Voice of Eastern India

Murder Case In Puri : ବଳିଆପଣ୍ଡାରେ ଜଘନ୍ୟ ହତ୍ୟାକାଣ୍ଡ, ହୋଟେଲ ମାଲିକଙ୍କୁ ନିର୍ମମ ହତ୍ୟା


ପୁରୀ ୨୪।୦୬ : ପୁରୀ ବଳିଆପଣ୍ଡା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ହୋଟେଲ ମାଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ହୋଟେଲ ମାଲିକ ପବିତ୍ର ନାୟକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟିଛି ହତ୍ୟାକାଣ୍ଡ। ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ମାଲିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ପବିତ୍ର ନାୟକ ବଳିଆପଣ୍ଡା ଅଞ୍ଚଳରେ ମନୋରମା ନାମକ ଏକ ହୋଟେଲ ଚଳାଉଥିଲେ । ତେବେ କାହିଁକି ଏହି ହତ୍ୟାକାଣ୍ଡ ଘଟିଛି । ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Also Read:-Monsoon update : ମୌସୁମୀକୁ ନେଇ ସାନି ଆକଳନ, ଆରମ୍ଭରୁ ହେବ ଭଲ ବର୍ଷା, ଶେଷ ବେଳକୁ ପଡ଼ିବ ନିଅଣ୍ଟିଆ

ଅନ୍ୟପଟେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଏବଂ ତଥ୍ୟକୁ ଆଧାର କରି ଛାନ୍ଭିନ୍ ଜାରି ରଖିଛି ପୋଲିସ । ଏହାସହ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପ୍ରାଥମିକ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବ ପୋଲିସ ।

Source link



Source link

Leave A Reply

Your email address will not be published.