Voice of Eastern India

ମୟୁରଭଞ୍ଜରେ ଚାଞ୍ଚଲ୍ୟ : ୪ ବର୍ଷର ପୁଅକୁ ହତ୍ୟା, ଅଭିଯୁକ୍ତ ବାପା ଗିରଫ


ଉଦଳା ୧୭।୭: ପୁଅ ହତ୍ୟାକାରୀ ବାପା ଗିରଫ । ୪ ବର୍ଷର ପୁଅକୁ ହତ୍ୟା କରି ଫେରାର ହୋଇଯାଇଥିଲା । ଗ୍ରାମବାସୀ ଧରିଆଣି ପୋଲିସ ଜିମା ଦେଇଥିଲେ । ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ପୁରୁଣାପାଣି ଗ୍ରାମର ୪ ବର୍ଷର ନାବାଳକ ଦୁମ୍ବି ସିଂଙ୍କୁ ତାଙ୍କ ବାପା ସୋହନ ସିଂ କଟୁରୀରେ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିଲା । ଘର ଭିତରେ ପୁଅକୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ଅଭିଯୁକ୍ତ ବାପାକୁ ଶରତ ପୋଲିସ ଗିରଫ କରିଛି । ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଛି । ଏବେ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘର ଭିତରେ ନାବାଳକ ଦୁମ୍ବି ଏକୁଟିଆ ଥିବା ବେଳେ ପିଲାଟି କାନ୍ଦିବାରୁ ସେଥିରେ ଉତକ୍ଷିପ୍ତ ହୋଇ ତାକୁ ହତ୍ୟା କରିଥିବା ଓ ଗୁଣି ଗାରେଡି ପାଇଁ ମାରିଦେଇଥିବା କୁହାଯାଉଛି ।

Also Read:- ଲାଗି ରହିଛି ବର୍ଷା, ଦିନକ ପାଇଁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲା ପ୍ରଶାସନ

ପୋଲିସ ଅଭିଯୁକ୍ତ ବାପାରୁ ଗିରଫ କରି ପଚରା ଉଚରା କରୁଛି । ତେବେ ପୋଲିସର ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ।

Source link



Source link

Leave A Reply

Your email address will not be published.