Voice of Eastern India

ନାଇଡୁ କମିଶନ ରିପୋର୍ଟ ମାମଲାରେ ଛାନ୍‌ଭିନ୍‌, ଗୃହ ବିଭାଗ ଯୁଗ୍ମ ସଚିବଙ୍କ ଅଫିସରେ ପୋଲିସର ପଚରାଉଚରା


ଭୁବନେଶ୍ୱର ୧୧। ୦୬ : ନାଇଡ଼ୁ କମିଶନ ତଦନ୍ତ ରିପୋର୍ଟ ଗାଏବ୍ ଘଟଣା । ଗୃହ ବିଭାଗ ଯୁଗ୍ମ ସଚିବଙ୍କ ଅଫିସରେ ପହଞ୍ଚିଲା କ୍ୟାପିଟାଲ ଥାନା ପୋଲିସ । ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କୁ ପଚରାଉଚରା କରିଛି । ବୁଧବାର କ୍ୟାପିଟାଲ ଥାନାରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଏତଲା ଦେଇଥିଲେ । ଏହା ପରେ ତନାଘନା ଆରମ୍ଭ ହୋଇଛି ।

ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଉପରେ ଜଷ୍ଟିସ୍ ଏଏସ୍ ନାଇଡୁ କମିସନ ତଦନ୍ତ ରିପୋର୍ଟ ଗୃହ ବିଭାଗକୁ ଦେଇଥିଲେ। ଏହାପରେ ଗୃହ ବିଭାଗ ପକ୍ଷରୁ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସିଏମଓକୁ ପଠାଯାଇଥିଲା। ନାଇଡୁ କମିସନଙ୍କ ରିପୋର୍ଟ ଗୃହ ବିଭାଗ ପକ୍ଷରୁ ୨୦୧୬ ସେପ୍ଟେମ୍ବର ୧୬ରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରେ ଦିଆଯାଇଥିବାବେଳେ ସେଠାରୁ ୨୦୧୬ସେପ୍ଟେମ୍ବର ୧୯ରେ ସିଏମଓକୁ ଯାଇଥିଲା । ହେଲେ ଫାଇଲ ଏବେ ଗାଏବ ହୋଇଯାଇଥିବା ଗୃହ ବିଭାଗ ପକ୍ଷରୁ ଏତଲା ଦିଆଯଇଛି । ଗୃହ ବିଭାଗ ପକ୍ଷରୁ ତଦନ୍ତ କମିସନଙ୍କ ରିପୋର୍ଟ ହଜିବା ନେଇ ଏତଲା ଦିଆଯିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

Also Read:-

Source link



Source link

Leave A Reply

Your email address will not be published.