Voice of Eastern India

ବିବାହ ପରେ ରେଜିଷ୍ଟ୍ରି ଅଫିସରୁ ପ୍ରେମିକ ଫେରାର ! ୮ ବର୍ଷର ପ୍ରେମ ପାଇଁ ଥାନାରେ ପ୍ରେମିକା


ପୁରୀ,୧୯/୦୮ : ବେଙ୍ଗାଲୁରୁରେ ପ୍ରେମ, ଆଉ ପୁରୀ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ବିବାହ । ହେଲେ ବିବାହ ରେଜିଷ୍ଟ୍ରେସନ ପରେ କାର୍ଯ୍ୟାଳୟରୁ ଚମ୍ପଟ ମାରିଛି ପ୍ରେମିକ। ବାରମ୍ବାର ପ୍ରେମିକଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରେମିକ କଲ୍ ରିସିଭ୍ କରିନଥିଲେ। ଶେଷରେ ମୋବାଇଲକୁ ସୁଇଚ୍ ଅଫ୍ କରିଦେଇଥିଲେ । ପ୍ରେମିକଠାରୁ ପ୍ରତାରଣା ପରେ ନ୍ୟାୟ ଲାଗି ତାଳବଣିଆ ଥାନାର ଦ୍ବାରସ୍ଥ ହୋଇଛନ୍ତି ପ୍ରେମିକା। ପୋଲିସ ମାମଲା ରୁଜୁ କରି ଛାନଭିନ୍ କରୁଛି।

ଖବର ନେବାରୁ ଜଣାପଡ଼ିଛି, ପ୍ରେମିକାଙ୍କ ଘର କୁମ୍ଭାରପଡ଼ା ଥାନା ଅଞ୍ଚଳରେ ।ପ୍ରେମିକ ଜଣକଙ୍କ ଘର ପୁରୀର ତାଳବଣିଆ ଥାନା ଅଞ୍ଚଳରେ। ଉଭୟେ ବେଙ୍ଗାଲୁରୁରେ ଏକ କମ୍ପାନୀରେ ଚାକିରି କରନ୍ତି । ସେଠାରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା। ପରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା।

Also Read :- ଭୂମିକମ୍ପରେ ଥରିଲା କୋରାପୁଟ, ଭୟରେ ଘରୁ ବାହାରି ଆସିଲେ ଲୋକେ

ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୮ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ନିବିଡ଼ ହୋଇଥିଲା। ପ୍ରେମିକାକୁ ଜୀବନ ସାଥୀ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ। ଉଭୟ ପ୍ରେମିକ ଓ ପ୍ରେମିକା ବେଙ୍ଗାଲୁରୁରୁ ଆସି ପୁରୀରେ ପହଞ୍ଚିଥିଲେ। ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଉଭୟଙ୍କ ସହମତିରେ ରେଜିଷ୍ଟ୍ରି ବିବାହ ହୋଇଥିଲା। କିନ୍ତୁ ରେଜିଷ୍ଟ୍ରେସନ ପରେ କାର୍ଯ୍ୟାଳୟଠୁ ଚମ୍ପଟ ମାରିଥିଲା ପ୍ରେମିକ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟ ଦିଗରେ ପ୍ରେମିକକୁ ଖୋଜି ଆଣିବାକୁ ପ୍ରେମିକା ଥାନାର ଦ୍ୱାରସ୍ଥ ହୋଇଛି । ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

Source link



Source link

Leave A Reply

Your email address will not be published.