିବା ୫୦ରୁ ଅଧିକ ଜବତ ବାଇକ୍ ବିକ୍ରି କରାଯାଉଛି। ବଡ଼ କଥା ହେଲା ଏସବୁ ଖୋଦ୍ ଶିଳ୍ପାଞ୍ଚଳ ଥାନା IIC ଏବଂ ଥାନାର ଆଉ କିଛି କର୍ମଚାରୀଙ୍କ ଦ୍ବାରା ହିଁ ହୋଇଥିଲା। ଆଉ ସେଠାରୁ କବାଡ଼ିଆ ଦୋକାନକୁ ଯାଇଥିଲା। 

Also Read: AI ବାଘ ଫଟୋ ଛାଡ଼ି ଲୋକଙ୍କୁ ଆତଙ୍କିତ କଲେ ଯୁବକ: ପ୍ରଶାସନ ନାକେଦମ୍, ଥାନାକୁ ନେଲା ପୋଲିସ​​​​​​​

କିନ୍ତୁ ଯେତେବେଳେ ଏହାର CCTV ଭିଜୁଆଲ୍ ନ୍ୟୁଜ୍ 7 ହାତରେ ଲାଗିଲା, ଆଉ ନ୍ୟୁଜ୍ 7 ଏହାକୁ ନେଇ ଖବର ପ୍ରସାରଣ କଲା ସେତେବେଳେ ବାଲେଶ୍ବର SP ପ୍ରତ୍ୟୁଷ ଦିବାକର ଏହାକୁ ଅଫ୍ କ୍ୟାମେରାରେ ଫେକ୍ ନ୍ୟୁଜ୍ ବୋଲି କହିଲେ। ଶିଳ୍ପାଞ୍ଚଳ ଥାନା ପୋଲିସ ମଧ୍ୟ ଅନ୍ୟ ଗଣମାଧ୍ୟମରେ ବିଭିନ୍ନ ଫଟୋ ଦେଖାଇ ଘଟଣାକୁ ମିଛ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କଲା । ଏମିତିକି ସାମ୍ନାକୁ ଆସି ସେଭଳି କିଛି ହୋଇନି ବୋଲି କହିଲେ ଶିଳ୍ପାଞ୍ଚଳ ଥାନା IIC ରୋହିତ୍ କୁମାର ଧଳ । ହେଲେ ଏବେ ସତ ସାମ୍ନାକୁ ଆସିବା ପ​‌ରେ ଏସପି ଦେଇଛନ୍ତି ତଦନ୍ତ ନିର୍ଦ୍ଦେଶ। ଏମିତିରେ ଆଗକୁ କି’ କାର୍ଯ୍ୟାନୁଷ୍ଠାନ ହେଉଛି ? ତାହା ଦେଖିବାକୁ ବାକି ରହିଲା।

Source link



Source link

Leave A Reply

Your email address will not be published.