ଯାଜପୁର ୮।୧୦: ଯାଜପୁର ଜିଲ୍ଲା ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ । ଏକାଧିକ ସ୍ଥାନରେ ବୋମା ମାଡ଼ ହୋଇଥିବା ସୂଚନା ରହିଛି । ପ୍ରିନ୍ସିପାଲଙ୍କ ବାସଭବନ ଆଗରେ ଏବଂ ବଏଜ ହଷ୍ଟେଲରେ ପୃଥକ ପୃଥକ ଦୁଇଟି ସ୍ଥାନରେ ବୋମା ମାଡ଼ କରାଯାଇଛି । କଲେଜ ଗେଷ୍ଟହାଉସ ଓ ପ୍ରିନ୍ସିପାଲ ରେସିଡେନ୍ସ ଫାଟକ ଆଗରୁ ଗୋଟିଏ ଅଫୁଟା ବୋମା ମଧ୍ୟ ଜବତ ହୋଇଛି । ଗୁରୁବାର ଭୋରରୁ ଘଟିଛି ଏହି ବୋମା ମାଡ଼ ଘଟଣା ।
Also Read:- ବଙ୍ଗୋପସାଗରରେ ନୂଆ ସିଷ୍ଟମ୍ : ଆସୁଛି ଘୂର୍ଣ୍ଣିବାତ୍ୟା ! ୧୦ରେ ମିଳିବ ସ୍ପଷ୍ଟ ଚିତ୍ର
ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ପୋଲିସ ପହଞ୍ଚି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍କୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଟିମ୍ ପହଞ୍ଚିବା ପରେ ତଦନ୍ତ କରିବ । ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଜପୁର ରୋଡ୍ ଆଦର୍ଶ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି । ତଦନ୍ତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
Watch Video:
