Voice of Eastern India

Anchal Singh: ସିକ୍ରେଟଲି ନିର୍ବନ୍ଧ କଲେ ଅଭିନେତ୍ରୀ ଆଞ୍ଚଲ ସିଂହ, ସାମ୍ନାକୁ ଆସିଲା କପଲଙ୍କ ରୋମାଣ୍ଟିକ ଫଟୋ


ମୁମ୍ବାଇ ୧୭।୦୭; ବଲିଉଡ଼ ଓ ଓଟିଟି ଜଗତର ଲୋକପ୍ରିୟ ଅଭିନେତ୍ରୀ ଆଞ୍ଚଲ ସିଂହଙ୍କ ଜୀବନରେ ଆସିଛି ନୂଆ ଅଧ୍ୟାୟ। ‘ଏହ୍ କାଲି କାଲି ଆଖେଁ’ ଓ ‘ଅନ୍ଦେଖୀ’ ଭଳି ୱେବ୍ ସିରିଜରେ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଥିବା ଆଞ୍ଚଲ, ଦୀର୍ଘ ଦିନର ପ୍ରେମିକ ମୋହିତ ଚାୱଲାଙ୍କ ସହ ନିର୍ବନ୍ଧ ସମ୍ପନ୍ନ କରିଛନ୍ତି।

ସୋସିଆଲ ମିଡିଆରେ ଦୁହିଁଙ୍କ ରୋମାଣ୍ଟିକ୍ ଫଟୋ ଭାଇରାଲ ହେବା ପରେ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ଆଞ୍ଚଲ ସିଂହ ଓ ମୋହିତ ଚାୱଲା ନିଜ ନିର୍ବନ୍ଧର ସୁଖବରକୁ ଏକ ଯୁଗ୍ମ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ପ୍ରଶଂସକଙ୍କ ସହ ଭାଗ କରିଛନ୍ତି ।

ନିର୍ବନ୍ଧ ଅବସରରେ ଆଞ୍ଚଲ ଗୋଲାପୀ ରଙ୍ଗର ପାରମ୍ପରିକ ଅନାରକଲି ପୋଷାକ ପିନ୍ଧିଥିବାବେଳେ, ମୋହିତ ଧଳା ରଙ୍ଗର ପାରମ୍ପରିକ ପୋଷାକରେ ନଜର ଆସିଥିଲେ । ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ସରଳ କିନ୍ତୁ ଭାବପ୍ରବଣ ପରିବେଶରେ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା ।

ସେୟାର କରାଯାଇଥିବା ଫଟୋଗୁଡ଼ିକରେ ମୋହିତ ଆଞ୍ଚଲଙ୍କୁ ଆଣ୍ଠୁମାଡ଼ି ପ୍ରପୋଜ୍ କରୁଥିବା ଏବଂ ପରସ୍ପରଙ୍କୁ ମୁଦି ପିନ୍ଧାଉଥିବା ସୁନ୍ଦର ମୁହୂର୍ତ୍ତ ଦେଖିବାକୁ ମିଳିଛି । ଏହି ଫଟୋଗୁଡ଼ିକ ଇଣ୍ଟରନେଟରେ ଭାଇରାଲ ହେବା ସହ ପ୍ରଶଂସକ ଓ ସେଲିବ୍ରିଟିମାନେ ଦୁହିଁଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

ନିର୍ବନ୍ଧ ଅବସରରେ ଆଞ୍ଚଲ ଏକ ଭାବପ୍ରବଣ ବାର୍ତ୍ତା ଲେଖି ନିଜ ପ୍ରେମ ଯାତ୍ରାକୁ ସ୍ମରଣ କରିଛନ୍ତି। ସେ କହିଛନ୍ତି ଯେ, ସମ୍ପର୍କରେ କେବଳ ଆକର୍ଷଣ ନୁହେଁ, ବରଂ ବିଶ୍ୱାସ, ଶାନ୍ତି ଓ ପରସ୍ପର ପ୍ରତି ସମ୍ମାନ ହିଁ ସବୁଠାରୁ ବଡ଼ ଶକ୍ତି । ଦୀର୍ଘଦିନର ସମ୍ପର୍କ ପରେ ଏହି ନୂଆ ଯାତ୍ରାକୁ ନେଇ ସେ ଖୁବ୍ ଉତ୍ସାହିତ ବୋଲି ମଧ୍ୟ କହିଛନ୍ତି ।

ଆଞ୍ଚଲ ସିଂହ ‘ଏହ୍ କାଲି କାଲି ଆଖେଁ’, ‘ଅନ୍ଦେଖୀ’, ‘ହଲିଡେ: ଏ ସୋଲ୍ଜିଅର୍ ଇଜ୍ ନେଭର୍ ଅଫ୍ ଡ୍ୟୁଟି’ ଏବଂ ‘ରମୈୟା ବସ୍ତାୱୈୟା’ ଭଳି ଅନେକ ପ୍ରକଳ୍ପରେ ନିଜର ଦକ୍ଷ ଅଭିନୟ ପାଇଁ ପରିଚିତ । ନିର୍ବନ୍ଧ ପରେ ଏବେ ତାଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି ।

Source link



Source link

Leave A Reply

Your email address will not be published.