ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ରେ ମୁଖ୍ୟ ଆୟୁକ୍ତ ଜ୍ଞାନେଶ କୁମାର ମନମୁଖୀ ଏକତରଫା ନିଷ୍ପତ୍ତି ନେଉଥିବା ଅନ୍ୟ ଦୁଇ ଆୟୁକ୍ତଙ୍କ ଅଭିଯୋଗ ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇ ଯାଇଛି। ଆଉ ଜ୍ଞାନେଶ କୁମାରଙ୍କୁ ତୁରନ୍ତ ପଦରୁ ହଟାଇବା ଦାବି ଉପରେ ତତ୍କାଳ ଆଦେଶ ଦେବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଆମେ ନ୍ୟୁଜ୍ ରିପୋର୍ଟ ଆଧାରରେ ଆଦେଶ ଜାରି କରି ପାରିବୁ ନାହିଁ।
ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଦାଖଲ ଯାଚିକାରେ ଏସଆଇଟି ତଦନ୍ତ ଏବଂ ଏସଆଇଆରକୁ ବେଆଇନ ଘୋଷିତ କରିବାକୁ ଦାବି କରାଯାଇଛି। ଉଚ୍ଚତମ ନ୍ୟାୟାଳୟ ମାମଲାରେ ଭାରତ ସରକାର, ତିନି ନିର୍ବାଚନ ଆୟୁକ୍ତ, କ୍ୟାବିନେଟ୍ ସଚିବ, ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ମନୀଷ ଗର୍ଗ, ଆଇଟି ହେଡ୍ ସୀମା ଖନ୍ନାଙ୍କୁ ନୋଟିସ୍ ଜାରି କରିଛନ୍ତି।
Also Read: SIR ବିରୋଧୀ ପ୍ରଦର୍ଶନ ମଧ୍ୟରେ ଆସିଲା ସୁପ୍ରିମକୋର୍ଟ ଜଜ୍ ଙ୍କ ବୟାନ, ଜଣନ୍ତୁ କହିଛନ୍ତି କ’ଣ?
ଯାଚିକା ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ପୀଠ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ, ଯଦି ନିର୍ବାଚନ ଆୟୋଗଙ୍କ ଉତ୍ତର ମିଳିବା ପରେ ଏହା ସାବ୍ୟସ୍ତ ହୁଏ ଯେ, ନିୟମ ଏବଂ ସର୍ବସମ୍ମତିକୁ ଅଣଦେଖା କରି ନିଷ୍ପତ୍ତି ନିଆଯାଇଥିଲା, ତେବେ ଅଦାଲତ ଆୟୋଗର ପୂର୍ବ ନିଷ୍ପତ୍ତିକୁ ବଦଲାଇ ଦେବେ।
ସିଜେଆଇଙ୍କ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି, ପ୍ରଥମେ ନୋଟିସର ଉତ୍ତର ଆସିବାକୁ ଦିଆଯାଉ। ଯଦି ନିର୍ବାଚନ ଆୟୋଗ ଏବଂ ରେକର୍ଡରୁ ଏହା ସ୍ପଷ୍ଟ ହୁଏ ଯେ, ନିଷ୍ପତ୍ତିରେ ସର୍ବସମ୍ମତିରେ ହୋଇ ନାହିଁ ତେବେ ଆମେ ନିର୍ବାଚନ ଆୟୋଗଙ୍କ ସମସ୍ତ ନିଷ୍ପତ୍ତିକୁ ରଦ୍ଦ କରି ଦେବୁ।
ବରିଷ୍ଠ ଆଇନଜୀବୀ ବିକାଶ ସିଂ ଶୁଣାଣି ପୂରା ହେବା ପର୍ଯ୍ୟନ୍ତ ସିଇସିଙ୍କ ଅଧିକାରକୁ ସସପେଣ୍ଡ କରିବା କିମ୍ବା ତାଙ୍କର ନିଷ୍ପତ୍ତି ନେବାକୁ କ୍ଷମତାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ବରିଷ୍ଠ ଆଇନଜୀବୀ ମେନକା ଗୁରୁସ୍ଵାମୀ ଏଥିରେ ସଂପର୍କିତ ଯାଚିକାରେ ଫର୍ମ ୬ରେ ହୋଇଥିବା ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏସଆଇଆର ପ୍ରକ୍ରିୟାରେ ଫର୍ମ ୬ ସବୁଠୁ ବଡ଼ ତ୍ରୁଟି ବୋଲି ସେ ଅଭିଯୋଗ କରିଛନ୍ତି।
Also Read: Gen Z ପରିବର୍ତ୍ତେ ‘ତରୁଣ ଭାରତ’ କହିବା ଉଚିତ, ଏଭଳି କାହିଁକି କହିଲେ ନରେନ୍ଦ୍ର ସିଂହ ତୋମାର ?
ସୁପ୍ରିମକୋର୍ଟ ଆଜି ସେହି ଯାଚିକାଗୁଡ଼ିକ ଉପରେ ଶୁଣାଣି କରିଛନ୍ତି, ଯେଉଁଥିରେ ଜ୍ଞାନେଶ କୁମାରଙ୍କ କଥିତ ଏକତରଫା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ସବୁ ଯାଚିକା ନ୍ୟୁଜ ଇନଭେଷ୍ଟିଗେସନ ରିପୋର୍ଟ ପରେ ଦାୟର କରାଯାଇଛି। ଦ ଇଣ୍ଡିଆନ ଏକ୍ସପ୍ରେସର ଅନୁସନ୍ଧାନମୂଳକ ରିପୋର୍ଟରେ ଦାବି କରାଯାଇଛି ଯେ, ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସିଂ ସନ୍ଧୁ ଓ ବିବେକ ଯୋଶୀ ଗତ ୧୦ ମାସରେ ଏସଆଇଆର ସଂପର୍କିତ ନିଷ୍ପତ୍ତି ଓ ଆଦେଶ ଉପରେ ଅତି କମରେ ୧୪ ଥର ଆପତ୍ତି କରିଥିଲେ। ସେମାନଙ୍କ ବିନା ଅନୁମତି ଏବଂ ଅବଗତରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଆଦେଶ ଜାରି କରିଥିବା ଅଭିଯୋଗ ହୋଇଛି।
