Voice of Eastern India

ହଷ୍ଟେଲ୍ ପରିସରରେ ପ୍ରଜାକୋର୍ଟ, ନବମ ଶ୍ରେଣୀ ପିଲାଙ୍କୁ ମାଡ଼ ୧୦ମ ଛାତ୍ରର ନିସ୍ତୁକ ମାଡ଼


ରାୟଗଡ଼ା: ହଷ୍ଟେଲରେ ରାତି ଅଧରେ ପ୍ରଜାକୋର୍ଟ । ଆଉ ଏହି ପ୍ରଜାକୋର୍ଟରେ ଦଣ୍ଡିତ ହୋଇଛନ୍ତି ନବମ ଶ୍ରେଣୀର ୨୭ ଜଣ ଛାତ୍ର । ଜଣକ ପରେ ଜଣେ ଛାତ୍ରଙ୍କୁ ଏକ ନଡ଼ିଆ ବାହୁଙ୍ଗା ଓ କ୍ରିକେଟ ବ୍ୟାଟରେ ନିସ୍ତୁକ ମାଡ଼ ମାରିଛି ୧୦ମ ଶ୍ରେଣୀର ଜଣେ ଛାତ୍ର। ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରିଭଲକୋଣା ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟରେ।

ସୂଚନା ଅନୁସାରେ, ଉକ୍ତ ୧୦ମ ଶ୍ରେଣୀ ଛାତ୍ର ଜଣକ ସ୍କୁଲ ପିଲାଙ୍କୁ ଡରାଇ- ଧମକାଇ ନିର୍ଯାତନା ଦେଉଥିଲା। ତେଣୁ ପିଲାମାନେ ଏନେଇ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ। ହେଲେ ଏଥିରେ ଉତକ୍ଷିପ୍ତ ହୋଇଉଠିଥିଲା ଛାତ୍ର ଜଣକ। ଆଉ ରାତିରେ ନବମ ଶ୍ରେଣୀର ଛାତ୍ରଙ୍କ ଉପରେ କରିଥିଲା ଅତ୍ୟାଚାର। ଏକ ନଡ଼ିଆ ବାହୁଙ୍ଗା ଓ କ୍ରିକେଟ୍ ବ୍ୟାଟରେ ଜଣଙ୍କ ପରେ ଜଣେ ୨୭ ଜଣ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଥିଲା। ଏହାର ଏକ ଭିଡିଓ ମଧ୍ୟ ଏବେ ଭାଇରାଲ ହେଉଛି। ଏହି ଘଟଣାରେ ଅନ୍ୟ କିଛି ୧୦ ଶ୍ରେଣୀ ଛାତ୍ରଙ୍କ ମଧ୍ୟ ସଂପୃକ୍ତ ଥିବା ଜଣାପଡ଼ିଛି।

ସେପଟେ ଆହତ ଛାତ୍ରମାନେ ଅଭିଯୋଗ କରିଛନ୍ତି କିଛି ସିନିୟର୍ ଛାତ୍ର ହଷ୍ଟେଲ ପରିସରରେ ନିଶା କାରବାର କରୁଛନ୍ତି । ହଷ୍ଟେଲ ପରିସରରେ ଉକ୍ତ ଛାତ୍ର ଅନେକ ଥର ପିଲାମାନଙ୍କୁ ନିର୍ଯାତନା ଦେଇଛି । ହେଲେ ଭୟରେ ତା ବିରୋଧରେ କେହି ବି ପାଟି ଖୋଲୁନଥିଲେ। ଆଉ ଅଭିଯୋଗ କରିବାରୁ ଏଭଳି ନିର୍ଯାତନା ଦିଆଯାଇଛି।

Also Read: ଘରକୁ ଆସିଥିଲେ ପାଣି ପିଇବାକୁ, ଘଟାଇଲେ ଭୟଙ୍କର କାଣ୍ଡ

ତେବେ ଏହି ଘଟଣା ଜଣାପଡ଼ିବା ପରେ ମଙ୍ଗଳ ବିଭାଗର ଡବ୍ଲୁଓ ତନାଘନା ଆରମ୍ଭ କରିଛନ୍ତି । ଘଟଣାକୁ ନେଇ ସଂପୃକ୍ତ ୧୦ମ ଶ୍ରେଣୀ ଛାତ୍ରଙ୍କ ସହ ୬ ଜଣ ଛାତ୍ରଙ୍କ ବିରୋଧରେ ଚାନ୍ଦିଲି ଥାନାରେ ଏତଲା ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଆଉ କାର୍ଯ୍ୟାନୁଷ୍ଠାନ କ୍ରମେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ। ଏହା ସହ ଘଟଣାର ତଦନ୍ତ ପାଇଁ ସ୍କୁଲରେ ମଙ୍ଗଳ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ଅନ୍ୟପଟେ ବାରମ୍ବାର ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ସେବାଶ୍ରମମାନଙ୍କରେ କାହିଁକି ଏଭଳି ଘଟଣା । ଯାହାକୁ ନେଇ ଏବେ ବୁଦ୍ଦିଜୀବୀ ଚିନ୍ତା ପ୍ରକଟ କରିଛନ୍ତି।

Source link



Source link

Leave A Reply

Your email address will not be published.