Voice of Eastern India

ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ସୁବର୍ଣ୍ଣରେଖାରେ ଆସୁଛି ବନ୍ୟା


ଭୁବନେଶ୍ୱର ୧୯।୦୮ : ଲଗାଣ ବର୍ଷା ପାଇଁ ବଢୁଛି ପାଣି । ଯାହାର ପ୍ରଭାବରେ ସୁବର୍ଣ୍ଣରେଖାରେ ବନ୍ୟା ଆସୁଛି । ଏହି ବନ୍ୟା ଯୋଗୁ ଜଳବନ୍ଦୀ ସ୍ଥିତି ଆହୁରି ୩ ରୁ ୪ ଦିନ ଲାଗିରହିବ ବୋଲି ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସୁବର୍ଣ୍ଣରେଖାରେ ବଢୁଛି ପାଣି | ଗାଲୁଡିହିରୁ ସାଢ଼େ ୬ ହଜାର କିଉମେକ୍ ପାଣି ଆସିଛି | ବୁଧବାର ରାତି ୧୨ ଟା ସୁଦ୍ଧା ପିକ ଫ୍ଲଡ ଆସିବ ଫଳରେ ପାଣି ପଶିବ | ବାଲିଆପାଳ, ବସ୍ତା, ଭୋଗରାଇ ଓ ଜଳେଶ୍ୱର ପ୍ରଭାବିତ ହେବ | ଏପଟେ ଜଳକାରେ ପାଣି କମୁଛି | ବ୍ରାହ୍ମଣୀରେ ପାଣି ସତର୍କ ସଙ୍କେତ ତଳେ ରହିଛି | ବୈତରଣୀରେ ବି ହ୍ରାସ ପାଉଛି ପାଣି | ୧୮.୫୭ ଫୁଟରେ ପାଣି ରହିଛି | ସାଳନ୍ଦୀରେ ସ୍ଥିର ରହିଛି ପାଣି | ବୁଢ଼ାବଳଙ୍ଗରେ ବି ବିପଦ ସଙ୍କେତ ତଳେ ରହିଛି ପାଣି ।

Watch Video:-

 

Source link



Source link

Leave A Reply

Your email address will not be published.