Voice of Eastern India

ରାମ ମନ୍ଦିର ଦାନ ଚୋରିକୁ ସୁପ୍ରିମକୋର୍ଟ କହିଲେ-ଅପାରଧିକ ମାମଲା, ରାଜନୀତି କରନି


ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଉତ୍ତରପ୍ରଦେଶ ସରକାରଙ୍କୁ ଅଯୋଧ୍ୟା ରାମ ମନ୍ଦିରରେ ଦାନର କଥିତ ହଡପ ଯାଞ୍ଚ ଲାଗି ଏକ ଏସଆଇଟି ଗଠନ କରିବାର ସମ୍ଭାବନା ସମ୍ପର୍କରେ ଅବଗତ କରାଇବାକୁ କହିଛନ୍ତି। ସେହିପରି ଆବେଦନକାରୀଙ୍କୁ ଏହି ପ୍ରସଙ୍ଗକୁ ରାଜନୀତିକରଣ ନ କରିବାକୁ ଚେତାବନୀ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ହାଜର ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଆଣିବାକୁ କହିଛନ୍ତି ଯେଉଁଥିରେ ପୋଲିସ ଯାଞ୍ଚ ପୂର୍ବରୁ ଏସଆଇଟି ଯାଞ୍ଚ ହୋଇପାରିବ।

ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ପେଶାଲ ଇନଭେଷ୍ଟିଗେଟିଂ ଟିମ (ଏସଆଇଟି) ଯିଏ ଏଫଆଇଆର ରୁଜୁ ହେବା ପୂର୍ବରୁ ପୁରା ମାମଲାର ଯାଞ୍ଚ କରିଥିଲେ, ତାଙ୍କୁ ସ୍ଥାନୀୟ ପୋଲିସ ବଦଳେ ମାମଲାର ଯାଞ୍ଚ ଅର୍ପଣ କରାଯାଇ ପାରିବ କି? ସିଜେଆଇ କହିଛନ୍ତି ଯେ କେବଳ ସାବଧାନତା ଅବଲମ୍ବନ ପାଇଁ ଏକ ଶବ୍ଦ, ଦୟାକରୀ ଏହି ପ୍ରସଙ୍ଗର ରାଜନୀତିକରଣ ନ କରନ୍ତୁ। କୋର୍ଟରେ ରାଜନୀତିର ସ୍ଥାନ ନାହିଁ। ଏହା ଅପରାଧର ଏକ ସାଧାରଣ ମାମଲା ଓ ଆମେ କେବଳ ଉଚିତ ଯାଞ୍ଚ ସୁନିଶ୍ଚିତ କରିବାକୁ ଅଛୁ।

ପ୍ରାରମ୍ଭରେ ତୁଷାର ମେହେଟ୍ଟା କହିଥିଲେ ଯେ ପୂର୍ବ ଆଦେଶ ଅନୁସାରେ ରାଜ୍ୟ ସରକାର ଏକ ଷ୍ଟାଟସ ରିପୋର୍ଟ ଦାୟର କରିଛନ୍ତି। ସେ କହିଛନ୍ତି ଯେ ମାମଲାର ଯାଞ୍ଚ ଚାଲିଛି। ଏଥିରେ ୮ ଜଣ ଗିଫ ହୋଇଛନ୍ତି ଓ ମାମଲାରେ ଏହାଠୁ ଅଧିକ କିଛି କହି ପାରିବି ନାହିଁ। ତେବେ କୋର୍ଟ ପଚାରିଥିଲେ ମାମଲାର କଣ ଏସଆଇଟି ଯାଞ୍ଚ ହେଉଛି? ଏଥିରେ ସୋଲିସିଟର ଜେନେରାଲ କହିଥିଲେ ଯେ କେବଳ ମାମଲାର ସତ୍ୟତା ଜାଣିବା ପାଇଁ ଏସଆଇଟିର ଗଠନ ହୋଇଥିଲା। ଏବେ ଏହାର ଯାଞ୍ଚ ପୋଲିସ ଦ୍ୱାରା କରାଯାଉଛି। ତେବେ ଏସଆଇଟି ଏହା ଏକ ସଂଜ୍ଞେୟ ଅପରାଧ ବୋଲି ଜାଣିବାକୁ ପାଇଛି।

ପୀଠ କହିଛନ୍ତି ଯେ ବରିଷ୍ଠ ଆଇଏଏସ ଅଫିସର ଓ ଲକ୍ଷ୍ନୌ ପୋଲିସ ମହାନିରୀକ୍ଷକ ସେହି ଏସଆଇଟିର ଅଂଶ ଥିଲେ। ଏଣୁ ସେମାନେ ନିରପେକ୍ଷତା ଓ ପାରଦର୍ଶିତା ସୁନିଶ୍ଚିତ କରିବା ଲାଗି ମୁଖ୍ୟ ଯାଞ୍ଚ କରିପାରିବେ? ତେବେ ପୀଠ କହିଛନ୍ତି ଯେ ସେ ଆଗାମୀ ସୋମବାର ମାମଲାର ଶୁଣାଣି କରିବେ ଓ କିଛି ନିର୍ଦ୍ଦେଶ ଗୃହୀତ କରିବେ। ପୀଠ ଜୁଲାଇ ୧୩ ତାରିଖରେ ଉତ୍ତରପ୍ରଦେଶ ପୋଲିସକୁ ମାମଲାର ଷ୍ଟାଟସ୍ ରିପୋର୍ଟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କଥିତ ଦାନ ଚୋରିର ନିରପେକ୍ଷ ଓ ସମୟବଦ୍ଧ ଯାଞ୍ଚ ଦାବି କରୁଥିବା ପିଟିସନ ମାନଙ୍କ ଉପରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ନୋଟିସ୍ ମଧ୍ୟ ଜାରି କରିଥିଲେ।

Source link



Source link

Leave A Reply

Your email address will not be published.