Voice of Eastern India

ସୋନମ୍ ୱାଙ୍ଗଚୁକ୍‌ଙ୍କ ସ୍କୁଲକୁ ଲଦାଖ ପ୍ରଶାସନର ନୋଟିସ୍, କ୍ଲାସ୍ ବନ୍ଦ ପାଇଁ ନିର୍ଦ୍ଦେଶ


ନୂଆଦିଲ୍ଲୀ: ସୋନମ୍ ୱାଙ୍ଗଚୁକ୍‌ଙ୍କ ସ୍କୁଲକୁ ଲାଗିଲା ବଡ଼ ଝଟ୍‌କା । କ୍ଲାସ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ସରକାରୀ ଅନୁମତି ନନେଇ ସ୍କୁଲ ଚଲାଉଥିବା ଅଭିଯୋଗ କରି ଲଦାଖ ପ୍ରଶାସନ ଲେହସ୍ଥିତ ‘ଡେଜର୍ଟ ଫ୍ଲାୱାର ସ୍କୁଲ’ର କ୍ଲାସ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରିବାକୁ ନୋଟିସ୍ ଜାରି କରିଛି। ଲେହର ତହସିଲଦାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନୋଟିସ୍‌ ୱାଙ୍ଗଚୁକ୍‌ଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କ ନାମରେ ପଠାଯାଇଛି । ଗୀତାଞ୍ଜଳି ହିମାଲାୟନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲଟରନେଟିଭ୍ସ, ଲଦାଖ’ (HIAL) ର ସଂସ୍ଥାପକ ଏବଂ ସିଇଓ  ।

ନୋଟିସ୍‌ ଅନୁଯାୟୀ, ଜମ୍ମୁକାଶ୍ମୀର ଏବଂ ଲଦାଖ ହାଇକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ଏହି ସ୍କୁଲରେ ସ୍ଥିତି ଯଥାପୂର୍ବ ବଜାୟ ରଖିବାକୁ ପଡ଼ିବ ।  କୋର୍ଟଙ୍କ ବିଚାରକୁ ପ୍ରଭାବିତ କଲା ଭଳି କୌଣସି ପଦକ୍ଷେପ ନନେବାକୁ ତାଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, HIAL ଅଧୀନରେ ଥିବା ଫ୍ୟାଙ୍ଗସ୍ଥିତ ‘ଡେଜର୍ଟ ଫ୍ଲାୱାର ସ୍କୁଲ’ର ପରିଚାଳନା କମିଟି ପାଇଁ NOC ଲାଗି ଆଙ୍ଗମୋ ସେପ୍ଟେମ୍ବର ୨୨ ତାରିଖରେ ଲେହ ଡେପୁଟି କମିଶନରଙ୍କୁ ଚିଠି ଲେଖିଥିଲେ। ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ଅନୁମତି କିମ୍ବା ସ୍ୱୀକୃତି ମିଳିବା ପୂର୍ବରୁ ହିଁ ସ୍କୁଲରେ ପାଠପଢ଼ା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଆରମ୍ଭ ହୋଇସାରିଛି । କୋର୍ଟ ଏହି ମାମଲାରେ ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନକରିବା ପର୍ଯ୍ୟନ୍ତ ସ୍କୁଲ ଚଲାଇବା ପାଇଁ କୌଣସି ପଦକ୍ଷେପ ନନେବାକୁ ଆଙ୍ଗମୋଙ୍କୁ ବାରଣ କରାଯାଇଛି। ତେବେ ଏହି ମାମଲାର ମୂଳ HIAL କୁ ଆବଣ୍ଟିତ ହୋଇଥିବା ଜମିକୁ ନେଇ ଚାଲିଥିବା ଆଇନଗତ ବିବାଦ ସହ ଯୋଡ଼ିହୋଇ ରହିଛି। 

ଗୋଟିଏ ପଟେ ମାମଲା କୋର୍ଟରେ ଚାଲିଥିବା ବେଳେ, ଏବେ ପ୍ରଶାସନର ନୋଟିସ ଓ୍ବାଙ୍ଗଚୁକଙ୍କ ଅଡ଼ୁଆ ବଢ଼ାଇଛି । ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇସାରିଛି । କିନ୍ତୁ କ୍ଲାସ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏଭଳି ସ୍ଥିତିରେ ଆଗକୁ କ’ଣ ହେବ, ଏବଂ ଗୀତାଞ୍ଜଳି ଜେ. ଆଙ୍ଗମୋ କଣ ନିଷ୍ପତ୍ତି ନେବେ, ତା ଉପରେ ସମସ୍ତଙ୍କ ନଜର ରହିବ ।

 

Source link



Source link

Leave A Reply

Your email address will not be published.