Voice of Eastern India

ୟୁରୋପ ସଂସଦରେ ଡୋନାଲ୍ଡ ଟ୍ରମ୍ପଙ୍କ ନଗ୍ନ ମୂର୍ତ୍ତି : ନାଁ ଦିଆଯାଇଛି ‘ଅନ୍ୟାୟର ରାଜା’


ନୂଆଦିଲ୍ଲୀ, ୦୮/୧୦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ନଗ୍ନ ପ୍ରତିମୂର୍ତ୍ତି ପ୍ରଦର୍ଶିତ ହୋଇଛି। ୮.୫ ଫୁଟ ଉଚ୍ଚତାବିଶିଷ୍ଟ ଏହି ନଗ୍ନ ମୂର୍ତି ୨୩ କ୍ୟାରେଟ୍ ସୁନାରେ ପ୍ରସ୍ତୁତ କରାଯାଇଛି। ଆମେରିକୀୟ ରାଷ୍ଟ୍ରପତିଙ୍କ ଶକ୍ତିର ଏହା ଏକ ବ୍ୟଙ୍ଗାତ୍ମକ ପ୍ରଦର୍ଶନ।

ଗତ ମଙ୍ଗଳବାର ମୂର୍ତ୍ତିର ଅନାବରଣ ପରେ ଏହାର ନିର୍ମାତା ଡେନ୍ମାର୍କ କଳାକାର ଜେନ୍ସ ଗଲସିୟଟ୍ କହିଛନ୍ତି, ଟ୍ରମ୍ପ ସୁନାକୁ ପସନ୍ଦ କରନ୍ତି। ତେଣୁ ସେ ଏହି ମୂର୍ତ୍ତିକୁ ପସନ୍ଦ କରିବେ ବୋଲି ମୋର ବିଶ୍ଵାସ। ମୂର୍ତ୍ତିର ନାଁ ଦିଆଯାଇଛି ‘ଦ ଅରେଞ୍ଜ ପ୍ଲେଗ୍’। ଏହାକୁ ଫ୍ରାନ୍ସର ଷ୍ଟାର୍ସ ବର୍ଗ ଠାରେ ସ୍ଥାପନ କରାଯାଇଛି, ଯାହା ୟୁରୋପୀୟ ସଂସଦର ଔପଚାରିକ ମୁଖ୍ୟାଳୟ। ତମ୍ବାର ଏହି ମୂର୍ତିକୁ ‘ଅନ୍ୟାୟର ରାଜା’ ନାମରେ ସମ୍ବୋଧନ କରାଯାଇଛି । ମୂର୍ତ୍ତିରେ ଜଣେ କ୍ଷୁଦ୍ରକାୟ ବ୍ୟକ୍ତିଙ୍କ କାନ୍ଧରେ ଟ୍ରମ୍ପଙ୍କୁ ବସାଯାଇଛି।

Also Read :- Nana Patekar: ଆଉ ନାହାନ୍ତି ବଲିଉଡ୍‌ର ଭେଟରାନ ଅଭିନେତା ନାନା ପାଟେକର, ହୃଦ୍‌ଘାତରେ ଚାଲିଗଲା ଜୀବନ

ତାଙ୍କର ଜଙ୍ଘ ଏବଂ ବୃହଦାକାୟ ପେଟ ବ୍ୟକ୍ତିଙ୍କ ମୁଣ୍ଡ ଲୁଚାଇ ଦେଉଛି। ତାଙ୍କ ହାତରେ ଏକ ଲମ୍ବା ଗଲ୍ଫ କ୍ଲବ୍ ଓ ନ୍ୟାୟର ନିକିତି ରହିଛି। ମୂର୍ତ୍ତିର ଆଧାରରେ ଲେଖାଯାଇଛି ‘ମୁଁ ଜଣେ ବ୍ୟକ୍ତିଙ୍କ କାନ୍ଧରେ ବସିଛି। ସେ ମୋ ବୋଝ ତଳେ ଦବିଯାଉଛନ୍ତି । ତାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ କାନ୍ଧରୁ ଓହ୍ଲାଇବା ବ୍ୟତୀତ ମୁଁ ସବୁ କିଛି କରିବି।’

ମୂର୍ତ୍ତି ନିର୍ମାତା ଗଲସିୟଟ୍ କହନ୍ତି, ପରିବେଶ ଓ ନିୟମ-ଆଧାରିତ ବିଶ୍ଵ ବ୍ୟବସ୍ଥା ପାଇଁ ଟ୍ରମ୍ପଙ୍କୁ ବିପଦ ମାନୁଥିବାରୁ ଏହି ମୂର୍ତ୍ତିକୁ ତା’ର ପ୍ରତୀକ ସ୍ୱରୂପ ସେ ପ୍ରସ୍ତୁତ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ୍ ସେ ସବୁକିଛି ନଷ୍ଟ କରିଦେଉଛନ୍ତି, ଯେଉଁଥିରେ ସେ ବିଶ୍ଵାସ କରନ୍ତି। ଡେନ୍ମାର୍କ ରାଜନେତା ପର୍ କ୍ଲସେନ୍ ଏହି ପ୍ରଦର୍ଶନୀର ଆୟୋଜନ କରିଥିଲେ। ୟୁରୋପୀୟ ସଂସଦର ସଦସ୍ୟଙ୍କୁ ସଂସଦ ଭବନରେ ପ୍ରଦର୍ଶନୀ ନିମନ୍ତେ ଅନୁମତି ରହିଛି। ତେବେ ସମସ୍ତ ପ୍ରଦର୍ଶନୀକୁ ଅଧିକାରୀଙ୍କ ଅନୁମତି ଆବଶ୍ୟକ ।

Source link



Source link

Leave A Reply

Your email address will not be published.