Voice of Eastern India

ମାଧୁରୀ ଦୀକ୍ଷିତଙ୍କ ପୁରା ହମଶକଲ ଏହି ଅଭିନେତ୍ରୀ ! ଡୁପ୍ଲିକେଟ ମାଧୁରୀଙ୍କ ଆଗେ ଫିକା ପଡିଗଲେ ‘ଧକ୍-ଧକ୍ ଗର୍ଲ’


ମୁମ୍ବାଇ : ବଲିଉଡର ଧକ୍-ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ହସ, ଆଖି ଆଉ ତାଙ୍କ ଭାବଭଙ୍ଗୀର ଆଜି ବି ଲକ୍ଷ ଲକ୍ଷ ଫ୍ୟାନ୍ ଅଛନ୍ତି। କିନ୍ତୁ ଯେତେବେଳେ କଥା ଆସେ ମାଧୁରୀଙ୍କ ହମଶକଲଙ୍କ, ସେତେବେଳେ ଜଣେ ଅଭିନେତ୍ରୀଙ୍କ ନାଁ ନିଶ୍ଚିତ ଭାବେ ଚର୍ଚ୍ଚାକୁ ଆସେ । ତେବେ ସେ ଯୁବତୀ ଜଣକ କିଏ ? ଯାହାଙ୍କୁ ଦେଖିଲେ ଲୋକେ ମାଧୁରୀ ଦୀକ୍ଷିତ କହୁଛନ୍ତି । ତେବେ ସେ ହେଉଛନ୍ତି ନିକୀ ୱାଲିଆ। ଆଉ ସବୁଠାରୁ ଖାସ୍ କଥା ହେଉଛି, ନିକୀଙ୍କ କହିବା ଅନୁସାରେ ମାଧୁରୀ ଦୀକ୍ଷିତ ମଧ୍ୟ ନିଜେ ତାଙ୍କୁ କହିଥିଲେ ଯେ ସେ ମାଧୁରୀଙ୍କ ଭଳି ଦେଖାଯାଆନ୍ତି ।

ଅଭିନେତ୍ରୀ ନିକୀ ୱାଲିଆ ଦୀର୍ଘ ୩୦ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ। ନିକୀ କହିଛନ୍ତି ଯେ, ତାଙ୍କୁ ପ୍ରାୟ ପ୍ରତିଦିନ କେହି ନା କେହି ମାଧୁରୀ ଦୀକ୍ଷିତଙ୍କ ସହ ତୁଳନା କରନ୍ତି। ତେବେ ଏହି ସମାନତାକୁ ନେଇ ନିକୀଙ୍କର ମାଧୁରୀଙ୍କ ସହ ଏକ ମଜାଦାର ସାକ୍ଷାତ ମଧ୍ୟ ହୋଇଥିଲା। ନିକୀ କହିଛନ୍ତି, ଦୁହେଁ ଗୋଟିଏ ଫ୍ଲାଇଟ୍ରେ ଏକାଠି ଯାତ୍ରା କରୁଥିବା ବେଳେ ନିଜ ନିଜ ଚେହେରାର ଫିଚର୍ସକୁ ନେଇ ମଜାରେ ତୁଳନା କରିଥିଲେ। ସେମାନେ ଉଭୟଙ୍କ ଆଖି, ଓଠ ଓ ହସକୁ ଦେଖିଥିଲେ। ନିକୀଙ୍କ କହିବା ଅନୁସାରେ, ଶେଷରେ ଦୁହେଁ ଜାଣିବାକୁ ପାଇଥିଲେ ଯେ ସେମାନଙ୍କର ହସ ମଧ୍ୟରେ ସବୁଠାରୁ ଅଧିକ ସମାନତା ରହିଛି। ଆଉ ମାଧୁରୀ ନିଜେ ନିକୀଙ୍କୁ କହିଥିଲେ ଯେ ସେ ତାଙ୍କ ଭଳି ହିଁ ଦେଖାଯାଉଛନ୍ତି।

ଏହି ଘଟଣା ସେତେବେଳେ ଆହୁରି ଖାସ୍ ହୋଇଥିଲା, ଯେତେବେଳେ ମାଧୁରୀଙ୍କୁ ‘ଦିଲ୍ ତୋ ପାଗଲ୍ ହୈ’ ପାଇଁ ଏବଂ ନିକୀଙ୍କୁ ‘ବାତ୍ ବନ୍ ଜାଏ’ ପାଇଁ ଆୱାର୍ଡ ମିଳିଥିଲା। ସେହି ସମୟରେ ଦୁହେଁ ଏକାଠି ବସି ନିଜକୁ ତୁଳନା କରିଥିଲେ। ନିକୀ ୱାଲିଆ ନିକଟରେ ‘ଭାଇ ତେରା ଷ୍ଟାର୍ ହୈ’ ଫିଲ୍ମରେ ମ୍ୟାଣ୍ଡି ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମରେ ତାଙ୍କ ଚରିତ୍ର ଓ ବ୍ୟକ୍ତିତ୍ୱ ନିଜ ବାସ୍ତବ ଜୀବନଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ କହିଛନ୍ତି। ତେବେ ମାଧୁରୀ ଦୀକ୍ଷିତଙ୍କ ସହ ନିକୀ ୱାଲିଆଙ୍କ ସମାନତାକୁ ନେଇ ଚର୍ଚ୍ଚା ନୂଆ ନୁହେଁ । କିନ୍ତୁ ଯେତେବେଳେ ନିଜେ ଧକ୍-ଧକ୍ ଗର୍ଲ ଏହି ସମାନତାକୁ ସ୍ୱୀକାର କରିଥିବା କଥା ସାମ୍ନାକୁ ଆସିଛି, ସେତେବେଳେ ଏହି ଖବର ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି ।

Source link



Source link

Leave A Reply

Your email address will not be published.