Voice of Eastern India

ବେହାଲ କଲା ଲଗାଣ ବର୍ଷା, ଆଣ୍ଠୁଏ ପାଣିରେ ହେଲା ମା’ ସମଲେଶ୍ବରୀଙ୍କ ଆଳତି


ବଲାଙ୍ଗୀର: ବର୍ଷାରେ ବେହାଲ ହେଲା ବଲାଙ୍ଗୀର ସହର। ପ୍ରବଳ ବର୍ଷା ଯୋଗୁ ସହରର ସବୁଠି ବର୍ଷା ପାଣି। ରାସ୍ତା ହେଉକି ଦୋକାନ ଘର, ମନ୍ଦିର ସବୁଠି ଜଳ ମଗ୍ନ। ଏମିତିରେ ପୁଣି ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିରରେ ପଶିଛି ଡ୍ରେନ ପାଣି।

ପ୍ରବଳ ବର୍ଷା ଯୋଗୁ ଡ୍ରେନ ପାଣି ମନ୍ଦିର ଭିତରେ ପଶିଥିବା ବେଳେ, ବାଧ୍ୟ ହୋଇ ପାଣି ଜମିଥିବା ଅବସ୍ଥାରେ ହିଁ ମା’ ସମଲେଶ୍ବରୀଙ୍କ ଆଳତି କରାଯାଇଛି। ତେବେ ଜବରଦଖଲ ଓ ଡ୍ରେନେଜ ଅସୁବିଧା ପାଇଁ ଏଭଳି ଅସୁବିଧା ହେଉଛି ଏବଂ ବାରମ୍ବାର ଜଣାଇବା ସତ୍ତ୍ବେ କୌଣସି ସମାଧାନ ହେଉନଥିବା ଅଭିଯୋଗ ହେଉଛି। ସେହଭଳି ସହରର ବିଭିନ୍ନ ସ୍ଥାନ, ଦୋକାନ ଘର ସହ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବା ବେଳେ, ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବର୍ଷା ଜାରି ରହିଥିବା ବେଳେ ଚିନ୍ତାରେ ସହରବାସୀ।

Also Read: ଭୁଶୁଡ଼ିଲା ନବ ନିର୍ମିତ ନଦୀ ବନ୍ଧ ରାସ୍ତାର ସାଇଡ୍ ୱାଲ୍, ଉଚ୍ଚସ୍ତରୀୟ ତଦନ୍ତ ହେବ

Source link



Source link

Leave A Reply

Your email address will not be published.