Voice of Eastern India

ବାତ୍ୟା ଅର୍ଣ୍ଣବର ପ୍ରଭାବ! ଟ୍ୱିନ୍ ସିଟିରେ ପାଗ ବିଗିଡ଼ିଲା, ରାଜଧାନୀରେ ତୁହାକୁ ତୁହା ବର୍ଷା


ଭୁବନେଶ୍ୱର ୨୭।୧୦ : ବାତ୍ୟା ଅର୍ଣ୍ଣବର ପ୍ରଭାବ । ଭୁବନେଶ୍ୱରରେ ବିଜୁଳି, ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା । ଲିଙ୍ଗରାଜ, ପଟିଆ, ତମାଣ୍ଡୋ, ନନ୍ଦନକାନନ, ପାହାଳ ଭଳି ଅଞ୍ଚଳରେ ନିର୍ଦ୍ଦୁମ ବର୍ଷା ହେଉଛି ।

ସେହିପରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଭୁସ୍ଖଳନର ଭୟ ରହିଛି । ବାତ୍ୟା ପ୍ରଭାବରେ ଋଷିକୁଲ୍ୟା ଓ ଆଖପାଖ ଛୋଟ ନଦୀରେ ବନ୍ୟା ଆଶଙ୍କା। ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା। ଓଡ଼ିଶାରେ ଲ୍ୟାଣ୍ଡଫଲ ନୁହେଁ ତଥାପି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ଗଞ୍ଜାମରୁ କେନ୍ଦ୍ରାପଡ଼ା ଯାଏ ଉପକୂଳ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା। ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Also Read:-ଅତି ଭୀଷଣ ବାତ୍ୟାରେ ପରିଣତ ଅର୍ଣ୍ଣବ, ଆନ୍ଧ୍ର-ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ

ତେବେ ବାତ୍ୟା ଲ୍ୟାଣ୍ଡଫଲ୍ ପୂର୍ବରୁ ଉତ୍ତର ଦିଗକୁ କର୍ଭ କରିବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଲ୍ୟାଣ୍ଡ ଫଲ ହେବା କଥା କିନ୍ତୁ ଏବେ ସିଷ୍ଟମ ଟିକେ ବିଳମ୍ବ ଦେଖାଉଅଛି ବୋଲି ସୋଆ ସିଇସି ନିର୍ଦ୍ଦେଶକ ଡ ଶରତ ସାହୁ ସୂଚନା ଦେଇଛନ୍ତି।

Source link



Source link

Leave A Reply

Your email address will not be published.