Voice of Eastern India

ରାଜଧାନୀରେ ରକ୍ତାକ୍ତ ରାତି, ଯୁବକଙ୍କୁ ପିଛା କରି ଗୁଳିମାଡ଼; ତଦନ୍ତ ଜୋରଦାର


ଭୁବନେଶ୍ୱର ୦୫।୧୧ : ଭୁବନେଶ୍ବର ଶିଶୁପାଳଗଡ଼ ବଡଟାଙ୍କି ବ୍ରିଜ ଉପରେ ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଧଉଳି ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଆତତାୟୀଙ୍କ ଗୁଳିମାଡ଼ରେ ଟଳି ପଡ଼ିଛନ୍ତି ନିର୍ମାଣ ସଂସ୍ଥାର ଜଣେ କର୍ମଚାରୀ ।

ଖବର ଅନୁଯାୟୀ, ମୃତ ଯୁବକ ଜଣକ ହେଲେ ତପୁ ନାୟକ, ତାଙ୍କୁ ୩୫ ବର୍ଷ ହେବ। ସେ ସତ୍ୟନଗର ଅଞ୍ଚଳରେ ରହୁଥିଲେ । ରାତି ୯ଟାରେ ସେ ତାଙ୍କ ଶାଳକଙ୍କ ସହିତ ବାଇକ୍ ରେ ଜାଗମରା ଅଞ୍ଚଳରେ ଏକ ନିର୍ମାଣ କାମର ତଦାରଖ କରିବାକୁ ଆସିଥିଲେ। ସେଠାରେ ଟଙ୍କାର ଆବଶ୍ୟକତା ଥିବାରୁ କାମ ନିକଟରୁ ବାଇକ୍ ଧରି ସତ୍ୟନଗରକୁ ଆସିଥିଲେ । ରାତି ଗୋଟାଏ ବେଳେ ତପୁଙ୍କ ସାଙ୍ଗ ଉମେଶ ଜେନା ଫୋନ୍ କରି ତପୁଙ୍କ ଶାଳକଙ୍କୁ ଗୁଳିକାଣ୍ଡ ସମ୍ପର୍କରେ ଜଣାଇଥିଲେ । ତପୁଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

Also Read:-Boats capsize :ତେଲେଙ୍ଗାନାରେ ବଡ଼ ଅଘଟଣ: ଉଦ୍ଧାର କାର୍ଯ୍ୟ ବେଳେ ଓଲଟିଲା ୨ ଡଙ୍ଗା, ୧୧ ଉଦ୍ଧାରକାରୀ ନିଖୋଜ

ସେପଟେ ଉମେଶ ଧରାପଡ଼ିଲେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ତପୁଙ୍କୁ ପିଛା କରି ଆସି ୨ ଜଣ ଯୁବକ ଗୁଳିମାଡ଼ କରିଥିବା କୁହାଯାଉଛି । ତପୁଙ୍କ ଛାତିରେ ଗୁଳି ବାଜିଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ କ୍ୟାପିଟାଲ୍ ଥାନା ପୋଲିସ ଗୁଳିକାଣ୍ଡ ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍ ଏବଂ ପରେ ସେଠାରୁ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରିଥିଲେ । ଘରୋଇ ହସପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭୁବନେଶ୍ୱର DCPଙ୍କ ନେତୃତ୍ୱରେ ବିଭିନ୍ନ ଥାନା ଅଧିକାରୀଙ୍କ ସହ ସ୍ପେଶାଲ ସ୍କ୍ୱାଡ୍ ତଦନ୍ତରେ ସାମିଲ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ।

Source link



Source link

Leave A Reply

Your email address will not be published.