ନୂଆଦିଲ୍ଲୀ: ହର୍ମୁଜରେ ଭାରତ ପାଇଁ ସବୁଠୁ ବଡ଼ ଶତ୍ରୁ ସାଜିଛି ଆମେରିକା। ୩ ଦିନରେ ୩ ଜାହାଜକୁ ହମଲା। ଭାରତ ଲାଗି ତୈଳ ଓ ଗ୍ୟାସ ଧରି ଆସୁଥିବା ଜାହାଜ ଉପରକୁ ବାରମ୍ବାର ଟାର୍ଗେଟ୍। ଓମାନ ଉପକୂଳ ନିକଟରେ ଭାରତୀୟ କ୍ରୁ ଥିବା ଆଉ ଏକ ଜାହାଜ ଉପରେ ହେଲଫାୟାର ମିସାଇଲ ମାଡ଼ କରିଛି ଆମେରିକା। ଆକ୍ରମଣ ପରେ ଜାହାଜ ଏମ୍ଟି ଜଲ୍ବୀର’ରେ ନିଆଁ ଲାଗିଯାଇଥିଲା। ପରେ ସମସ୍ତ ୨୦ ଭାରତୀୟ କୁ ସଦସ୍ୟଙ୍କୁ ଉଦ୍ଧାର କରଯାଇଛି। ଆମେରିକା ନୌସେନା ଏହି ଆକ୍ରମଣ କରିଥିବା ସ୍ୱୀକାର କରିଛି।
ଆମେରିକାର ନୌସେନା ଏହି ବିସାଉ ଦେଶର ପତାଙ୍କ ଲାଗିଥିବା ‘ଏମ୍ଟି ଜଲବୀର” ଉପରେ ଫାୟାର ମିସାଇଲ୍ ଆକ୍ରମଣ ହୋଇଥିବା ଆମେରିକା କହିଛି। ପ୍ରମାଣସ୍ବରୂପ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ ଭିଡିଓ ଫୁଟେଜ ଜାରି କରିଛି । ଇରାନୀ ତୈଳ ପରିବହନ ନିମନ୍ତେ ଚେଷ୍ଟା କରି ଜାହାଜଟି ଆମେରିକୀୟ ନୌସେନାର ଅବରୋଧକୁ ଉଲ୍ଲଘନ କରିଥିବା କୁହାଯାଇଛି। ଏହାକୁ ମିଶାଇ ଗତ ୩ ଦିନ ମଧ୍ୟରେ ହର୍ମୁଜ ପ୍ରଣାଳୀ ନିକଟରେ ୩ଟି ଜାହାଜ ଉପରେ ହମଲା ହେଲାଣି।
ମଙ୍ଗଳବାର ବିଳମ୍ବିତ ରାତ୍ରିରେ ପଲାର ଦେଶର ପତାକା ଲାଗିଥିବା ତୈକ ଟ୍ୟାଙ୍କର ‘ଏମଭି ସେଟ୍ଟେବୋଲୋ’ ଉପରେ ଆମେରିକୀୟ ନୌସେନା ଆକ୍ରମଣ କରିଥିଲା । ଏଥିରେ ଥିବା ୭୪ ଭାରତୀୟ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ବାକି ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଅଦ୍ୟାବଧି ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ୱାଲ କହିଛନ୍ତି । ଏହା ପୂର୍ବରୁ ସୋମବାର ଏମଟି ମ୍ୟାରିଭେକ୍ସ ଜାହାଜ ଉପରେ ଆକ୍ରମଣ ହୋଇଥିଲା। ଓମାନ ଉପକୂଳ ନିକଟରେ ହିଁ ଏହି ଘଟଣା ଘଟୁଛି।
୩ ଦିନରେ ହୋଇଥିବା ୩ଟି ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି । ହର୍ମୁଜ ପ୍ରଣଳୀରେ ବରମ୍ବାର ଭାରତୀୟକୁ ଥିବା ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ । ତୁରନ୍ତ ଏଥିରୁ ଆମେରିକୀୟ ନୌସେନା ବିରତ ରହିବା ଉଚିତ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ଭାରତ ଏହି ସତ୍ୟ ଘଟଣାର ତଦନ୍ତ କରୁଥିବା କହିଛି।
ଓମାନ ତଟ ନିକଟରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଭାରତ ବୁଧବାର ଆମେରିକାକୁ ବିରୋଧ କରିଥିଲା। ଆମେରିକାର ଦୂତାବାସ ଅଧିକାରୀ ଜେସନ ମୀକ୍ସଙ୍କୁ ସମନ କରିଥିଲା। ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଥିଲେ, ଆକ୍ରମଣ ପରେ ଆମେ ଆମେରିକା ବିରୋଧରେ ପ୍ରତିବାଦ ଜଣାଇଛୁ। ତାଙ୍କ ମୁତାବକ ବିଶ୍ୱବ୍ୟାପୀ ବହୁ ସଂଖ୍ୟାରେ ଭାରତୀୟ ନାବିକ କାମ କରୁଛନ୍ତି। ବିଶେଷକରି ଉପସଗରୀର ଏବଂ ପଶ୍ଚିମ ଏସିଆରେ ସେମାନଙ୍କ ସଂଖ୍ୟା ଅଧିକ ରହିଛି। ସେମାନଙ୍କ ସୁରକ୍ଷା ଭାରତ ପାଇଁ ଅତ୍ୟନ୍ତ ମହତ୍ତ୍ଵପୂର୍ଣ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୨ ବର୍ଷ କାର୍ଯ୍ୟକାଳ ପୂରଣ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଟୁଥ୍ ସୋସିଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ। ଟ୍ରମ୍ପ ଗୋଟିଏ ପଟେ ମୋଦିଙ୍କୁ ନିଜ ବନ୍ଧୁ କହୁଥିବା ବେଳେ ଅନ୍ୟପଟେ ତାଙ୍କ ଦେଶର ନୌସେନା ହର୍ମୁଜ ପ୍ରଣାଳୀ ନିକଟରେ ଭାରତ ସହ ଜଡ଼ିତ କାହାଜ ଉପରେ ବାରମ୍ବାର ଆକ୍ରମଣ କରୁଛି । ଭାରତ ପାଇଁ ବର୍ତ୍ତମାନ ତୈଳ ଓ ଗ୍ୟାସ ଅତି ଜରୁରି ଥିବା ବେଳେ ଆମେରିକା ଏହି ବାଟରେ ବଡ଼ ପ୍ରତିବନ୍ଧକ ସାଜିଛି।
