Voice of Eastern India

ଶାହ ତୁଟାଇବେ ମହାନଦୀ ବିବାଦ, ଦିଲ୍ଲୀ ଅଭିମୁଖେ CM, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସହ ହେବ ବୈଠକ


ଭୁବନେଶ୍ୱର ୦୧।୧୦ : ଦିଲ୍ଲୀରେ ତୁଟିବ ଦୁଇ ରାଜ୍ୟର ବିବାଦ । ଏକାଠି ବସିବେ ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୀର୍ଘ ଦିନ ଧରି ଲାଗିଥିବା ମହାନଦୀର ବିବାଦର ଅନ୍ତ ଘଟାଇବେ । ଆଉ ଏଥିପାଇଁ ଦିଲ୍ଲୀ ଅଭିମୁଖେ ବାହାରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଗୁରୁବାର ଦିଲ୍ଲୀରେ ବସିବ ମହାନଦୀ ପାଇଁ ବଡ଼ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେବ । ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜଳ ବଣ୍ଟନ ବିବାଦର ଅନ୍ତ ଘଟିପାରେ ବୋଲି କୁହାଯାଉଛି ।

Also Read:-ଗାଁରେ ବ୍ୟାପିଲାଣି ଝାଡ଼ାବାନ୍ତି, ଗଲାଣି ୨ ଜୀବନ, ଏକାଧିକ ଗୁରୁତର

ସେହିପରି ଗୁରୁବାର ସକାଳୁ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ମଧ୍ୟ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ଗସ୍ତ ପୂର୍ବରୁ ବିବାଦର ସମାଧାନ ନେଇ ସେ ଆଶା ପ୍ରକଟ କରିଛନ୍ତି, ଉଭୟ ରାଜ୍ୟରେ ବିଜେପି ସରକାର ଥିବାରୁ, ବୈଠକରେ ଯେଉଁ ନିଷ୍ପତ୍ତି ନିଆଯିବ, ଆମେ ତାହାକୁ ମାନିବୁ ବୋଲି କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ।

Source link



Source link

Leave A Reply

Your email address will not be published.