Voice of Eastern India

୩ ମାସର ଉଚ୍ଚତମ ସ୍ତରକୁ ଛୁଇଁଲା ସୁନା, ଜାଣନ୍ତୁ ରୂପା କେଜି ପିଛା ଦର ଏବେ କେତେ?


ନୂଆଦିଲ୍ଲୀ: ସୁନା ଓ ରୁପା ଦର ଶୁକ୍ରବାର ଦ୍ୱିତୀୟ ଦିନ ମଧ୍ୟ ଉଚ୍ଚା ରହିଛି ଓ ଉଭୟ ଧାତୁ ମୂଲ୍ୟ ୩ ମାସର ଉଚ୍ଚତମ ସ୍ତରକୁ ପହଞ୍ଚି ଯାଇଛି। ଦୁର୍ବଳ ଆମେରିକୀୟ ଡଲାର ଓ ବୈଶ୍ୱିକ ବଜାରର ଆଭିମୁଖ୍ୟ ମୂଲ୍ୟବାନ ଧାତୁରେ ନିବେଶକୁ ପ୍ରୋତ୍ସାହିତ କରିଛି। ଦେଶର ସ୍ୱର୍ଣ୍ଣାଳଙ୍କାର ବ୍ୟବସାୟୀଙ୍କ ଅନୁସାରେ ୯୯.୯% ଶୁଦ୍ଧ ସୁନା ୧୦ ଗ୍ରାମ ପିଛା ୧,୨୦୦ ଟଙ୍କା ବଢି ୧,୬୩,୫୦୦ ଟଙ୍କାକୁ ପହଞ୍ଚି ଯାଇଛି। ପିଛିଲା ବ୍ୟବସାୟୀକ ଅଧିବେଶନରେ ୧୦ ଗ୍ରାମ ପିଛା ସୁନା ଦର ୧,୬୨,୩୦୦ ଟଙ୍କା ଥିଲା। ଗତ ମେ ୧୯ ତାରିଖରେ ସୁନା ଦର ଏହି ସ୍ତରର ଆଖପାଖରେ ଥିଲା।

କେବଳ ସୁନା ନୁହେଁ ରୁପା ଦର ମଧ୍ୟ ବଢିଛି। ରୁପା କେଜି ପିଛା ଦର ୫୦୦୦ ଟଙ୍କା ବଢି ସବୁ କର ସହିତ ୨,୫୦,୦୦୦ ଟଙ୍କାକୁ ପହଞ୍ଚି ଯାଇଛି। ରୁପାର ଏହା ୧୫ ସପ୍ତାହର ସବୁଠୁ ଉଚ୍ଚତମ ସ୍ତର ବୋଲି କୁହାଯାଉଛି। ଗୁରୁବାର ରୂପା କେଜି ପିଛା ଦର ୧୦ ହଜାର ଟଙ୍କା ବଢି ୨,୪୫ ହଜାର ଟଙ୍କାକୁ ପହଞ୍ଚି ଯାଇଥିଲା। ଦିନକ ମଧ୍ୟରେ ଆଉ ୫ ହଜାର ଟଙ୍କା ବଢିଥିବା ବେଳେ ଦୁଇଟି ବ୍ୟବସାୟୀକ ଅଧିବେଶନରେ କେଜି ପିଛା ଦରରେ ୧୫ ହଜାର ଟଙ୍କା ବୃଦ୍ଧି ହୋଇଛି। ଗତ ଥର ମେ ୪ ତାରିଖରେ ରୁପା ଦର ଏହି ସ୍ତର ପାଖାପାଖି ଥିଲା। ସେତେବେଳେ କେଜି ପିଛା ରୁପା ଦର ୨,୪୯,୫୦୦ ଟଙ୍କା ଥିଲା।

ସୁନା ଦର ଲଗାତାର ତୃତୀୟ ସପ୍ତାହ ବୃଦ୍ଧି ଆଡକୁ ଅଗ୍ରସର ହୋଇଛି। ସେହିପରି ଦୁର୍ବଳ ଆମେରିକୀୟ ଡଲାର ଓ ଦୀର୍ଘ ଅବଧି ଆମେରିକୀୟ ବଣ୍ଡ ଅସନ୍ତୁଳନ ଯୋଗୁ ରୁପା ମଧ୍ୟ ସର୍ବକାଳୀନ ଉଚ୍ଚତମ ସ୍ତର ଆଡକୁ ଏବେ ଅଗ୍ରସର ହେଉଛି। ଅନ୍ତର୍ଜାତୀୟ ବଜାରରେ ଶୁକ୍ରବାର ସୁନାର ହାଜିର ମୂଲ୍ୟ ପ୍ରତି ଆଉନ୍ସ ୮୧.୫୮ ଡଲାର ଅର୍ଥାତ ୨% ବଢି ୪,୬୦୦.୯୧ ଡଲାରକୁ ପହଞ୍ଚି ଯାଇଛି। ସେହିପରି ରୁପା ୩% ବଢି ପ୍ରତି ଆଉନ୍ସ ୬୯.୮୭ ଡଲାର ହୋଇଯାଇଛି। ମେ ୧୮ ତାରିଖ ପରେ ସୁନାର ଏହା ଉଚ୍ଚତମ ଦର ହୋଇଥିବା ବେଳେ ଲଗାତାର ତୃତୀୟ ସପ୍ତାହ ବୃଦ୍ଧି ଆଡକୁ ଅଗ୍ରସର ହେଉଛି।

Source link



Source link

Leave A Reply

Your email address will not be published.