Voice of Eastern India

କେନ୍ଦ୍ର ସରକାରଙ୍କୁ ଟେଲିଗ୍ରାମ ସିଇଓଙ୍କ ସମାଲୋଚନା: କହିଲେ, ଅନ୍ୟ ଆପ୍‌ରେ ବି ହୋଇପାରେ ପେପର ଲିକ୍


ନୂଆଦିଲ୍ଲୀ: ନୀଟ-ୟୁଜି ପୁନଃ ପରୀକ୍ଷା ପାଇଁ ଭାରତ ସରକାର ଟେଲିଗ୍ରାମ ଆପ୍କୁ ବ୍ୟାନ୍ କରିବାକୁ ସମାଲୋଚନା କରିଛନ୍ତି ଏହାର ସିଇଓ ପାୱେଲ ଦୁରୋଭ। ଏଭଳି ନିଷ୍ପତ୍ତି ନେଇ ଅକାରଣରେ ସାଧାରଣ ୟୁଜରଙ୍କୁ ଦଣ୍ଡିତ କରାଯାଉଛି। ଭାରତର ୧୫ କୋଟିରୁ ଅଧିକ ସାଧାରଣ ବ୍ୟବହାରକାରୀ ଅଛନ୍ତି। ସେମାନେ ଏଥିରେ ପ୍ରଭାବିତ ହେବେ, ଏହା ସେମାନଙ୍କୁ ଅକାରଣରେ ଦଣ୍ଡ ଦେଉଛି, କାଗଜପତ୍ର ଲିକ୍ କରିଥିବା ଲୋକଙ୍କୁ ନୁହେଁ ବୋଲି ପାୱେଲ ଦୁରୋଭ କହିଛନ୍ତି।

ଭାରତ ସରକାରଙ୍କୁ ସେ ସମାଲୋଚନା କରି ଲେଖିଛନ୍ତି “ଭାରତର ଆଇଟି ମନ୍ତ୍ରଣାଳୟ ଟେଲିଗ୍ରାମକୁ ଗୋଟିଏ ସପ୍ତାହ ପାଇଁ ନିଷେଧ କରିଛନ୍ତି। କାରଣ କିଛି ବ୍ୟବହାରକାରୀ ପରୀକ୍ଷା ପ୍ରଶ୍ନ ଲିକ୍ କରିଥିଲେ। ଏହା ଭାରତରେ ୧୫୦ ମିଲିୟନରୁ ଅଧିକ ସାଧାରଣ ଟେଲିଗ୍ରାମ ବ୍ୟବହାରକାରୀଙ୍କୁ ଦଣ୍ଡିତ କରିବ, ପରୀକ୍ଷା ସାମଗ୍ରୀ ଲିକ୍ କରିଥିବା ଭିତରର ଲୋକଙ୍କୁ ନୁହେଁ।” ତା’ ଛଡ଼ା କୌଣସି ବ୍ୟାନ୍ ପ୍ରଶ୍ନପତ୍ର ଲିକକୁ ରୋକିପାରିବ ନାହିଁ, ଏହା ଅନ୍ୟ ଆପ ମାଧ୍ୟମରେ ମଧ୍ୟ ହୋଇପାରିବ ବୋଲି ଦୁରୋଭ କହିଛନ୍ତି।

ନୀଟ୍-ୟୁଜି (NEET-UG) ପରୀକ୍ଷା ପୂର୍ବରୁ ଟେଲିଗ୍ରାମ୍ ଉପରେ କଟକଣା: ଜାଣନ୍ତୁ କାହିଁକି ନିଆଗଲା ଏହି ପଦକ୍ଷେପ

ଜୁନ୍ ୨୧ରେ ହେବାକୁ ଥିବା ନୀଟ୍-ୟୁଜି (NEET-UG) ପରୀକ୍ଷାକୁ ଆଉ କିଛି ଦିନ ବାକି ଥିବାବେଳେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଟେଲିଗ୍ରାମ୍ ମାଧ୍ୟମରେ ଚାଲିଥିବା ଏକ ବଡ଼ ଧରଣର ଦୁର୍ନୀତି ରାକେଟ୍ର ପର୍ଦ୍ଦାଫାସ କରିଛି। ଏକ ଭିଡିଓ ବାର୍ତ୍ତାରେ, NTA ମହାନିର୍ଦ୍ଦେଶକ ଅଭିଷେକ ସିଂହ ବିସ୍ତାର ଭାବେ ବୁଝାଇଛନ୍ତି ଯେ ଏହି ମେସେଜିଂ ଆପ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ୍ କରି ଦୁଇଟି ଠକେଇ ରାକେଟ୍ ଚାଲୁଥିଲା ବୋଲି କହିଛନ୍ତି। ଏଥିସହିତ ଗୁଗଲ ଓ ଆପଲ୍କୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଟେଲିଗ୍ରାମକୁ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆପକୁ ବ୍ୟାନ୍ କରାଯାଇଛି, ଆପଲ୍ ମଧ୍ୟ ପଦକ୍ଷେପ ନେବ

ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ସରକାର ଗୁଗୁଲ୍ ଏବଂ ଆପଲ୍କୁ ଜୁନ୍ ୨୨ ପର୍ଯ୍ୟନ୍ତ ସେମାନଙ୍କ ଆପ୍ ଷ୍ଟୋରରୁ ଟେଲିଗ୍ରାମ୍ ଆପ୍ ହଟାଇବାକୁ କହିଛନ୍ତି। ଜୁନ୍ ୧୬ ରାତି ୯ଟା ସୁଦ୍ଧା, ଆଣ୍ଡ୍ରଏଡରେ ଆପ୍ ବ୍ୟାନ୍ ହୋଇସାରିଛି ଏବଂ ଆପଲ୍ ଡିଭାଇସରେ ମଧ୍ୟ ବ୍ୟାନ୍ ହେବାର ସମ୍ଭାବନା ଅଛି। ଆଣ୍ଡ୍ରଏଡ୍ ବ୍ୟବହାରକାରୀ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଟେଲିଗ୍ରାମ୍ ଡାଉନଲୋଡ୍ କରିବାକୁ ଗଲେ “this app is not available” ଲେଖା ଦେଖୁଛନ୍ତି। ଯେଉଁମାନେ ପୂର୍ବରୁ ଡାଉନଲୋଡ୍ କରିଛନ୍ତି, ସେମାନେ ଏହାକୁ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି PTI ରିପୋର୍ଟ କରିଛି। ଆପଲ୍ ଆପ୍ ଷ୍ଟୋରରେ ଆପ୍ ଦେଖାଯାଉଥିଲେ ମଧ୍ୟ, ଆଇଫୋନରେ ନୂଆ ଆକାଉଣ୍ଟ ସକ୍ରିୟ ହୋଇପାରୁ ନାହିଁ।

ସରକାର ଟେଲିଗ୍ରାମ୍ ସହିତ ଆଲୋଚନା କରୁଛନ୍ତି। ଏବଂ ଜୁନ୍ ୩୦ ପର୍ଯ୍ୟନ୍ତ ମେସେଜ୍ ଏଡିଟିଂ ଫିଚର୍କୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ସରକାର କଥା ହେଉଛନ୍ତି। ଏହା ବ୍ୟବହାରକାରୀଙ୍କୁ ପୁରୁଣା ମେସେଜ୍ ଏଡିଟ୍ କରିବା ଏବଂ ନୂଆ ବିଷୟବସ୍ତୁ ଯୋଡ଼ିବାର ସୁବିଧା ଦେଇଥାଏ।

ଟେଲିଗ୍ରାମ୍ ଉପରେ କଟକଣାକୁ ନେଇ ‘ଇଣ୍ଟରନେଟ୍ ଫ୍ରିଡମ୍ ଫାଉଣ୍ଡେସନ୍’ର କଡ଼ା ସମାଲୋଚନା

ମେସେଜିଂ ଆପ୍ ଟେଲିଗ୍ରାମ୍ ଉପରେ ଲଗାଯାଇଥିବା ଅସ୍ଥାୟୀ କଟକଣାକୁ ‘ଇଣ୍ଟରନେଟ୍ ଫ୍ରିଡମ୍ ଫାଉଣ୍ଡେସନ୍’ (Internet Freedom Foundation) କଡ଼ା ଭାଷାରେ ସମାଲୋଚନା କରିଛି। ଏନଟିଏ (NTA) ପକ୍ଷରୁ ଟେଲିଗ୍ରାମ୍ ପ୍ଲାଟଫର୍ମ ବିରୋଧରେ ନିଆଯାଇଥିବା ପଦକ୍ଷେପକୁ ନେଇ ଫାଉଣ୍ଡେସନ୍ ଏହାର ଆପତ୍ତି ପ୍ରକାଶ କରିଛି।

ଫାଉଣ୍ଡେସନର ମୁଖ୍ୟ ମତ:

ଫାଉଣ୍ଡେସନ୍ ଏହି ବ୍ୟାନକୁ “ଅବିଚାରିତ” ଏବଂ “ସାମ୍ବିଧାନିକ ଭାବେ ଅସଙ୍ଗତ” (constitutionally incompatible) ବୋଲି କହିଛନ୍ତି। ସୂଚନା ଅନୁଯାୟୀ, ଏନଟିଏର ସୁପାରିଶ କ୍ରମେ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ୨୦୦୦ର ଧାରା ୬୯ଏ ଅନୁଯାୟୀ, ୨୨ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଭାରତରେ ସମ୍ପୂର୍ଣ୍ଣ ଟେଲିଗ୍ରାମ୍ ଆକ୍ସେସ୍ ବନ୍ଦ କରିଦେଇଛି। ଏହା ବ୍ୟତୀତ, ୩୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ମେସେଜ୍-ଏଡିଟିଂ ଫିଚରକୁ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏହି ନିର୍ଦ୍ଦେଶ ପରେ ‘ଇଣ୍ଟରନେଟ୍ ଫ୍ରିଡମ୍ ଫାଉଣ୍ଡେସନ୍ ‘ଏକ୍ସ’ (X) ପ୍ଲାଟଫର୍ମରେ କହିଛି ଯେ, ଠକେଇ ର୍ୟାକେଟ୍କୁ ରୋକିବା ପାଇଁ ସରକାରଙ୍କ ଏହି ସର୍ବଭାରତୀୟ ପଦକ୍ଷେପ ସମ୍ବିଧାନ ସମ୍ମତ ନୁହେଁ। ଫାଉଣ୍ଡେସନ୍ ମତରେ, ଏହି କଟକଣା ହେଉଛି ଏକ “ବ୍ୟାଣ୍ଡ-ଏଡ୍ ସଲ୍ୟୁସନ୍(band aid solution) କ୍ଷତ ଉପରେ ମଲମ ଲଗାଇବା ଭଳି କାମଚଳା ବ୍ୟବସ୍ଥା) ଏବଂ ପରୀକ୍ଷା ଜନିତ ଠକେଇ ପାଇଁ ଏହା ଏକ ଅନୁପାତିକ ଉତ୍ତର ନୁହେଁ ବୋଲି ସଂଗଠନ କହିଛି।

ଫାଉଣ୍ଡେସନ୍ ପକ୍ଷରୁ ଦର୍ଶାଯାଇଛି ଯେ, ଧାରା ୬୯ଏ ଏବଂ ୨୦୦୯ର ବ୍ଲକିଂ ନିୟମ ଅନୁଯାୟୀ, ସରକାର କେବଳ କମ୍ପ୍ୟୁଟର ସମ୍ବଳରେ ଥିବା ନିର୍ଦ୍ଦିଷ୍ଟ “ସୂଚନା”କୁ ବ୍ୟାନ୍ କରିପାରିବେ। ଏହି ଆଇନ କୌଣସି ମଧ୍ୟସ୍ଥି ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ବନ୍ଦ କରିବା କିମ୍ବା କୌଣସି କମ୍ପାନୀକୁ ତାହାର ଫିଚର ହଟାଇବା ପାଇଁ ନିର୍ଦ୍ଦେଶ ଦେବା ଅଧିକାର ଦିଏ ନାହିଁ।

ପରୀକ୍ଷା ସମ୍ବନ୍ଧୀୟ ସୂଚନା:

ଉଲ୍ଲେଖଯୋଗ୍ୟ ଯେ, ଗତ ମେ ୩ ତାରିଖରେ ହୋଇଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ସରକାର ତାହାକୁ ବାତିଲ କରିଥିଲେ। ବର୍ତ୍ତମାନ ଆସନ୍ତା ଜୁନ୍ ୨୧ ତାରିଖରେ ପୁଣିଥରେ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଅନୁଷ୍ଠିତ ହେବ। ଏନଟିଏ ନିର୍ଦ୍ଦେଶକ ପିଟିଆଇ (PTI) କୁ କହିଛନ୍ତି ଯେ, “ଆମେ କୌଣସି ଭୁଲ୍ ହେବାକୁ ଦେବୁ ନାହିଁ। ପରୀକ୍ଷାକୁ ଅନିୟମିତତା ମୁକ୍ତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବ।”

Source link



Source link

Leave A Reply

Your email address will not be published.