Voice of Eastern India

ମ୍ୟାଚ୍ ମଝିରେ ରାଗିଗଲେ ଗିଲ୍, ଅମ୍ପାୟାରଙ୍କ ସହ ଯୁକ୍ତିତର୍କ ! ହେଲେ କାହିଁକି ଏତେ ରାଗ ?


ନୂଆଦିଲ୍ଲୀ, ୧୯।୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ୍ ସିରିଜର ପ୍ରଥମ ମୁକାବିଲା ଆରମ୍ଭ ହୋଇଛି । ମୁକାବିଲାର ପ୍ରଥମ ଦିନରେ ମାହୋଲ ସରଗରମ ରହିଛି । ଏପରିକି ଶୁଭମନ୍ ଗିଲଙ୍କ ରାଗ ମଧ୍ୟ ଦେଖିବାକୁ ମିଳିଛି । ଗ୍ଲେନ୍ ଫିଲିପ୍ସଙ୍କ ଏଲବିଡବଲୁ ଅପିଲ୍ ଖାରଜ ହେଲା ପରେ ଗିଲ୍ ରାଗି ଯାଇଥିଲେ । ସେ ଅମ୍ପାୟାର ରିଚାର୍ଡ ଇଲିଂବର୍ଥଙ୍କ ସହ ଯୁକ୍ତିତର୍କ କରିଥିଲେ । ଏପରିକି ତାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ।

ଏହି ଘଟଣା ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସର ୩୧ତମ ଓଭରରେ ଘଟିଥିଲା । ଏହି ଓଭରରେ ବୋଲିଂ କରୁଥିଲେ ଜସପ୍ରିତ ବୁମରା । ଓଭରର ତୃତୀୟ ବଲରେ ବୁମରାଙ୍କ ଏକ ବଲ୍ ଫିଲିପ୍ସଙ୍କ ପ୍ୟାଡରେ ବାଜିଥିଲା । ଏହାକୁ ନେଇ ଭାରତୀୟ ଖେଳାଳି ଅପିଲ କରିଥିଲେ । ହେଲେ ଅମ୍ପାୟାର ନଟ୍ ଆଉଟ୍ ଦେଇଥିଲେ । ଗିଲ ବୁମରା ଏବଂ ଓ୍ୱିକେଟ୍ କିପରଙ୍କ ସହ ଆଲୋଚନା କରି ଡିଆରଏସ୍ ନେଇଥିଲେ ।

Also Read :- Sporting spirit: SAFF ଫାଇନାଲ୍ ପରେ ଭାରତୀୟ ଦଳକୁ ‘ଗାର୍ଡ ଅଫ୍ ଅନର୍’ ଦେଲା ପାକିସ୍ତାନ

ରିଭ୍ୟୁ ନେବା ପୂର୍ବରୁ ବୁମରାଙ୍କୁ ବଲ୍ ସାମାନ୍ୟ ଉପରକୁ ଯାଇଥିବା ଲାଗିଥିଲା । ସେ ଗିଲଙ୍କୁ ଏହା ଆଉଟ୍ ବୋଲି କହିଥିଲେ । ବଲଟି ବ୍ୟାଟକୁ ସ୍ପର୍ଶ କରିନଥିବା ମଧ୍ୟ ଗିଲ୍ ଭାବିଥିଲେ । ହେଲେ ସ୍ନିକୋ ମିଟରରେ ବଲଟି ବ୍ୟାଟ୍ ନିକଟରେ ଯାଉଥିବା ବେଳେ ଏଥିରେ ବଡ ସ୍ପାଇକ୍ ଜଣା ପଡିଥିଲା । ସାମ୍ନାରୁ ମିଳିଥିବା ଫୁଟେଜରେ ଚିତ୍ର ସ୍ପଷ୍ଟ ଆସିନଥିଲା । ତୃତୀୟ ଅମ୍ପାୟାର ବାରମ୍ବାର ରିପ୍ଲେ ଦେଖିବା ପରେ ବଲଟି ବ୍ୟାଟରେ ହାଲୁକା ସ୍ପର୍ଶ କରିଥିବା ଦେଖିଥିଲେ । ସେ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ କାଏମ୍ ରଖିଥିଲେ ।

ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତି ଆସିବା ପରେ ଶୁଭମନ ଅମ୍ପାୟାର ରିଚାର୍ଡଙ୍କ ସହ କଥା ହୋଇଥିଲେ । ଗିଲଙ୍କ କହିବାନୁସାରେ ବ୍ୟାଟ୍ ଏବଂ ପ୍ୟାଡ୍ ଭିତରେ ଖୁବ୍ ଅଧିକ ବ୍ୟବଧାନ ଥିଲା । ବଲ୍ ଆଗ ପ୍ୟାଡରେ ବାଜିଥିଲା । ଅମ୍ପାୟାର ଗିଲଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଗିଲ୍ ମୁଣ୍ଡ ହଲାଇ ଚାଲି ଆସିଥିଲେ । ବୁମରା ମଧ୍ୟ ନିଷ୍ପତ୍ତିରେ କୁସି ନଥିଲେ ।

ସୂଚନାଯୋଗ୍ୟ, ରିପ୍ଲେରେ ବଲ୍ ଷ୍ଟମ୍ପ୍ ଉପରକୁ ଯାଉଥିବା ଦେଖିବାକୁ ମିଳିଥିଲା । ବଲ୍ ବ୍ୟାଟରେ ବାଜିନଥିଲେ ବି ଆଉଟ୍ ହେବା ସମ୍ଭାବନା କମ୍ ଥିଲା ।

Source link



Source link

Leave A Reply

Your email address will not be published.