Voice of Eastern India

Odisha Assembly : ବିରୋଧୀଙ୍କ ହଟ୍ଟଗୋଳ ଥମିଲାନି, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି


ଭୁବନେଶ୍ୱର ୧୯।୧୧ : ବିଧାନସଭାରେ ଥମୁନି ହଟ୍ଟଗୋଳ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ଗୃହରେ ବିରୋଧୀଙ୍କ ହୋହଲ୍ଲା ଜାରି। ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ଦଳର ସଦସ୍ୟମାନଙ୍କୁ ବାଚସ୍ପତି ଅନୁରୋଧ କରିଥିଲେ। ହେଲେ ଏହା ସତ୍ତ୍ୱେ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜୀ ଓ ହଟ୍ଟଗୋଳ ଜାରି ରହିଥିଲା। ଶେଷରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

ବିଧାନସଭାରେ ପୁଣି ଦେଖିବାକୁ ମିଳିଛି ହଟ୍ଟଗୋଳ। ଗୃହ କାର୍ଯ୍ୟ ଚାଲୁ ରଖିବାକୁ ବାଚସ୍ପତି ବିରୋଧୀ ଦଳର ସଦସ୍ୟମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଗୃହର ସୁପରିଚାଳନା ପାଇଁ ସମସ୍ତ ସଦସ୍ୟଙ୍କ ସହଯୋଗ ଜରୁରୀ ବୋଲି କହିଥିଲେ ବାଚସ୍ପତି। କିନ୍ତୁ ବାଚସ୍ପତିଙ୍କ ଅନୁରୋଧର କୌଣସି ପ୍ରଭାବ ପଡ଼ିନଥିଲା। ବିଜେଡି ଓ କଂଗ୍ରେସର ବିରୋଧୀ ସଦସ୍ୟମାନେ ନିଜ ନିଜ ଦାବିରେ ଅଟଳ ରହିବା ସହ ଗୃହ ଭିତରେ ନାରାବାଜୀ ଜାରି ରଖିଥିଲେ। ଏହାକୁ ନେଇ ଗୃହ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହୋଇଥିଲା।

Also Read:-ଭିତରକନିକାକୁ ବାତ୍ୟା ଭୟ, ନଭେମ୍ବର ୧୯ରୁ ୨୧ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ

ତେବେ ଲଗାତାର ହଟ୍ଟଗୋଳ ଓ ନାରାବାଜୀ ଯୋଗୁଁ ସ୍ୱାଭାବିକ ଭାବେ ଚାଲିପାରିନଥିଲା ବିଧାନସଭା କାର୍ଯ୍ୟ। ଶେଷରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ। ଅପରାହ୍ନ ୪ଟାରେ ଗୃହ ପୁଣି ଆରମ୍ଭ ହେବା ପରେ ପରିସ୍ଥିତି କେଉଁ ମୋଡ଼ ନେଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।

Source link



Source link

Leave A Reply

Your email address will not be published.