<!–
ମୟୂରଭଞ୍ଜ ଗସ୍ତ ସାରି ହେଲିକପ୍ଟର ଯୋଗେ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ କାଳବୈଶାଖୀ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ବର ବିମାନବନ୍ଦରରେ ଲ୍ୟାଣ୍ଡ୍ କରିପାରିନଥିଲା।
Published By: Chikun – Prameya-News7 Bureau |
June 08, 2026 05:45 PM
NEWS7
<!–
–>
ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର କଲା ଜରୁରୀ ଅବତରଣ। ଭୁବନେଶ୍ବରରେ କାଳବୈଶାଖୀ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ କରିନପାରି ପୁରୀରେ ଜରୁରୀ ଅବତରଣ କରିଛି। ସେପଟେ ପୁରୀରେ ମଧ୍ୟ କାଳବୈଶାଖୀ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ, ବିଜୁଳି ଏବଂ ଘଡ଼ଘଡ଼ି ଯୋଗୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜ ଗସ୍ତ ସାରି ହେଲିକପ୍ଟର ଯୋଗେ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ କାଳବୈଶାଖୀ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ବର ବିମାନବନ୍ଦରରେ ଲ୍ୟାଣ୍ଡ୍ କରିପାରିନଥିଲା। ଫଳରେ ପୁରୀରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଥିଲେ। ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପୁରୀ ସର୍କିଟ ହାଉସରେ ଅଛନ୍ତି। ସେଠାରୁ କାରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବେ ବୋଲି ଜଣାପଡ଼ିଛି।