Voice of Eastern India

୩ ଭାରତୀୟ ନଖୋଜ ପରେ ହମଲାକୁ ଭାରତର କଡା ନିନ୍ଦା, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆମେରିକୀୟ ରାଷ୍ଟ୍ରଦୂତକୁ ସମନ


ନୂଆଦିଲ୍ଲୀ ୧୧।୦୬; ଓମାନ ଉପକୂଳରେ ଏକ ଭାରତୀୟ ବାଣିଜ୍ୟିକ ଜାହାଜ ସେଟ୍ଟେବେଲ୍ଲୋ ଉପରେ ଆକ୍ରମଣ ପରେ ୩ ଭାରତୀୟ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଜାରି ରହିଛି । ଭାରତୀୟ ଜାହାଜ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି, ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରନଧୀର ଜୈସ୍ଵାଲ।

ଆକ୍ରମଣ ସମୟରେ ସେଟ୍ଟେବେଲ୍ଲୋରେ ୨୪ ଜଣ ଭାରତୀୟ ନାଗରିକ ଥିଲେ। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି କିନ୍ତୁ ୩ ଜଣଙ୍କର କିଛି ପତ୍ତା ମିଳୁନି । ସେମାନଙ୍କୁ ଖୋଜି ବାହାର କରିବାପାଇଁ ଉଦ୍ୟମ ଜାରି ରହିଛି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତିରେ କହିଛି ଓମାନରେ ଆମ ଦୂତାବାସ ସ୍ଥିତିକୁ ଭଲଭାବେ ଯାଞ୍ଚ କରୁଛି । ଓମାନୀ କର୍ତ୍ତୃପକ୍ଷମାନଙ୍କ ସହ ସକ୍ରିୟ ସମନ୍ବୟ ରଖି ଉଦ୍ଧାର ଅପରେସନ୍ କରାଯାଉଛି। ଭାରତ ଉକ୍ତ ଆକ୍ରମଣକୁ ଅତ୍ୟନ୍ତ ଚିନ୍ତାଜନକ କହିଛି ଏବଂ ଅଞ୍ଚଳରେ ବାରମ୍ବାର ବାଣିଜ୍ୟିକ ଜାହାଜକୁ ଟାର୍ଗେଟ୍ କରାଯିବା ଘଟଣାକୁ ଭାରତ ତୀବ୍ର ନିନ୍ଦା କରିଛି।

ଜାରି ରହିଥିବା ସଂଘର୍ଷଜନକ ସ୍ଥିତିର ସିଧାସଳଖ ଫଳ ସ୍ବରୂପ ଏହି ଅଞ୍ଚଳରେ ଜାହାଜ ଉପରେ ଆକ୍ରମଣ ଜାରି ରହିଛି । ତେଣୁ କୂଟନୈତିକ ଉପାୟରେ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ଆମେ ଆମର ଦାବି ଦୋହରାଉଛୁ ବୋଲି ସେ କହିଛନ୍ତି। ଭାରତ କହିଛି ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଟାର୍ଗେଟ୍ ଆକ୍ରମଣ ବନ୍ଦ ହେବା ଉଚିତ।

Source link



Source link

Leave A Reply

Your email address will not be published.