Voice of Eastern India

ଲଗାଣ ବର୍ଷାରେ ଭୁବନ ବ୍ଲକ୍‌ରେ ବନ୍ୟା ସ୍ଥିତି : ୩ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ୪୦ ଫୁଟର ଘାଇ


ଭୁବନ ୧୬।୮: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ବିଶେଷ କରି ଭୁବନ ବ୍ଲକର ତିନୋଟି ଗ୍ରାମ ବିଶେଷ କରି ଭୁଷଳ ପଞ୍ଚାୟତର ଜୟପୁର ଗ୍ରାମ, ସୁରପ୍ରତାପପୁର ପଞ୍ଚାୟତର କାଶିପୁର ଗ୍ରାମ ଓ ଯମୁନାକୋଟ ପଞ୍ଚାୟତର କୃଷ୍ଣପୁର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ପ୍ରତିବର୍ଷ ବ୍ରାହ୍ମଣୀ ନଦୀ ଓ ରାମିଆଳ ନଦୀରେ ବନ୍ୟା ଜଳ ଆସିଲେ ଏହି ୩ଟି ଗ୍ରାମ ଦୁଇରୁ ତିନି ଦିନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥାନ୍ତି । କିନ୍ତୁ ଚଳିତ ବର୍ଷ ଡମଶାଳ ନାଳରେ ପ୍ରଥମଥର ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ଗ୍ରାମର ୩୦ରୁ ଅଧିକ ପରିବାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ଫଳରେ ଏହି କାଶିପୁର ଗ୍ରାମକୁ ସହାୟତା ପ୍ରଦାନ କରିବା ପାଇଁ କାମାକ୍ଷାନଗର ବିଧାୟକ ପରିଦର୍ଶନରେ ଯାଇ ସମୀକ୍ଷା କରିଥିବା ଜଣାପଡିଛି ।

ସେହିପରି ମାର୍ଥାପୁର ପଞ୍ଚାୟତର ଓଢଣା ଗ୍ରାମଟି ବ୍ରାହ୍ମଣୀ ନଦୀ କୁଳରେ ଅବସ୍ଥିତ ଥିବା ମାଳବନ୍ଧରେ ସୃଷ୍ଟି ହୋଇଛି ୪୦ ଫୁଟର ଘାଇ । ପ୍ରଥମ ବନ୍ୟାରେ ମାଳବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଗ୍ରାମବାସୀଙ୍କ ଅଭିଯୋଗ ପରେ ପ୍ରଶାସନ ତରଫରୁ କିଛି ବାଲି ପକାଇ ଠିକାଦାର ଛୁ ମାରିଥିଲା । କିନ୍ତୁ ଏବେ ଦ୍ବିତୀୟ ବନ୍ୟା ଜଳ ପ୍ରବାହିତ ପରେ ସେ ଘାଇ ମାତ୍ର ୮ ଦିନ ପରେ ପୁଣି ୪୦ ଫୁଟର ଘାଇରେ ପରିଣତ ହୋଇଛି । ଯାହାଫଳରେ ଗ୍ରାମବାସୀ ଆତଙ୍କିତ ଥିବା ଜଣାପଡିଛି ।

ଯମୁନାକୋଟ ପଞ୍ଚାୟତ ଓ ମାର୍ଥାପୁର ପଞ୍ଚାୟତଚୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି ଦୁଇ ଫୁଟର ବନ୍ୟା ଜଳ । ଆଜକୁ ୬ରୁ ୭ ବର୍ଷ ହେବ ଏହି ମୁଖ୍ୟ ରାସ୍ତାର ରାମିଆଳ ନାଳରେ ଏକ ବ୍ରିଜ୍ ନିର୍ମା କାର୍ଯ୍ୟ ଶେଷ ହେଉନଥିବାରୁ ଅଞ୍ଚଳବାସୀ ବନ୍ୟାଜଳ ପାଇଁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେଉଛି । ଯାହାଫଳରେ ଏହି ମୁଖ୍ୟ ରାସ୍ତାରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଠପ୍ ହୋଇଛି । ବନ୍ୟାଜଳ ପ୍ରବାହିତ ଯୋଗୁଁ ଜୟପୁର, କାଶୀପୁର ଓ କୃଷ୍ଣପୁର ଗ୍ରାମର ଚାଷୀମାନଙ୍କ ହଜାର ହଜାର ଚାଷ ଜମି ଜଳମଗ୍ନ ଦେଖିବାକୁ ମିଳିଛି ।

Also Read:- ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ସବୁ ଅଧିକାରୀଙ୍କ ଛୁଟି ବାତିଲ, ଫିଲ୍ଡରେ ସବୁ ଅଫିସର

ତେବେ ଏହି ୩ଟି ଗ୍ରାମକୁ ପ୍ରସାଶନ କିପରି ସହାୟତାରେ ହାତ ବଢାଇବା ସହିତ ଓଢ଼ଣା ଗ୍ରାମ ମାଳବନ୍ଧରେ ସୃଷ୍ଟି ହୋଇଥିବା ଘାଇକୁ କେବେ ମରାମତି କରୁଛି ତାକୁ ହିଁ ଅପେକ୍ଷା ।

Source link



Source link

Leave A Reply

Your email address will not be published.