ସାଲେପୁର,୧୯|୦୬:କମ୍ପାନୀରେ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । କିଛି ମିନିଟରେ ସବୁ କିଛି ପାଉଁଶ ହୋଇଗଲା । ଏପରି ଘଟଣା ଘଟିଛିକଟକ ଜିଲ୍ଲା ସାଲେପୁର ବ୍ଳକ ଜଗତପୁର ଥାନା ଅଧିନସ୍ତ ପଦ୍ମପୁରଠାରେ ଥିବା ଓରିଫୋମ୍ କମ୍ପାନୀରେ ।
ସୂଚନାନୁସାରେ, ଗୁରୁବାର ରାତି ୩ଟାରେ କମ୍ପାନୀରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି । ଏହାକୁ ଆୟତ କରିବା ପାଇଁ ସାଲେପୁର ଓ କଟକ ଅଗ୍ନିଶମ ବାହିନୀର ୬ ଗୋଟି ଗାଡି ନିୟୋଜିତ ହୋଇଥିଲେ ।
ଅଗ୍ନିଶମ ବିଭାଗର ଅଧିକାରୀଙ୍କ କହିବା କଥା ହେଲା କି, କମ୍ପାନୀ ଭିତରକୁ ଯିବାକୁ କୌଣସି ରାସ୍ତା ନଥିଲା । ତେଣୁ ନିଆଁକୁ ଆୟତ୍ତ କରିବା ପାଇଁ ସମୟ ଲାଗିଥିଲା । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା କି, ଜନବସତି ମଧ୍ୟରେ କମ୍ପାନୀଟି ରହିଛି । କିନ୍ତୁ ଏଠାରେ ଅଗ୍ନୀ ନିରୋଧକ ସରଞ୍ଜାମ ନ ଥିବାରୁ ନିଆଁକୁ ଶୀଘ୍ର ଆୟତ୍ତ କରିବା ସମ୍ଭବପର ହୋଇନଥିଲା ।
