Voice of Eastern India

ଭାରତ ସଂସଦରେ ବଡ ତଥ୍ୟ; ୩,୮୮୮ ଭାରତୀୟଙ୍କୁ ଧକ୍କା ଦେଇ ବାହାର କରିଛି ଆମେରିକା !


ୱାଶିଂଟନ : ଆମେରିକାରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ବିରୋଧରେ ଟ୍ରମ୍ପ ପ୍ରଶାସନର କଡ଼ା ନୀତି ଜାରି ରହିଛି। ଏହି କାର୍ଯ୍ୟାନୁଷ୍ଠାନରେ ଭାରତୀୟମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପରେ ହଜାର ହଜାର ଭାରତୀୟଙ୍କୁ ଆମେରିକାରୁ ଫେରାଇ ଦିଆଯାଇଛି। ଭାରତ ସରକାର ସଂସଦରେ ଦେଇଥିବା ତଥ୍ୟ ଅନୁସାରେ, ୨୦୨୫ ମସିହାରେ ଆମେରିକାରୁ ପ୍ରାୟ ୩,୮୮୮ ଜଣ ଭାରତୀୟଙ୍କୁ ଅଟକ କିମ୍ବା ଡିପୋର୍ଟ କରାଯାଇଛି। ଏହା ୨୦୨୩ ତୁଳନାରେ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ବୋଲି ସରକାରୀ ତଥ୍ୟରେ ଉଲ୍ଲେଖ ହୋଇଛି।ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଯେ ଅଧିକାଂଶ ଘଟଣାରେ ଅବୈଧ ପ୍ରବେଶ, ଭିସା ସର୍ତ୍ତ ଉଲ୍ଲଂଘନ କିମ୍ବା ବୈଧ ଦଲିଲର ଅଭାବ ଯୋଗୁଁ ଏହି ପଦକ୍ଷେପ ନିଆଯାଇଛି । ଟ୍ରମ୍ପ ପ୍ରଶାସନ ଅବୈଧ ପ୍ରବାସକୁ ରୋକିବା ପାଇଁ ଇମିଗ୍ରେସନ୍ ନିୟମକୁ ଆହୁରି କଡ଼ା କରିଛି। ଏହାର ପ୍ରଭାବରେ ଅବୈଧ ଭାବେ ରହୁଥିବା କିମ୍ବା ଭିସା ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ହେଉଛି। ଆମେରିକାର କଡ଼ା ଇମିଗ୍ରେସନ୍ ନୀତି ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଙ୍କେତ ମିଳୁଛି। ଏଭଳି ପରିସ୍ଥିତିରେ ବିଦେଶ ଯିବାକୁ ଚାହୁଁଥିବା ଭାରତୀୟମାନଙ୍କୁ ଆଇନସମ୍ମତ ପ୍ରକ୍ରିୟା ଓ ଭିସା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

ସରକାର କହିଛନ୍ତି ଯେ, ଏହି ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଅବୈଧ ଭାବେ ଆମେରିକାରେ ପ୍ରବେଶ କରିଥିଲେ କିମ୍ବା ଭିସାର ଅବଧି ଶେଷ ହେବା ପରେ ମଧ୍ୟ ସେଠାରେ ରହୁଥିଲେ। କେତେକ ଘଟଣାରେ ଜାଲ୍ ଦଲିଲ କିମ୍ବା ଇମିଗ୍ରେସନ୍ ନିୟମ ଉଲ୍ଲଂଘନ ମଧ୍ୟ କାରଣ ରହିଛି । ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶ ପରେ ୟୁଏସ୍ ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ ଅବୈଧ ପ୍ରବାସୀଙ୍କ ବିରୋଧରେ ଦେଶବ୍ୟାପୀ ଅଭିଯାନ ଚଳାଇଛି। ଏଥିରେ ବହୁ ସଂଖ୍ୟକ ଭାରତୀୟ ମଧ୍ୟ ଧରାପଡ଼ିଛନ୍ତି। ଡିପୋର୍ଟ ହୋଇଥିବା ଅନେକ ଭାରତୀୟଙ୍କୁ ଆମେରିକୀୟ ସାମରିକ ବିମାନରେ ଭାରତକୁ ଅଣାଯାଇଥିଲା। ସେମାନେ ପଞ୍ଜାବ, ହରିୟାଣା, ଗୁଜରାଟ, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟର ବାସିନ୍ଦା ହୋଇଥିବା ସୂଚନା ମିଳିଛି।

ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଯେଉଁ ଭାରତୀୟମାନେ ଆଇନସମ୍ମତ ଭାବେ ଆମେରିକାରେ ରହୁଛନ୍ତି ସେମାନଙ୍କ ପାଇଁ କୌଣସି ଚିନ୍ତାର କାରଣ ନାହିଁ। କିନ୍ତୁ ଅବୈଧ ମାର୍ଗରେ ବିଦେଶ ଯିବା କିମ୍ବା ଭିସା ନିୟମ ଉଲ୍ଲଂଘନ କଲେ କଡ଼ା ପଦକ୍ଷେପର ସମ୍ମୁଖୀନ ହେବାକୁ ପଡ଼ିବ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତରୁ ଅନେକ ଯୁବକ ଭଲ ଚାକିରି କିମ୍ବା ଉନ୍ନତ ଜୀବନର ଆଶାରେ ଅବୈଧ ଉପାୟରେ ଆମେରିକା ପହଞ୍ଚୁଛନ୍ତି। ମାନବ ଚୋରାଚାଲାଣକାରୀଙ୍କ ଫାନ୍ଦରେ ପଡ଼ି ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଶେଷରେ ଗିରଫ, ଜେଲ୍ ଓ ଡିପୋର୍ଟ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ତେବେ ଆଗକୁ ଏହି ପ୍ରକ୍ରିୟା ଆହୁରି କଡ଼ାକଡ଼ି କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ରହିଛି

Source link



Source link

Leave A Reply

Your email address will not be published.