Voice of Eastern India

ଭିଆଇପିଙ୍କ ପାଇଁ ରାସ୍ତା ସଫା କରୁଛ, ସାଧାରଣ ଲୋକଙ୍କ ପାଇଁ କାହିଁକି ନୁହେଁ ? ପ୍ରଶ୍ନ କଲେ ମୁମ୍ବାଇ ହାଇକୋର୍ଟ


ମୁମ୍ବାଇ, ୧୯।୧୧ : ବ୍ରିଟେନର ପ୍ରିନ୍ସ ୱିଲିୟମ୍ ଏବଂ ତାଙ୍କ ପତ୍ନୀ କେଟ୍ ମିଡିଲଟନଙ୍କ ମୁମ୍ବାଇ ଗସ୍ତ ସମୟରେ ସହରର ରାସ୍ତା ସଫେଇକୁ ନେଇ ବମ୍ବେ ହାଇକୋର୍ଟ ବୁଧବାର ବ୍ରିହନ୍ ମୁମ୍ବାଇ ମହାନଗର ପାଳିକା(ବିଏମସି)କୁ ଭର୍ତ୍ସନା କରିଛନ୍ତି।

କୋର୍ଟ କହିଛନ୍ତି, କେହି ଭିଆଇପି ଆସିଲେ ବିଏମସି ରାସ୍ତାଘାଟ ମରାମତି କରିଥାଏ। ସହରକୁ ସଜାଇଥାଏ। ତେବେ ସାଧାରଣ ଲୋକ( ମୁମ୍ବାଇର ବାସିନ୍ଦା)ଙ୍କୁ ଏହି ସୁବିଧା କାହିଁକି ମିଳୁନି। ବିଦେଶୀ ଅତିଥିଙ୍କ ଲାଗି ୨ ଦିନ ଧରି ଦେଖାଣିଆ ସଫେଇ କରାଯିବା ବଦଳରେ ସହରକୁ ସବୁବେଳେ ସଫା ରଖାଯିବା ଆବଶ୍ୟକ। ଜଷ୍ଟିସ ଗିରୀଶ କୁଲକର୍ଣ୍ଣୀ ଏବଂ ଜଷ୍ଟିସ ନୀଲା ଗୋଖଲେଙ୍କ ଖଣ୍ଡପୀଠ ବାୟୁ ପ୍ରଦୂଷଣ ଏବଂ କଞ୍ଜୁରମାର୍ଗ ଡମ୍ପିଂ ଗ୍ରାଉଣ୍ଡ ନିକଟରେ ବିଷାକ୍ତ ଗ୍ୟାସର ଲିକ୍କୁ ନେଇ ଶୁଣାଣି କରୁଥିବାବେଳେ ପ୍ରିନ୍ସ ୱିଲିୟମଙ୍କ ଗସ୍ତ ପରିପ୍ରେକ୍ଷୀରେ ଏହି ଟିପ୍ପଣୀ ଦେଇଛନ୍ତି।

Also Read :- ଡିସେମ୍ବର ୧ରୁ ଫେରିବ ସେନାର ପୁରୁଣା ପରିଚୟ, ଗୋର୍ଖା ଟୋପି ଏବଂ ମେରୁନ-କଳା ବେରେଟ ପିନ୍ଧିବେ ବରିଷ୍ଠ ଅଧିକାରୀ

ଏହି ସମୟରେ ଦକ୍ଷିଣ ମୁମ୍ବାଇର ବାଲାର୍ଡ ଇଷ୍ଟେଟର ଉଦାହରଣ ଦେଇ ଖଣ୍ଡପୀଠ କହିଛନ୍ତି, ସ୍ବତନ୍ତ୍ର ଅତିଥି ଆସିବା ଯୋଗୁ ସେହି ଅଞ୍ଚଳକୁ ବିଏମସି ଚମକାଇ ଦେଇଛି। ରାସ୍ତା ସଫେଇ କରାଯାଇଛି। ପାଣିରେ ସଡ଼କକୁ ଧୁଆଯାଇଛି। ମୁମ୍ବାଇର ପ୍ରତି ଓ୍ବାର୍ଡରେ ରହୁଥିବା ସାଧାରଣ ନାଗରିକଙ୍କ ପାଇଁ ଏଭଳି ବ୍ୟବସ୍ଥା କାହିଁକି କରାଯାଇପାରିବ ନାହିଁ। ସ୍ବତନ୍ତ୍ର ଅତିଥିଙ୍କ ପାଇଁ ଦୁଇ ଦିନ ଧରି ଦେଖାଣିଆ ରାସ୍ତା ସଫେଇ କରାଯିବା ବଦଳରେ ବିଏମସି କୌଣସି ସ୍ଥାୟୀ ବ୍ୟବସ୍ଥା କରିପାରିବ। ଡିସେମ୍ବର ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଥାଉକି, ପ୍ରିନ୍ସ ୱିଲିୟମ୍ ଏବଂ ତାଙ୍କ ପତ୍ନୀ କେଟ୍ ନଭେମ୍ବର ୧୬ରେ ମୁମ୍ବାଇ ପହଞ୍ଚିଥିଲେ। ୧୭ ତାରିଖରେ ସେମାନେ ଆର୍ଥଶଟ୍ ପ୍ରାଇଜ୍ ସେରିମନିରେ ସାମିଲ ହୋଇଥିଲେ। ଏହି ସମୟରେ ଉଭୟ ଗଲି କ୍ରିକେଟ୍ ଖେଳିଥିଲେ। ପ୍ରିନ୍ସ ୱିଲିୟମ୍ ଇଲେକ୍ଟ୍ରିକ୍ ଅଟୋ ମଧ୍ଯ ଚଳାଇଥିଲେ। ବୁଧବାର ସେମାନେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ ମଧ୍ୟ କରିଥିଲେ ।

Source link



Source link

Leave A Reply

Your email address will not be published.