Voice of Eastern India

ରାହୁଲ-ଗିଲଙ୍କ ଶତକ, ମୁଲ୍ଲାନପୁର ଟେଷ୍ଟରେ ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଦବଦବା

<!–

–>

ନ୍ୟୁଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତୀୟ ବ୍ୟାଟର ଦବଦବା ଦେଖାଇଛନ୍ତି। କେଏଲ ରାହୁଲ ଓ ଅଧିନାୟକ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୩୬୮ ରନ କରିଛି।

Published By: Deepak – Prameya-News7 Bureau |
June 06, 2026 05:56 PM

NEWS7

<!–

–>

<!–

ନ୍ୟୁଚଣ୍ଡିଗଡ଼: ନ୍ୟୁଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତୀୟ ବ୍ୟାଟର ଦବଦବା ଦେଖାଇଛନ୍ତି। କେଏଲ ରାହୁଲ ଓ ଅଧିନାୟକ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୩୬୮ ରନ କରିଛି। ଶୁଭମନ ଗିଲ୍ ୧୦୩ ରନ ଓ ଋଷଭ ପନ୍ତ ୫୦ ରନ କରି ଅପରାଜିତ ଅଛନ୍ତି। ସାଇ ସୁଦର୍ଶନ ୮୧ ରନର ଦମଦାର ଇନିଂସ ମଧ୍ୟ ଖେଳିଛନ୍ତି।

ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲ ପ୍ରଥମ ଓ୍ଵିକେଟରେ ୪୧ ରନ ଯୋଡ଼ିଥିଲେ। ଜୟସ୍ଵାଲ ୨୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରାହୁଲ ଓ ସାଇ ସୁଦର୍ଶନ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରିବା ସହ ୨ୟ ଓ୍ଵିକେଟ୍ ଭାଗିଦାରୀରେ ୧୩୯ ରନ ଯୋଡ଼ିଥିଲେ। ସୁଦର୍ଶନ ୧୦୪ ବଲରୁ ୧୩ ଚୌକା ଓ ୧ ଛକା ସହ ୮୧ ରନ କରିଥିଲେ। ପୁଣି କେଏଲ ରାହୁଲ ଓ ଅଧିନାୟକ ଶୁଭମନ ଗିଲ୍ ୩ୟ ଓ୍ଵିକେଟ୍ ପାଇଁ ୬୭ ରନ ଯୋଡ଼ିଥିଲେ। ରାହୁଲ ନିଜର ଟେଷ୍ଟ କ୍ୟାରିୟରରେ ୧୨ତମ ଶତକ ହାସଲ କରିଥିଲେ।ହେଲେ ଠିକ୍ ୧୦୦ ରନ ପୂରିବା ମାତ୍ରେ ସେ ପାଭିଲିୟନ ଫେରିଥିଲେ। ଏହି ଇନିଂସରେ ୧୧ ଚୌକା ସାମିଲ୍।

Also Read: ବିଶ୍ବକପ୍ ବିଜୟୀ ଅଧିନାୟକଙ୍କୁ ଟିମରେ ମିଳିଲାନି ସ୍ଥାନ, ଚର୍ଚ୍ଚାରେ ସୂର୍ଯ୍ୟକୁମାରଙ୍କ ପୋଷ୍ଟ

ଏହା ପରେ ଅଧିନାୟକ ଶୁଭମନ ଗିଲ୍ ଏବଂ ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଦୁହେଁ ଦିନିକିଆ ଶୈଳୀରେ ବ୍ୟାଟିଂ କରି ଆଫଗାନିସ୍ତାନ ବୋଲରଙ୍କୁ ନିରାଶ କରିଥିଲେ। ଦୁହେଁ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୨୧ ରନ ଯୋଡ଼ି ସାରିଛନ୍ତି। ଶୁଭମନ ଗିଲ୍ ଅଧିନାୟକତ୍ଵ ଇନିଂସ ଖେଳି ଟେଷ୍ଟରେ ୧୧ତମ ଶତକ ହାସଲ କରିଛନ୍ତି। ସେ ୧୪୩ ବଲରୁ ୧୧ ଚୌକା ଓ ୧ ଛକା ସହ ୧୦୩ ରନ କରି କ୍ରିଜରେ ଅଛନ୍ତି। ପନ୍ତ ୫୦ ରନ କରି ଖେଳୁଛନ୍ତି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୩୬୮ ରନ କରିଛି। ବୋଲିଂରେ ମହମ୍ମଦ ସଲିମ ସଫି ୨ଟି ଓ୍ଵିକେଟ୍ ଏବଂ ଜିଆଉର ରେହମାନ ଶାରିଫି ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

Source link

Source link

Leave A Reply

Your email address will not be published.