ନୂଆଦିଲ୍ଲୀ: UIDAIର ନୂଆ Aadhaar App ୪ କୋଟି ଡାଉନଲୋଡ୍ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହି ଆପ୍ ଜରିଆରେ ଲକ୍ଷ ଲକ୍ଷ ଲୋକ ଘରେ ବସି ନିଜର ଠିକଣା ଏବଂ ଫୋନ୍ ନମ୍ବର ବଦଳାଉଛନ୍ତି ଓ ଅନେକ ଜରୁରୀ ଆଧାର ସେବାର ଫାଇଦା ଉଠାଉଛନ୍ତି ।
ବ୍ୟାଙ୍କ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ନେବା, ମୋବାଇଲ୍ ସିମ୍ ନେବା ଏବଂ ଅନ୍ୟାନ୍ୟ ସେବା ପାଇଁ ଆଧାର କାର୍ଡ ଅତ୍ୟନ୍ତ ଜରୁରି । ଏହାକୁ ଧ୍ୟାନରେ ରଖି UIDAI କ୍ରମାଗତ ଭାବରେ ଆଧାର ସହିତ ଜଡ଼ିତ ଡିଜିଟାଲ୍ ସେବାଗୁଡ଼ିକୁ ସହଜ କରିବା ପାଇଁ କାମ କରୁଛି । ଏହି କ୍ରମରେ ଲଞ୍ଚ କରାଯାଇଥିବା ନୂଆ Aadhaar Appକୁ ଲୋକଙ୍କର ଜବରଦସ୍ତ ପ୍ରତିକ୍ରିୟା ମିଳିଛି ।
ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହି ଆପ୍ ମାଧ୍ୟମରେ ଏପର୍ଯ୍ୟନ୍ତ ୧୧ ଲକ୍ଷରୁ ଅଧିକ ଠିକଣା ଅପଡେଟ୍ କରାଯାଇଛି । ପ୍ରାୟ ୪୯ ଲକ୍ଷ ଲୋକ ନିଜର ମୋବାଇଲ୍ ନମ୍ବର ଅପଡେଟ୍ କରିଛନ୍ତି ।
ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଲୋକମାନେ ଏବେ ଆଧାର ସମ୍ବନ୍ଧୀୟ କାମ ପାଇଁ ଅଫିସ୍ ଯିବା ବଦଳରେ ମୋବାଇଲ୍ ଆପ୍ର ବ୍ୟବହାର ଅଧିକ କରୁଛନ୍ତି । ଏହି ଆପ୍ କେବଳ ଠିକଣା ବଦଳାଇବାରେ ସୀମିତ ନୁହେଁ, ଏହା ମାଧ୍ୟମରେ ଡିଜିଟାଲ୍ ଆଧାର ଭେରିଫିକେସନ୍ ଏବଂ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ମିଳୁଛି, ଯାହା ଦ୍ୱାରା ସମୟ ବଞ୍ଚୁଛି ।
Aadhaar Appରୁ ଠିକଣା କିପରି ଅପଡେଟ୍ କରିବେ ?
ଯଦି ଆପଣ ନିଜ ଆଧାର କାର୍ଡରେ ଠିକଣା ବଦଳାଇବାକୁ ଚାହୁଁଛନ୍ତି, ତେବେ ତଳେ ଦିଆଯାଇଥିବା ଷ୍ଟେପ୍ଗୁଡ଼ିକୁ ଅନୁସରଣ କରନ୍ତୁ
1. ଆପ୍ ଖୋଲନ୍ତୁ: ନିଜ ଫୋନ୍ରେ Aadhaar App ଖୋଲନ୍ତୁ
2. ଲଗଇନ୍ କରନ୍ତୁ: ଲଗଇନ୍ କରି OTP ଦ୍ୱାରା ଭେରିଫିକେସନ୍ ପୂରଣ କରନ୍ତୁ
3. ଆଡ୍ରେସ୍ ଅପଡେଟ୍ ବାଛନ୍ତୁ: ଆପ୍ରେ ଥିବା “Address Update” ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
4. ନୂଆ ଠିକଣା ଦିଅନ୍ତୁ: ନିଜର ନୂଆ ଠିକଣା ଦାଖଲ କରନ୍ତୁ
5. ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ: ମଗାଯାଇଥିବା ଜରୁରି ଠିକଣା ପ୍ରମାଣପତ୍ର ଅପଲୋଡ୍ କରନ୍ତୁ
6. ସବମିଟ୍ କରନ୍ତୁ: ସମସ୍ତ ସୂଚନା ଯାଞ୍ଚ କରି ରିକ୍ୱେଟ ସବମିଟ୍ କରନ୍ତୁ
7. URN ନମ୍ବର ରଖନ୍ତୁ: ସବମିଟ୍ କରିବା ପରେ ଆପଣଙ୍କୁ ଗୋଟିଏ Update Request Number (URN) ମିଳିବ, ଯାହା ସାହାଯ୍ୟରେ ଆପଣ ନିଜ ଆବେଦନର ଷ୍ଟାଟସ୍ ଟ୍ରାକ୍ କରିପାରିବେ
Aadhaar Appରୁ ମୋବାଇଲ୍ ନମ୍ବର କିପରି ଅପଡେଟ୍ କରିବେ ?
1. ଆପ୍ ଖୋଲନ୍ତୁ: ଫୋନ୍ରେ Aadhaar App ଖୋଲି ଲଗଇନ୍ କରନ୍ତୁ
2. ସର୍ଭିସକୁ ଯାଆନ୍ତୁ: ହୋମ୍ ସ୍କ୍ରିନ୍ରେ ଥିବା “Services” ସେକ୍ସନକୁ ଯାଆନ୍ତୁ
3. ମୋବାଇଲ୍ ନମ୍ୱର ଅପଡେଟ୍ ବାଛନ୍ତୁ: ଏଠାରେ “Mobile Number Update” ଅପ୍ସନକୁ ଚୟନ କରନ୍ତୁ
4. ନୂଆ ନମ୍ବର ଦିଅନ୍ତୁ: ଆପଣଙ୍କର ନୂଆ ମୋବାଇଲ୍ ନମ୍ବର ଦାଖଲ କରନ୍ତୁ
5. ଯାଞ୍ଚ କରନ୍ତୁ: ସ୍କ୍ରିନ୍ରେ ଦେଖାଯାଉଥିବା ସୂଚନାକୁ ଯାଞ୍ଚ କରି ଆଗକୁ ବଢ଼ନ୍ତୁ
6. URN ସଂଗ୍ରହ କରନ୍ତୁ: ରିକ୍ୱେଟ୍ ସବମିଟ୍ କରିବା ପରେ ଆପଣଙ୍କୁ ଗୋଟିଏ Update Request Number ମିଳିବ । ଏହା ସାହାଯ୍ୟରେ ଆପଣ ଅପଡେଟର ଷ୍ଟାଟସ୍ ଚେକ୍ କରିପାରିବେ
