Voice of Eastern India

ନୀଳଗିରି ସହରରେ ବୁଲୁଛି ଭାଲୁ, ସାଇକେଲ ଆରୋହୀଙ୍କୁ କଲା ଆକ୍ରମଣ


ନୀଳଗିରି: ଭାଲୁ ଆକ୍ରମଣରେ ଦୁଇ ସାଇକେଲ ଆରୋହୀ ଆହତ। ଘଟଣା ଘଟିଛି ବାଲେଶ୍ଵର ନୀଳଗିରି ଅଞ୍ଚଳରେ । ଶୁକ୍ରବାର ରାତିରେ ସ୍ଵର୍ଣ୍ଣଚୁଡ଼ ଜଙ୍ଗଲରୁ ଏକ ଭାଲୁ ନୀଳଗିରି ସହରରେ ବୁଲୁଥିବାର ଦେଖିବାକୁ ମିଳିଥିବା ବେଳେ ଭାଲୁଟି ଦୁଇ ସାଇକେଲ ଆରୋହୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଘାଟଘରସାହି ଅଞ୍ଚଳର ଦୁଇ ଯୁବକ ରାହୁଲ ସିଂ ଓ ସନ୍ତୋଷ ସିଂ ବଜାରରୁ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ହେଲେ ଜଗନ୍ନାଥ ମନ୍ଦିର ପଛ ପାର୍ଶ୍ବ ଗଳି ନିକଟରେ ଏକ ଭାଲୁ ତାଙ୍କ ଉପରକୁ ଝାମ୍ପି ପଡ଼ିଥିଲା। ଫଳରେ ଦୁଇ ଜଣ ଡ୍ରେନରେ ପଡ଼ିଯାଇଥିଲେ। ଅବଶ୍ୟ ଭାଲୁଟି ଗର୍ଜନ କରି ରାସ୍ତା ପାର୍ କରି ପଳାଇଯାଇଥିଲା।

Also Read: 

ତେବେ ଏଥିରେ ରାହୁଲଙ୍କର ଗୋଡ଼ରେ ଆଘାତ ଲାଗିଥିବା ବେଳେ ସନ୍ତୋଷଙ୍କ କାନରେ ଆଘାତ ଲାଗିଛି। ସ୍ଥାନୀୟ ଲୋକ ଡାକ ପକାଇବାରୁ ଭାଲୁଟି ଗର୍ଜନ ଛାଡ଼ି ପଳାଇଯାଇଥିଲା। ଆକ୍ରମଣର ଦୃଶ୍ୟ ସିସିଟିଭି ଭିଜୁଆଲରେ କଏଦ ହୋଇଛି।

Source link



Source link

Leave A Reply

Your email address will not be published.