Voice of Eastern India

ହର୍ମୁଜରେ ଭାରତୀୟଙ୍କ ଉପରେ ଆକ୍ରମଣ ଆଦୌ ଉଚିତ ନୁହେଁ: ରୁବିଓଙ୍କୁ ଫୋନ୍ କରି ଦୃଢ଼ ବିରୋଧ କଲେ ଏସ ଜୟଶଙ୍କର


ନୂଆଦିଲ୍ଲୀ: ହର୍ମୁଜ ଜଳପଥରେ ଭାରତୀୟ ନାବିକ ଥିବା ଜାହାଜରେ ଆମେରିକା ଆକ୍ରମଣ କରିଛି ବୋଲି ସ୍ୱୀକାର କରୁ ନାହିଁ। ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣ ପାଇଁ ଇରାନକୁ ଦୋଷ ଲଦିଛନ୍ତି।

ପୂର୍ବରୁ ଭାରତ ଏସମ୍ପର୍କରେ ଆମେରିକା ଦୂତାବାସକୁ ଦୁଇଥର ସମନ କରିଥିବା ବେଳେ ବୈଦେଶିକମନ୍ତ୍ରୀ ସ୍ତରରେ ଏହାର ବିରୋଧ ହୋଇଛି। ଶନିବାର ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଫୋନ୍ ଯୋଗ କଥା ହୋଇ ଏହାକୁ ଦୃଢ଼ ବିରୋଧ କରିଛନ୍ତି। ଏଭଳି ଘଟଣା ଆଦୌ ଉଚିତ ନୁହେଁ, ବାଣିଜ୍ୟିକ ଜାହାଜଗୁଡ଼ିକ ଏଭଳି ଆକ୍ରମଣର ଶିକାର ହେବା କଥା ନୁହେଁ ବୋଲି ଜୟଶଙ୍କର କହିଥିବା ସୂଚନା ମିଳିଛି।

ଏନେଇ ଜୟଶଙ୍କର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ଆଜି ସନ୍ଧ୍ୟାରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ କଥା ହେଲି। ଉପସାଗରରେ ଆମେରିକା ନୌସେନା ଦ୍ୱାରା ହୋଇଥିବା ଆକ୍ରମଣରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପାଇଁ ମୁଁ ଭାରତର ଦୃଢ଼ ପ୍ରତିବାଦକୁ ଦୋହରାଇଲି। ବାଣିଜ୍ୟିକ ଜାହାଜ ଚଳାଚଳ ବିରୁଦ୍ଧରେ ଏପରି ଘାତକ କାର୍ଯ୍ୟ ଯଥାର୍ଥ ନୁହେଁ।”

ଆମେରିକା ନୌସେନା ନେଲା ୩ ଭାରତୀୟଙ୍କ ଜୀବନ

ବୁଧବାର ଓମାନ ଉପସାଗରରେ ବାଣିଜ୍ୟିକ ଟ୍ୟାଙ୍କର MT ସେଟ୍ଟେବେଲୋ ଉପରେ ଆମେରିକା ନୌସେନା ଆକ୍ରମଣ କରିଥିଲା। ଏଥିରେ୨୪ ଜଣ ଭାରତୀୟ ଥିବା ବେଳେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା, ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଇରାନ ବନ୍ଦରଗୁଡ଼ିକ ଉପରେ ଲାଗୁ ହୋଇଥିବା ନୌସେନା ଅବରୋଧ ଏହି ଜାହାଜଟି ଉଲ୍ଲଂଘନ କରିଥିବା ଅଭିଯୋଗ କରି ଆମେରିକା ଏହି ଆକ୍ରମଣ କରିଥିଲା।

ଦୋଷ ଠେଲିଲେ ଟ୍ରମ୍ପ

ଏହି ଆକ୍ରମଣ ପାଇଁ ଭାରତ ଆମେରିକା ରାଷ୍ଟ୍ରଦୂତଙ୍କୁ ସମନ କରିଥିବା ବେଳେ ଟ୍ରମ୍ପ ସୋଶାଲ ମିଡିଆରେ ପୋଷ୍ଟ କରି ଇରାନ ଉପରେ ଦୋଷ ଠେଲିଛନ୍ତି। ଆଉ କହିଛନ୍ତି ଭାରତ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ। ଶୁକ୍ରବାର ଟ୍ରମ୍ପ ତାଙ୍କ ସୋଶାଲ ମିଡିଆ ଟ୍ରୁଥ୍ ସୋଶାଲରେ ପୋଷ୍ଟ କରି ଲେଖିଛନ୍ତି “ଗତକାଲି ରାତିରେ ହର୍ମୁଜ୍ ପ୍ରଣାଳୀ ଛାଡିଥିବା ଭାରତୀୟ ଜାହାଜ ଉପରେ ସେମାନଙ୍କର ଫେଲ ଡ୍ରୋନ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ।” ତେବେ ଟ୍ରମ୍ପ କେଉଁ ଜାହାଜ କଥା କହୁଛନ୍ତି ତାହା ସେ ସ୍ପଷ୍ଟ କରି ନଥିବା ବେଳେ ଖବର ଲେଖାଯିବା ସୁଦ୍ଧା ଟ୍ରମ୍ପଙ୍କ ଅଭିଯୋଗ ନେଇ ଇରାନ କୌଣସି ମନ୍ତବ୍ୟ ଦେଇ ନାହିଁ।

ଇରାନ ଯୁଦ୍ଧରେ ବଳି ପଡ଼ୁଛନ୍ତି ଭାରତୀୟ

ସେ ଆମେରିକା ହେଉ କିମ୍ବା ଇରାନ, କେହି ଦୋଷ ମାନୁ ବା ନମାନୁ, କିନ୍ତୁ ଆକ୍ରମଣରେ ଯେ ଭାରତୀୟଙ୍କ ଜୀବନ ଯାଉଛି ଏକଥା କିନ୍ତୁ ସତ। ଏହି ଅଞ୍ଚଳରେ ଏକାଧିକ ଭାରତୀୟ ନାବିକ ଫସି ରହିଛନ୍ତି। ୩ ଜାହାଜ ସେମାନଙ୍କୁ ନେଇ ଯିବା ବେଳେ ଆକ୍ରମଣର ଶିକାର ହେଉଛନ୍ତି। ଜୁନ୍ ୮ ତାରିଖରେ, ଆମେରିକୀୟ ସେନା ପାଲାଉ-ପତାକାଯୁକ୍ତ ଟ୍ୟାଙ୍କର୍ ମାରିଭେକ୍ସକୁ ନିଷ୍କ୍ରିୟ କରିଦେଇଥିଲେ। ଯେଉଁଥିରେ ୨୪ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

Also Read-ଖୋଲିବ ହର୍ମୁଜ, ରବିବାର ଜେନେଭାରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସମ୍ଭାବନା

ଏହାର ଦୁଇଦିନ ପରେ ଆଉ ଏକ ପାଲାଉ-ପତାକାଯୁକ୍ତ ଟ୍ୟାଙ୍କର, ସେଟ୍ଟେବେଲୋ, ଆମେରିକାର ଆକ୍ରମଣର ଶିକାର ହୋଇଥିଲା। ଏହି ଜାହାଜରେ ୨୪ ଜଣ ଭାରତୀୟ ନାବିକ ଥିଲେ, ଏବଂ ସେମାନଙ୍କ ମଧ୍ୟରୁ ତିନି ଜଣ ଆକ୍ରମଣରେ ପ୍ରାଣ ହରାଇଥିଲେ। ଗୁରୁବାର ଗିନି-ବିସାଉ ପତାକା ଯୁକ୍ତ ତୃତୀୟ ଜାହାଜ ଜଳବୀର ୨୦ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ବେଳେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା।

ଓମାନ ଉପକୂଳରେ ଭାରତୀୟ କ୍ରୁ ସଦସ୍ୟମାନଙ୍କୁ ନେଇ ଯାଉଥିବା ଆଉ ଏକ ବାଣିଜ୍ୟ ଜାହାଜ ଆକ୍ରମଣର ଶିକାର ହେବା ପରେ, ଭାରତ ଏହି ସପ୍ତାହରେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରଦୂତ ଜେସନ ମିକ୍ସଙ୍କୁ ସମନ କରିଛି। ବୈଦେଶିକ ମନ୍ତ୍ରଣାଳୟ (MEA)ର ଅତିରିକ୍ତ ସଚିବ (ଆମେରିକା) ଆମେରିକୀୟ କୂଟନୀତିଜ୍ଞଙ୍କୁ ଡକାଇଛନ୍ତି।

Source link



Source link

Leave A Reply

Your email address will not be published.