Voice of Eastern India

ପୁଣି ଆକ୍ଟିଭ କଫ୍ ସିରପ୍ ମାଫିଆ, ଚାଲାଣ ବେଳେ ଫିଲ୍ମ ଷ୍ଟାଇଲରେ ଧରିଲା ପୋଲିସ

<!–

–>

ଅନ୍ଧାର ନିଛାଟିଆ ରାସ୍ତାରେ ଫେରାର ମାରୁଥିଲେ । କଫ୍ ସିରପ୍ ଗାଡିକୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ । ସମ୍ବଲପୁର ନମ୍ବର ଥିବା ଗାଡି ସହ ୫ ଜଣ ଗିରଫ । ବିପୁଳ ପରିମାଣର କଫ୍ ସିରପ୍ ଜବତ । 

Published By: Ruby – Prameya-News7 Bureau |
June 07, 2026 04:59 PM

NEWS7

<!–

–>

<!–

ବଲାଙ୍ଗିର ୭।୬: ଫିଲ୍ମ ଷ୍ଟାଇଲରେ ହେଉଥିଲା କଫ୍ ସିରପ୍ ଚାଲାଣ । ବିଶେଷ ସୂତ୍ରରୁ ଖବର ପାଇ ଧରିଲା ବଲାଙ୍ଗିର ଟାଉନ ପୋଲିସ । ବଲାଙ୍ଗିରରେ ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି ପୋଲିସ । ବଲାଙ୍ଗିର ସ୍ମାର୍ଟ ପାର୍କ ନିକଟ ବାଇପାସ୍ ରାସ୍ତାରୁ କଫ୍ ସିରପ୍ ଜବତ । ଅନ୍ଧାର ଓ ନିଛାଟିଆ ରାସ୍ତା ଦେଇ ଫେରାର ମାରିବା ସମୟରେ ଜାଲ ବିଛାଇ ଜଗିଥିଲା ପୋଲିସ । କଫ୍ ସିରପ୍ ଚାଲାଣକାରୀଙ୍କୁ ଦେଖି ଗୋଡ଼ାଇ ଗୋଡ଼ାଇ ଧରିଲା ।

ଘଟଣାରେ ୫ ଜଣ ଗିରଫ ହୋଇଥିବା ବେଳେ ଗୋଟିଏ ସମ୍ବଲପୁର ନମ୍ବର ଥିବା କାର୍ ମଧ୍ୟ ଜବତ ହୋଇଛି । ତେବେ ୮୮୦ ବୋତଲ କଫ୍ ସିରପ୍ ଜବତ କରିଛି ପୋଲିସ । ଯାହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ । ଏହାସହ ଗିରଫ ୫ ଜଣଙ୍କ ନିକଟରୁ ୫ଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଯୁବକ ମାନେ ହେଲେ ତାଲପାଲି ପଡାର ବିଦ୍ୟାଧର ସାହୁ, ବରପାଲି ପଡାର ଅଙ୍କିତ ପଟେଲ ଏବଂ ବିଶେଷ ଜେନା, ତୁଳସୀ ନଗର ପଡାର ପ୍ରିୟଅଂଶୁ ନନ୍ଦ ଏବଂ କଟକ ନରସିଂହପୁରର ସୁରେଶ କୁମାର ସାହୁ । ଏମାନଙ୍କ ମଧ୍ୟରେ ବିଦ୍ୟାଧର ସାହୁ ହେଉଛି ଏହି କଫ୍ ସିରପ୍ ଚାଲାଣର ମାଷ୍ଟର ମାଇଣ୍ଡ ବୋଲି ପୋଲିସ କହିଛି ।

Also Read:- ଭୋଜି କରିବାକୁ ଆସି ପାଓ୍ବାର କେନାଲରେ ବୁଡ଼ିଗଲେ, ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ

ଏମାନଙ୍କ ପଛରେ କିଏ ମୁଖ୍ୟ ମାଫିଆ କିଏ । କେଉଁଠୁ ଆସୁଥିଲା କୁଆଡେ ଯାଉଥିଲା ତାହାର ସମ୍ପୂର୍ଣ୍ଣ ତଥ୍ୟ ଦେଇନାହିଁ ପୋଲିସ ଯାହାକୁ ନେଇ ମୁଖ୍ୟ ମାଫିଆକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ଘଟଣାରେ ଜବତ ଗାଡିକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ କିନ୍ତୁ ପୋଲିସ କହିଛି ଏହାକୁ ନେଇ ତଦନ୍ତ ଜାରି ରହିଛି।

Source link

Source link

Leave A Reply

Your email address will not be published.