Voice of Eastern India

ସମୁଦ୍ରରେ ହଠାତ ଗାଏବ ହୋଇଗଲା ଡଙ୍ଗା, ୩ ସପ୍ତାହ ପରେ ଉଦ୍ଧାର ହେଲେ ୭ ମତ୍ସ୍ୟଜୀବୀ


କୋଲକାତା: ବଙ୍ଗୋପସାଗରରେ ଗତ ୩ ସପ୍ତାହରୁ ଅଧିକ ସମୟ ଧରି ନିଖୋଜ ଥିବା ଆନ୍ଧ୍ରପ୍ରଦେଶର ୭ ଜଣ ମତ୍ସ୍ୟଜୀବୀଙ୍କୁ ପଶ୍ଚିମବଙ୍ଗ ଉପକୂଳରୁ ଉଦ୍ଧାର କରାଯାଇଛି। କୋଲକାତାର ଏକ ମାଛଧରା ଡଙ୍ଗା ବୁଧବାର ସେମାନଙ୍କୁ ସମୁଦ୍ର ମଝିରେ ଦେଖି ସୁରକ୍ଷିତ ଭାବରେ ଶଙ୍ଖପୁର ବନ୍ଦରକୁ ନେଇ ଆସିଥିଲା।

ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ହେଉଛନ୍ତି, ରାମକୃଷ୍ଣ ବର୍ମା (ଡଙ୍ଗା ମାଲିକ), କୋଲ୍ଲାଟି ଶ୍ରୀନୁବାବୁ, ୟେଶୁଦାସ, ପାଲେପୁ ଶାନ୍ତାରାଓ, କାର୍ଯ୍ୟ ରାମୁଡୁ, କାଟାଡି ସତୀଶ କୁମାର ଏବଂ ସଙ୍ଗାଡି ତାତା ରାଓ। ସେମାନେ ଆନ୍ଧ୍ରପ୍ରଦେଶର ବି. ଆର. ଆମ୍ବେଦକର କୋନାସୀମା ଜିଲ୍ଲାର । ଅଗଷ୍ଟ ୩ ରେ ଓଡାଲାଭୁରୁ ବାହାରିବା ପରେ ଅଗଷ୍ଟ ୪ ରେ ଡଙ୍ଗାର କ୍ଲଚ୍-ପ୍ଲେଟ୍ ଏବଂ ଇଞ୍ଜିନ୍ ଗିୟରବକ୍ସ ଖରାପ ହୋଇଯାଇଥିଲା। ସମୁଦ୍ର ମଝିରେ ଇଞ୍ଜିନ୍ ସମ୍ପୂର୍ଣ୍ଣ ଅଚଳ ହୋଇଯିବାରୁ ଡଙ୍ଗାଟି ପ୍ରବଳ ପବନ ଯୋଗୁଁ  ଭାସି ଭାସି ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଚାଲିଯାଇଥିଲା ।

 ୧୫ ଦିନର ଖାଦ୍ୟ ସାମଗ୍ରୀ ସରିଯିବା ପରେ ସେମାନେ ଦୁଇ ଦିନରେ ଥରେ ଖାଇ ରହିଥିଲେ। ମୋବାଇଲ ନେଟୱର୍କ ନଥିବାରୁ ପରିବାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବୁଧବାର ସକାଳେ କୋଲକାତାର ଏକ ଡଙ୍ଗା ସେମାନଙ୍କୁ ଉଦ୍ଧାର କରି ଶଙ୍ଖପୁର ଫିସିଂ ହାର୍ବରକୁ ଆଣିଥିଲା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ସ୍ୱତନ୍ତ୍ର ଭାବରେ ଏହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଦ୍ଧାର ମତ୍ସ୍ୟଜୀବୀଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସମସ୍ତ ୭ ଜଣ ମତ୍ସ୍ୟଜୀବୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ସେମାନଙ୍କୁ ନିଜ ନିଜ ଗାଁକୁ ଫେରାଇ ନେବା ପାଇଁ ବ୍ୟବସ୍ଥା କରାଯାଉଛି।

Source link



Source link

Leave A Reply

Your email address will not be published.